ୟୁମଲେମ୍ବମ ଗାମ୍ଭିନୀ ଦେବୀ

ଭାରତୀୟ ନାଟ ସଙ୍କର୍ତ୍ତନ ଓ ମଣିପୁରୀ ରାସ ନର୍ତ୍ତକୀ

ୟୁମଲେମ୍ବମ ଗାମ୍ଭିନୀ ଦେବୀ ଇଂରାଜୀ ଭାଷାରେ Yumlembam Gambhini Devi) ଜଣେ ଭାରତୀୟ ମଣିପୁରୀ ନାଟ ସଂକୀର୍ତ୍ତନ ଗାୟିକା (Nata Sankirtana) ଓ ମଣିପୁରୀ ରାସ ନର୍ତ୍ତକୀ (Manipuri Raas) ଅଟନ୍ତି ।[୧] ଜ‌ୱାହରଲାଲ ମଣିପୁରୀ ନୃତ୍ୟ ଏକାଡେମୀର ସେ ଜଣେ ଫାକଲ୍ଟି ସଭ୍ୟ[୨] ଓ ସନ ୧୯୮୮ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award) ପାଇଛନ୍ତି । [୩] ସନ ୨୯୯୫ରେ ମଣିପୁରୀ ନୃତ୍ୟ ଓ ସଙ୍ଗୀତରେ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି । [୪]

ୟୁମଲେମ୍ବମ ଗାମ୍ଭିନୀ ଦେବୀ
Born (1945-01-01) ୧ ଜାନୁଆରୀ ୧୯୪୫ (ବୟସ ୭୯)
ୱାଇସ୍କୁଲ ହିରୁହମ୍ବା ଲେଇକାଇ, ମଣିପୁର Manipur, ଭାରତ
Occupationଗାୟିକା ଓ ନର୍ତ୍ତକୀ
Known forନାଟ ସଂକୀର୍ତ୍ତନ, ମଣିପୁରୀ ନୃତ୍ୟ (Manipuri dance)
Spouseକୋନସମ ଥୋପି ସିଂହ
Parentୱାଇ. ଗୁଲାପ ସିଂହ
Awardsପଦ୍ମଶ୍ରୀ
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award)
ନୃତ୍ୟ ରତ୍ନ ପୁରସ୍କାର
ନାଟ ସଙ୍ଗୀତ ପୁରସ୍କାର

ଜୀବନୀ ସମ୍ପାଦନା

ସନ ୧୯୪୫ର ପ୍ରଥମ ଦିନ ୱାଇସ୍କୁଲ ହିରୁହମ୍ବା ଲେଇକାଇ, ମଣିପୁର Manipur, ଭାରତର ନାଟ ସଂକୀର୍ତ୍ତନ ପରିବେଶକ ୱାଇ. ଗୁଲାପ ସିଂହ ଔରଷରେ ଗାମ୍ଭିନୀ ଦେବୀ ଜନ୍ମ ଗ୍ରହଣ କରିଥିଲେ ଯିଏ କି ଆଠ ସନ୍ତାନଙ୍କ ମଧ୍ୟରେ ଚତୁର୍ଥ ସନ୍ତାନ ଥିଲେ । [୫] ସେ ମାତ୍ର ୫ ବର୍ଷ ବୟସରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଲାଭ କରିବାକୁ ଆରମ୍ଭ କରିଥଲେ । ପରେ ସେ ଜ‌ୱାହରଲାଲ ନେହରୁ ମଣିପୁର ନୃତ୍ୟ ଏକାଡେମୀରେ ଶିକ୍ଷା ଲାଭ କରି ରାସରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ହାସଲ କରିଥିଲେ । ଏକାଡେମୀରେ ସେ ଖ୍ୟାତନାମା ଅମୁଦୋନ ଶର୍ମା, ମଇସନମ ଅମୁବି ସିଂହ (Maisnam Amubi Singh), ଖାଇଦିମ ଲିକେଶୋର ସିଂହ, କ୍ଷେତ୍ରିତୋମ୍ବି ଦେବୀ, ଗାଙ୍ଗୋମ ଯୋଗେନ୍ଦ୍ର ସିଂହ ଓ ଇବୋପିଶକ ଶର୍ମାଙ୍କଠାରୁ ମଣିପୁରୀ ନୃତ୍ୟ ଓ ନଙ୍ଗମାଇଥେନମ ତୋମ୍ବା ସିଂହ, ଖଣ୍ଡ ମୋଇନ ଦାନ, ଗାଙ୍ଗୋମ ଜୋଗେନ୍ଦ୍ର ସିଂହ ଓ ଥୋକଚୋମ ଗୋପାଲ ସିଂହଙ୍କଠାରୁ ମୋନୋହରସାଇ କିର୍ତ୍ତନ ଶିକ୍ଷା ଲାଭ କରିଥିଲେ । [୧] ମାତ୍ର ୭ ବର୍ଷ ବୟସରୁ ଭାରତ ଓ ଭାରତ ବାହାରେ ଅନେକ ସ୍ଟେଜରେ ସେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ଓ ତାହା ସେହି ଦିନଠାରୁ ଚାଲୁ ରହିଛି ।[୫] ତାଙ୍କର ଶିକ୍ଷୟିତ୍ରୀ ଜୀବନ ମାତୃ ସଂସ୍ଥାରେ ଆରମ୍ଭ ହୋଇଥିଲା ଯେଉଁଠାରେ ସେ ଫାକଲ୍ଟି ସଭ୍ୟ ଭାବରେ ସନ ୨୦୦୫ରେ ଅବସର ନେବା ପର୍ଯ୍ୟନ୍ତ କାମ କରୁଥିଲେ । ଏକାଡେମୀରେ ସେ ଅତିଥି ବରିଷ୍ଠ ଗୁରୁ ଭାବରେ କାମ କରିଚାଲିଲେ ଓ ଅଲ ଇଣ୍ଡିଆ ରେଡିଓର (All India Radio) ଇମ୍ଫାଲ (Imphal) ଷ୍ଟେସନରେ ସେ ଟପ ଗ୍ରେଡ କଳାକାର ମାନ୍ୟତା ପାଇଥିଲେ ଯାହା ସେ ସମୟରେ ପ୍ରଥମ ମହିଳା ଭାବରେ ସେ ପାଇଥିଲେ । [୧] ସେ ୱାଇଜିଆର, ନାଟ ସଂକୀର୍ତ୍ତନ ଶେଇନମ ଶାଙ୍ଗ ନାମକ ଏକ ସଙ୍ଗୀତ ଶିକ୍ଷା ନିକେତନର ସ୍ଥାପୟିତା ଥିଲେ ।[୫] ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର (Rabindra Bharati University) ସିଲେକସନ କମିଟି, ଦୂରଦର୍ଶନ ଅଡିସନ ବୋର୍ଡ଼, ଭାରତୀୟ ଟେଲିଭିଜନ ନେଟୱର୍କର ପୂର୍ବତନ ସଭ୍ୟ ଥିଲେ । ଦୁଇଟି ଆଲବମରେ ତାଙ୍କର ସଂଗୀତ ସଂଗୃହିତ ହୋଇରହିଛି ଓ ବସକ ଗୀତ ଆଧାରିତ ଏକ ପୁସ୍ତକ ବସକ ନାମରେ ପ୍ରକାଶିତ ହୋଇଛି ।[୬]

ଗାମ୍ଭିନୀ ଦେବୀ‌ଙ୍କୁ ସନ ୧୯୭୯ରେ ମଣିପୁରୀ ସାହିତ୍ୟ ପରିଷଦ (Manipuri Sahitya Parishad) ପକ୍ଷରୁ ନୃତ୍ୟ ରତ୍ନ ପୁରସ୍କାର ଓ ସନ ୧୯୮୦ରେ ମଣିପୁର ପ୍ରଦେଶ କଳା ଏକାଡେମୀ ପକ୍ଷରୁ ନାଟ ସଂଗୀତ ପୁରସ୍କାର ଦିଆଯାଇଥିଲା । [୫] ସନ ୧୯୮୮ରେ ନାଟ ସଂକୀର୍ତ୍ତନ ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award) ପାଇଥିଲେ,[୩] ଓ ସେହି ବର୍ଷ ମିନିଷ୍ଟ୍ରି ଅଫ ହ୍ୟୁମାନ ରିଶୋର୍ଷ ଡେଭଲପମେଣ୍ଟ (ଇଣ୍ଡିଆ)ର (Ministry of Human Resource Development) ଡିପାର୍ଟମେଣ୍ଟ ଅଫ କଲଚର ଅଧିନରେ ବରିଷ୍ଠ ଫେଲୋସିପ ନିମନ୍ତେ ସେ ବଛା ହୋଇଥିଲେ । [୧] ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ନାଗରିକ ସମ୍ମାନରେ ପୁରସ୍କୃତ କରିଥିଲେ । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Donny Luwang Meisnam (2015). "Yumlembam Gambhini Devi - Padmashree Awardee - 2005". E Pao. Retrieved 4 December 2015.
  2. "JNMDA - Present Teaching Staff". Sangeet Natak Akademi. 2015. Retrieved 4 December 2015.
  3. ୩.୦ ୩.୧ "Sangeet Natak Akademi Award winners". Sangeet Natak Akademi. 2015. Retrieved 4 December 2015.
  4. ୪.୦ ୪.୧ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
  5. ୫.୦ ୫.୧ ୫.୨ ୫.୩ "Yumlembam Gambhini Devi - India Online". India Online. 2015. Retrieved 5 December 2015.
  6. Ẏuṃlembama Gambhinī Debī (2012). Bāsaka. p. 135. OCLC 813301482.