ହ୍ୟାକିଂ
ହ୍ୟାକିଂ[୧] କହିଲେ ଫେସବୁକ, ଜି-ମେଲ କିମ୍ବା ୱେବସାଇଟକୁ ବିନା ପାସୱାର୍ଡରେ ଖୋଲିଦେବା କେବଳ ନୁହେଁ, ବରଂ ବୃହତ ଅର୍ଥରେ ସାଇବର ସୁରକ୍ଷା ପ୍ରଣାଳୀରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ହିଁ ଏହାର ମୂଳଲକ୍ଷ୍ୟ ।[୨] ସମର୍ପଣ ଭାବ ସହ ପ୍ରଯୁକ୍ତି ବିଦ୍ୟାରେ ନିତ୍ୟ ପ୍ରତିଦିନ ଘଟୁଥିବା ପରିବର୍ତ୍ତନର ଖବର ରଖୁଥିବା ବ୍ୟକ୍ତି ହିଁ ଜଣେ ଭଲ ହ୍ୟାକର ହୋଇପାରିବେ ।
ବିଭିନ୍ନ ଦୃଷ୍ଟିକୋଣରୁ ହ୍ୟାକରଙ୍କୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇ ପାରେ । ତେବେ ମୁଖ୍ୟତଃ ୫ ଭାଗରେ ଭାଗ କରାଯାଏ ।
ସ୍କ୍ରିପ୍ଟ କିଡିଜ
ସମ୍ପାଦନାଏହି ପ୍ରକାରର ହ୍ୟାକରମାନେ ପ୍ରକୃତ ହ୍ୟାକର ନୁହନ୍ତି, କିନ୍ତୁ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ।[୩] ପ୍ରକୃତ ହ୍ୟାକରମାନଙ୍କର ଆଲେଖ୍ୟ, ଉପକରଣ, ସାଧନ ଓ ପ୍ରକ୍ରିୟାକୁ ବ୍ୟବହାର କରି ଏମାନେ ହ୍ୟାକିଂ କରିଥାନ୍ତି । ସିଷ୍ଟମ କିଭଳି ଭାବେ କାମ କରେ ତା'ର ପ୍ରକୃତ ଜ୍ଞାନବିନା ଏମାନେ ପୂର୍ବରୁ ରହିଥିବା ହ୍ୟାକିଂ ଉପକରଣ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି ।[୪]
ହ୍ୱାଇଟ ହ୍ୟାଟ ହ୍ୟାକର
ସମ୍ପାଦନାହ୍ୱାଇଟ ହ୍ୟାଟ ହ୍ୟାକରମାନେ ହିଁ ପ୍ରକୃତ ହ୍ୟାକର ।[୫] ଏମାନେ ଉତ୍ତମ ଲକ୍ଷ୍ୟ ନେଇ ସିଷ୍ଟମରେ ରହିଥିବା ଦୋଷତ୍ରୁଟିକୁ ଖୋଜି ବାହାର କରିବା ସହ ତାକୁ ସଂଶୋଧନ କରିବାରେ ସହାୟତା କରିଥାନ୍ତି ।[୬] ଏମାନେ ମୁଖ୍ୟତଃ ବିଭିନ୍ନ କଂପାନୀର ବେତନଭୋଗୀ କର୍ମଚାରୀ । ନିଜର ଜ୍ଞାନ କୌଶଳଦ୍ୱାରା କଂପାନୀର ବିଭିନ୍ନ ସଂପତ୍ତିକୁ ସାଇବର ଆକ୍ରମଣରୁ ରକ୍ଷ କରିବା ଏମାନଙ୍କ ମୂଳ କାର୍ଯ୍ୟ । ଅବଶ୍ୟ କେତେଜଣ ସାମାଜିକ ଦାୟିତ୍ୱ ଏବଂ କେତେକ ସ୍ଥଳରେ ଅର୍ଥ ପାଇଁ ବ୍ୟକ୍ତିଗତ ଭାବେ ଏ ଦିଗରେ କାର୍ଯ୍ୟ କରିଥାନ୍ତି । ମେଟାସ୍ପ୍ଲଏଟ ନାମକ ଏକ କମ୍ପାନୀ ସିଷ୍ଟମରେ ତ୍ରୁଟିକୁ ଖୋଜି ବାହାର କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛି ।[୭]
ବ୍ଲାକ ହ୍ୟାଟ ହ୍ୟାକର
ସମ୍ପାଦନାଏହି ହ୍ୟାକରମାନେ ହେଲେ ଶତୃ । ଏହି ସାଇବର ଅପରାଧୀମାନେ ନିଜର ସ୍ୱାର୍ଥ ସାଧନ ପାଇଁ ହ୍ୟାକିଂକୁ ବ୍ୟବହାର କରିଥାନ୍ତି ।[୮] ଏହି ହ୍ୟାକରମାନେ ସାଧାରଣତଃ ଅନଲାଇନରେ ଅର୍ଥ ଓ ତଥ୍ୟ ଚୋରି କରିଥାନ୍ତି । ଏମାନେ କମ୍ପ୍ୟୁଟର ସିଷ୍ଟମକୁ ଭାଇରସ୍, ଟ୍ରୋଜନ୍ସ ଏବଂ ମାଲୱେର ଆଦିର ସହାୟତାରେ ଖରାପ କରି ଦେଇଥାନ୍ତି । ସାଇବର ଭାଷାରେ ଏମାନଙ୍କୁ କ୍ରେକର[୯] ବୋଲି କୁହାଯାଏ । ଏହିମାନେ ତାଙ୍କର କୌଶଳକୁ ଅପରାଧିକ ଗତିବିଧି ପାଇଁ ବ୍ୟବହାର କରିଥାନ୍ତି । ଏପରିକି ବହୁ ସମୟରେ କେବଳ ମଜା ଦେଖିବା ପାଇଁ ଏକ ବ୍ୟବସ୍ଥାକୁ ତ୍ରୁଟିପୂର୍ଣ୍ଣ କରିଦେଇଥାନ୍ତି । ତେଣୁ ଏଭଳି ହ୍ୟାକର ଯେଭଳି ସଫଳ ନ ହେବେ ତାହା ହ୍ୱାଇଟ ହ୍ୟାଟ ହ୍ୟାକରଙ୍କ ଦାୟିତ୍ୱ ।
ଗ୍ରେ ହ୍ୟାଟ ହ୍ୟାକର
ସମ୍ପାଦନାପରିସ୍ଥିତି ଅନୁସାରେ ଭଲ କିମ୍ବା ଖରାପ ପାଇଁ ନିଜ ବିଦ୍ୟାକୁ ବ୍ୟବହାର କରୁଥିବା ଏହି ହ୍ୟାକରଙ୍କୁ ଗ୍ରେ ହ୍ୟାଟ ହ୍ୟାକର ବୋଲି କୁହାଯାଏ । ଅପରାଧ ଲକ୍ଷ୍ୟ ନେଇ ଏମାନେ ହ୍ୟାକିଂ କରୁ ନ ଥିଲେ ସୁଦ୍ଧା ବହୁ ସମୟରେ ତୃତୀୟ ପକ୍ଷର ବିନା ଅନୁମତିରେ ସିଷ୍ଟମରେ ବିଭିନ୍ନ କାରଣରୁ ତ୍ରୁଟି ଉତ୍ପନ୍ନ କରୁଥିବାରୁ ଏମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ ।[୧୦] ବହୁ ସମୟରେ ସିଷ୍ଟମରେ ରହିଥିବା ଦୁର୍ବଳତାକୁ ଜଣାଇବା ସହ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ସିଷ୍ଟମର କ୍ଷତି କରିପକାଇଥାନ୍ତି ।
ହ୍ୟାକଟିଭିଷ୍ଟ
ସମ୍ପାଦନାଏହି ଧରଣର ହ୍ୟାକରମାନେ[୧୧] ସାଧାରଣତଃ ଅନ୍ୟାୟ ବିରୋଧରେ ପ୍ରତିବାଦ ପାଇଁ ୱେବସାଇଟରେ କୌଣସି ନିର୍ଦିଷ୍ଟ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର କୌଶଳକୁ ପ୍ରୟୋଗ କରିଥାନ୍ତି । ହ୍ୟାକିଂ ଦୁନିଆର ଏହିମାନେ ପ୍ରଚ୍ଛଦପଟ୍ଟ ନାୟକ ।[୧୨] ପ୍ରାୟତଃ ଅନ୍ତରାଳରେ ରହି ନିଜର ଗତିବିଧି ଜାରି ରଖିଥାନ୍ତି । ଏମାନେ ସାଧାରଣତଃ ଚାଲାକିରେ କାମ କରୁଥିବାରୁ ନିଜର ପରିଚୟ ଗୋପନ ରଖିବାରେ ସମର୍ଥ ହୁଅନ୍ତି ।
ଆଧାର
ସମ୍ପାଦନା- ↑ "Hacker". Retrieved 9 June 2016.
- ↑ "ହ୍ୟାକିଂ ବାବଦରେ ସବୁକିଛି." ସମାଜ (in ଓଡ଼ିଆ). କଟକ. ୮ ଜୁନ ୨୦୧୬. p. ୧୮. Archived from the original on 17 June 2016. Retrieved 18 June 2016.
{{cite news}}
: Check date values in:|date=
(help)CS1 maint: bot: original URL status unknown (link) CS1 maint: unrecognized language (link) - ↑ "What is a Script Kiddie?". Archived from the original on 25 November 2017. Retrieved 9 June 2016.
- ↑ "Script bunny - definition". SpywareGuide.com.
- ↑ "White Hat Hacker". techopedia. Retrieved 9 June 2016.
- ↑ "What is white hat? - a definition from Whatis.com". Searchsecurity.techtarget.com. Retrieved 2016-06-09.
- ↑ "White Hat Hackers". Metasploit. correlsense. Archived from the original on 10 August 2016. Retrieved 9 June 2016.
- ↑ Moore, Robert (2005). Cybercrime: Investigating High Technology Computer Crime. Matthew Bender & Company. p. 258. ISBN 1-59345-303-5.Robert Moore
- ↑ "cracker". Retrieved 9 June 2016.
- ↑ Regalado ( (2015). Grey Hat Hacking: The Ethical Hacker's Handbook (4th ed.). New York: McGraw-Hill Education. p. 18.
{{cite book}}
: Invalid|display-authors=etal)
(help) - ↑ "Hacktivist". Archived from the original on 29 May 2016. Retrieved 9 June 2016.
- ↑ "Hacker, Hacktivist, or Cybercriminal?". Retrieved 9 June 2016.