ହ୍ୱାଟ୍ସଆପ
ହ୍ୱାଟ୍ସଆପ କୁଶଳୀ ଦୂରଭାଷ ଯନ୍ତ୍ରରେ ଚାଲୁଥିବା ଏକ ପ୍ରସିଦ୍ଧ ତତ୍-କ୍ଷଣିକ ବାର୍ତ୍ତା ପ୍ରେରଣକାରୀ ସେବା । ଏହା ସାହାଯ୍ୟରେ ଇଣ୍ଟରନେଟ୍ ମାଧ୍ୟମରେ ଗୋଟିଏ ହ୍ୱାଟ୍ସଆପ ବ୍ୟବହାରକାରୀ ଅନ୍ୟ ଏକ ବ୍ୟବହାରକାରୀଙ୍କ କୁଶଳୀ ଦୂରଭାଷ ଯନ୍ତ୍ରକୁ ଲେଖାଯାଇଥିବା ବାର୍ତ୍ତା ପଠାଇପାରନ୍ତି । ଏହା ସହିତ ଅଭିଲିଖିତ ବାର୍ତ୍ତା, ଛବି, ଭିଡିଓ ତଥା ନିଜର ଅବସ୍ଥିତି ମଧ୍ୟ ପଠାଇହୁଏ ।
![]() | |
ଡେଭେଲପର | ହ୍ୱାଟ୍ସଆପ ଆଇ ଏନ୍ ସି |
---|---|
ପ୍ରଥମ ରିଲିଜ୍ | ଜାନୁଆରୀ ୨୦୧୦ |
ଷ୍ଟେବଲ୍ ରିଲିଜ୍ | ୨.୧୭.୪୩୨ (Android)/ ୨.୧୭.4୩୨ (ios) / ଡିସେମ୍ବର ୭, ୨୦୧୭ | (ଆଣ୍ଡ୍ରଏଡ) / ଡିସେମ୍ବର ୭, ୨୦୧୭ (ଆଇ ଓ ଏସ୍)
ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ | Erlang (programming language) |
Operating system |
|
ପ୍ରକାର | ତତ୍କ୍ଷଣାତ୍ ବାର୍ତ୍ତା ପ୍ରେରଣକାରୀ |
ଲାଇସେନ୍ସ | ଫ୍ରିମିୟମ |
ଆଲେକ୍ସା କ୍ରମାଙ୍କ | ![]() |
ୱେବସାଇଟ | www |
WhatsApp.svg | |
Type | Subsidiary |
---|---|
ତିଆରି କରାଯାଇଥିଲା | ୨୦୦୯ |
ପ୍ରତିଷ୍ଠାତା |
|
ମୂଖ୍ୟସ୍ଥାନ | ମାଉଣ୍ଟେନ୍ ଭିୟୁ, କାଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା |
କର୍ମଚାରୀ | ୫୦ |
ମୂଳ କମ୍ପାନୀ | ଫେସବୁକ |
ବେବସାଇଟ | www.whatsapp.com |
ସେପ୍ଟେମ୍ବର ୨୦୧୫ର ସ୍ଥିତି ଅନୁସାରେ ହ୍ୱାଟ୍ସଆପ ୯୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ସହିତ ଏହା ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ତତ୍କ୍ଷଣାତ୍ ବାର୍ତ୍ତା ପ୍ରେରଣକାରୀ ସେବା ଭାବରେ ପରିଚିତ ହେଲା ।
ଫେସବୁକ ଇନ୍ସ ୧୯ ଫେବୃଆରୀ ୨୦୧୪ ରେ, ହ୍ୱାଟ୍ସଆପ ଇନ୍ସକୁ ୧୯ ଆରବ୍ ଡଲାର୍ରେ କିଣିଥିଲା ।
ଇତିହାସସମ୍ପାଦନ କରନ୍ତୁ
ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ ୨୦୦୯ ମସିହାରେ ହ୍ୱାଟ୍ସଆପ ଇନ୍ସକୁ ପ୍ରତିଷ୍ଠା କରିଥିଲେ । ସେତେବେଳେ ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ, ୟାହୁ!ର କର୍ମଚାରୀ ଥିଲେ । ସେପ୍ଟେମ୍ବର ୨୦୦୭ ମସିହାରେ ସେ ଦୁହେଁ ନିଜର କର୍ମରୁ ବିରତି ନେଇ ଦକ୍ଷିଣ ଆମେରିକା ଗସ୍ତରେ ଯାଇଥିଲେ । ସେହି ସମୟରେ ସେମାନେ ଫେସବୁକରେ ନିଯୁକ୍ତି ପାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ବର୍ଜିତ ହୋଇଥିଲେ । ଜାନୁଆରୀ ୨୦୦୯ ମସିହାରେ ସେ ଏକ ଆଇ ଫୋନ୍ କିଣିଥିଲେ ଏବଂ ତାର ବୃଦ୍ଧି ହେଉଥିବା ଆପ୍ର ବ୍ୟବସାୟ ଦେଖି ସେ ଚକିତ ହୋଇଯାଇଥିଲେ । ସେମାନେ ଆଲେକ୍ସ ଫିସ୍ମ୍ୟାନ୍ଙ୍କ ସହିତ, ଆଇ ଫୋନର ଜଣେ ଉନ୍ନତିକାରକ ଆଇଗୋର୍ ସୋଲେମୋନିକୋଭ୍ଙ୍କ ମିଳିତ ଚେଷ୍ଟା ଫଳରେ ହ୍ୱାଟ୍ସଆପର ପ୍ରତିଷ୍ଠା କରିଥିଲେ ।ଜାନ୍ କୋଉମଙ୍କ ଜନ୍ମଦିନ, ଫେବୃଆରୀ ୨୪, ୨୦୦୯ରେ ହ୍ୱାଟ୍ସଆପ ଇନ୍ସକୁ କାର୍ଲିଫର୍ଣ୍ଣିଆଠାରେ ଉତ୍ପାଦାନ ଭାବେ ଅନ୍ତର୍ଭୁକ୍ତ କରିଥିଲେ । କିନ୍ତୁ ପ୍ରାରମ୍ଭରେ ହ୍ୱାଟ୍ସଆପ ଠିକ୍ ଭାବରେ ପରିଚାଳିତ ହୋଇନଥିଲା ।
ଜୁନ୍ ୨୦୦୯ରେ ଆପଲ୍ର ପୁଶ୍ ନୋଟିଫିକେସନ୍ସର ଉଦ୍ଭାବନ ହେବା ପରେ ହ୍ୱାଟ୍ସଆପର ନୂତନ ରୂପ ହ୍ୱାଟ୍ସଆପ ୨.୦ ଭାବରେ ଦେଖିବାକୁ ମିଳିଥିଲା ଏବଂ ଏହା ସହିତ ହ୍ୱାଟ୍ସଆପର ବ୍ୟବହାରକାରୀଙ୍କ ସଂଖ୍ୟା ୨୫୦,୦୦୦କୁ ବୃଦ୍ଧି ପାଇଥିଲା ।କୋଉମ ହ୍ୱାଟ୍ସଆପର ସଫଳତାକୁ ଦେଖି, ଅକ୍ଟନ ଏବଂ ୟାହୁ!ର କେତେକ ଅବସର ପ୍ରାପ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ନଭେମ୍ବର ୨୦୦୯ରେ ହ୍ୱାଟ୍ସଆପକୁ ଆଇ ଫୋନ୍ ଷ୍ଟୋର୍ରେ ଔପଚାରିକ ଭାବରେ ଆରମ୍ଭ କରିଥିଲେ । କୋଉମ ତାଙ୍କର ଏକ ବନ୍ଧୁ କ୍ରିସ୍ ଫିସ୍ମ୍ୟାନ୍ଙ୍କୁ କହି ବ୍ଲାକବେରୀ ପାଇଁ ଦୁଇ ମାସ ମଧ୍ୟରେ ହ୍ୱାଟ୍ସଆପକୁ ନିର୍ମିତ କରାଇଲେ ।
ଡିସେମ୍ବର ୨୦୦୯ରେ ଆଇ ଫୋନ୍ ମାନଙ୍କରେ ପ୍ରଚଳିତ ହେଉଥିବା ହ୍ୱାଟ୍ସଆପ, ଛବିକୁ ବାର୍ତ୍ତା ପ୍ରେରଣ ମାଧ୍ୟମରେ ପଠାଇବାର ସକ୍ଷମ ହେଲା । ଏବଂ ୨୦୧୧ ମସିହାର ଆରମ୍ଭରୁ, ହ୍ୱାଟ୍ସଆପକୁ ଆଇ ଫୋନ୍ର ଷ୍ଟୋରରେ ପ୍ରଥମ ୨୦ ମଧ୍ୟରେ ଦେଖିବାକୁ ମିଳିଥିଲା ।
ଫେବୃଆରୀ ୨୦୧୩ ମଧ୍ୟରେ ହ୍ୱାଟ୍ସଆପରେ ୨୦୦୦ ଲକ୍ଷ କ୍ରିୟାଶୀଳ ବ୍ୟବହାରକାରୀ ଏବଂ ୫୦ରୁ ଉର୍ଦ୍ଧ କର୍ମଚାରୀ ଯୋଡ଼ିହୋଇଥିଲେ । ଡିସେମ୍ବର ୨୦୧୩ ବ୍ଲଗ ପୋଷ୍ଟରେ ହ୍ୱାଟ୍ସଆପ ଦାବି କରିଥିଲା ଯେ, ପ୍ରତି ମାସ ୪୦୦୦ ଲକ୍ଷ ବ୍ୟବହାରକାରୀ ଏହି ସୁବିଧା ଉପଲବ୍ଧ କରୁଅଛନ୍ତି । ଏପ୍ରିଲ ୨୦୧୪ର କଳନା ହିସାବରେ ହ୍ୱାଟ୍ସଆପରେ ମାସିକ ୫୦୦୦ଲକ୍ଷ ବ୍ୟବହାରକାରୀ ଥିଲେ । ଏହା ସହିତ ପ୍ରତିଦିନ ହିସାବରେ ୭୦୦୦ ଲକ୍ଷ ଛବି, ୧୦୦୦ ଲକ୍ଷ ଭିଡିଓ ଏବଂ ୧୦ ଆରବ ବାର୍ତ୍ତା ହ୍ୱାଟ୍ସଆପର ବାର୍ତ୍ତା ପ୍ରେରଣକାରୀ ପ୍ରଣାଳୀ ପରିଚାଳିତ କରୁଥିଲା । ପ୍ରତିଦିନ ୨୫୦ ଲକ୍ଷ ବ୍ୟବହରକାରୀ ଏହି ସେବାରେ ଯୋଡ଼ିହେଉଛନ୍ତି । ଭାରତବର୍ଷରୁ ୬୫୦ ଲକ୍ଷ ଲୋକ ହ୍ୱାଟ୍ସଆପରେ ଏହି ତତ୍-କ୍ଷଣ ବାର୍ତ୍ତା ପ୍ରେରଣ ସେବା ଉପଭୋଗ କରୁଅଛନ୍ତି ଏବଂ ଏମାନେ ବିଶ୍ୱର ଦଶ ପ୍ରତିଶତ ବ୍ୟବହରକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ଜାନୁଆରୀ ୨୦୧୫ରେ ହ୍ୱାଟ୍ସଆପ ବିଶ୍ୱର ଅଧିକାଂଶ ବ୍ୟବହୃତ ତତ୍କ୍ଷଣ ବାର୍ତ୍ତା ପ୍ରେରଣକାରୀ ଆପ୍ ଭାବେ ପ୍ରସିଦ୍ଧ ହେଲା ।
ଫେବୃଆରୀ ୧୯, ୨୦୧୪ରେ ହ୍ୱାଟ୍ସଆପ ୧.୫ ଆରବ ଡଲାରର ଦୁଃସାହସିକ ଅର୍ଥଯୋଗାଣ କରିବାରେ ସଫଳ ହୋଇଥିଲା । ଏହି ତାରିଖରେ ଫେସବୁକ ଘୋଷଣା କରିଥିଲା ଯେ, ସେ ୧୯ ମିଲିୟନ ଆରବ ଡ଼ଲାରରେ ହ୍ୱାଟ୍ସଆପକୁ କିଣିବାକୁ ଯାଉଛି ଏବଂ ଏହା ଫେସବୁକର ବଡ ସଫଳତା ଥିଲା । ସେହି ସମୟରେ ଫେସବୁକର ହ୍ୱାଟ୍ସଆପକୁ ୧୯ ମିଲିୟନ ଆରବ ଡ଼ଲାରରେ କିଣିବା ସବୁଠାରୁ ବଡ କ୍ରୟ ଥିଲା ।
ନଭେମ୍ବର ୨୦୧୭ ମସିହାରେ ହ୍ୱାଟ୍ସଆପ ସମସ୍ତଙ୍କ ପାଇଁ ଲିଭେଇବା ଅଥବା ଡିଲେଟ ଫର ଅଲ ସେବା ଆରମ୍ଭ କରିଥିଲା[୨] । ଏହି ସେବା ବ୍ୟବହାର କରି, ବ୍ୟବହାରକାରୀ ନିଜେ ଭୁଲରେ ପଠାଇଥିବା ସନ୍ଦେଶକୁ ୭ ମିନଟ ମଧ୍ୟରେ ଫେରାଇ ଆଣି ପାରିବ ।
ହ୍ୱାଟ୍ସଆପ ନିଜର ବେଟା ସଫ୍ଟୱେରରେ ନିୟନ୍ତ୍ରିତ ଗୋଷ୍ଠୀ (ରେଷ୍ଟ୍ରିକଟେଡ଼ ଗ୍ରୁପ) ସେବାର ଆରମ୍ଭ କରିଅଛି[୩][୪] । ଯେଉଁଥିରେ ଗୋଷ୍ଠୀ ପରିଚାଳକ, ନିଜ ଇଚ୍ଛା ମୁତାବକ ଅଧିକାର ଗୋଷ୍ଟିରେ ଥିବା ବ୍ୟକ୍ତି ମାନଙ୍କୁ ଦେଇ ପାରିବେ ।
୨୦୧୮ ମସିହା ଅଗଷ୍ଟ ମାସରେ ହ୍ୱାଟ୍ସଆପ, ନିଜର ବ୍ୟାକପ ଗୁଡିକୁ ସରଙ୍କନ କରିବା ପାଇଁ ଗୁଗଲ ସାଙ୍ଗେ ହାତ ଏକ ଚୁକ୍ତି କରି ଥିଲା । ଯାହାର ଫଳ ସ୍ୱରୂପ, ନଭେମ୍ବର ୧୨ ତାରିଖରୁ ସେହି ବ୍ୟାକପ ଗୁଡିକୁ ରଖିବା ପାଇଁ, ଗୁଗଲ ଡ୍ରାଇଭରୁ ଜାଗା ଦରକାର ପଡିବନି ବୋଲି ଘୋଷଣା କରାଯାଇଥିଲା [୫] ।
ହ୍ୱାଟ୍ସଆପ ୱେବ୍ସମ୍ପାଦନ କରନ୍ତୁ
ହ୍ୱାଟ୍ସଆପ ଔପଚାରିକ ଭାବରେ କମ୍ପ୍ୟୁଟରରେ ଏକ ୱେବ୍ କ୍ଲାଏଣ୍ଟଦ୍ୱାରା ହ୍ୱାଟ୍ସଆପ ୱେବ୍ ନାମରେ ପରିଚାଳିତ ହେଉଛି । ଜାନୁଆରୀ ୨୦୧୫ର ଶେଷ ଆଡକୁ କୋଉମ ତାଙ୍କ ଫେସବୁକ ପୃଷ୍ଠାରେ ଏହା କହିଥିଲେ : "ଆମର ଓ୍ବେବ୍ କ୍ଲାଏଣ୍ଟ, ଆପଣଙ୍କ ଦୂରଭାଷ ଯନ୍ତ୍ରର ଏକ ସାଧାରଣ ବର୍ଦ୍ଧିତ ରୂପ : ଓ୍ବେବ୍ ବ୍ରାଉଜର ଆପଣଙ୍କ ଦୂରଭାଷ ଯନ୍ତ୍ରର କଥୋପକଥନ ଓ ବାର୍ତ୍ତାକୁ ପ୍ରତିଫଳିତ କରେ - ଅର୍ଥାତ ଆପଣଙ୍କ ସମସ୍ତ ବାର୍ତ୍ତା ଏବେ ମଧ୍ୟ ଆପଣଙ୍କ ଦୂରଭାଷ ଯନ୍ତ୍ରରେ ଅଛି ।" ହ୍ୱାଟ୍ସଆପ ୱେବ୍ ମାଧ୍ୟମରେ ଆମେ ନିଜର ଦୂରଭାଷ ଯନ୍ତ୍ରରେ ପୂର୍ବରୁ ନିର୍ମିତ ହ୍ୱାଟ୍ସଆପ ଖାତାକୁ ନିଜର କମ୍ପ୍ୟୁଟରର ୱେବ ବ୍ରାଉଜରରେ ଦେଖିପାରିବା । ଏହାଦ୍ୱାରା ଆମେ ନିଜର ହ୍ୱାଟ୍ସଆପ ଖାତାକୁ କମ୍ପ୍ୟୁଟରରେ ଚଳାଇପାରିବା ଏବଂ ତାର ଲାଭ ନେଇପାରିବା । ହ୍ୱାଟ୍ସଆପ ୱେବ୍ କମ୍ପ୍ୟୁଟରରେ ଅନେକ ୱେବ୍ ବ୍ରାଉଜର୍ରେ ପରିଚାଳିତ ହୋଇପାରୁଛି କିନ୍ତୁ ଏହି ସୁବିଧା ମାଇକ୍ରୋସଫ୍ଟ୍ ଇଣ୍ଟରନେଟ ଏକ୍ସପ୍ଲୋରର୍ ନାମକ ଏକ ୱେବ୍ ବ୍ରାଉଜରରେ ପରିଚାଳିତ ହେଉନାହିଁ । ଜାନୁଆରୀ ୨୧, ୨୦୧୫ ସୁଦ୍ଧା ହ୍ୱାଟ୍ସଆପ ୱେବ୍ ସେବା ଆଣ୍ଡ୍ରଏଡ୍, ଓ୍ବିଣ୍ଡୋଜ୍, ଏବଂ ବ୍ଲାକବେରୀ ବ୍ୟବହାରକାରୀକାର ମଧ୍ୟରେ ସୀମିତ ଥିଲା । କିନ୍ତୁ ପରବର୍ତ୍ତୀ କାଳରେ ଏହା ଆଇ.ଓ.ଏସ୍, ନୋକିଆ ଏସ୍୪୦, ଏବଂ ନୋକିଆ ଏସ୍୬୦ର ବ୍ୟବହାରକାରୀଙ୍କ ପାଖରେ ମଧ୍ୟ ଉପଲବ୍ଧ ହୋଇପାରିଛି ।
ଏହାର ଏକ ନୂତନ ରୂପ ହ୍ୱାଟ୍ସଆପ ଟାଇମ୍ ବେସରକାରୀ ଭାବରେ ନିର୍ମିତ ହୋଇଛି । ଏହା ଏକ ସାଧାରଣ "ଓ୍ବିନ୍ ୩୨ ଆପ୍ଲିକେସନ୍" ଯାହା କମ୍ପ୍ୟୁଟରରେ ପରିଚାଳିତ ହେବ । ଏହା ବ୍ୟତିତ, ଏହାର ଅଫିସିଆଲ ଉଇଣ୍ଡୋଜ ଆପ୍ଲିକସନ ମଧ୍ୟ ଉପଲବଦ୍ଧ ହୋଇଗଲାଣି ।
ହ୍ୱାଟ୍ସଆପ ଭିଡିଓ କଲସମ୍ପାଦନ କରନ୍ତୁ
ଅକ୍ଟୋବର ୨୦୧୬ ମସିହାରେ ହ୍ୱାଟ୍ସଆପ, ନିଜର ବହୁ ଚର୍ଚିତ ଭିଡିଓ କଲ ବ୍ୟବସ୍ତାଟି ପ୍ରଥମଥର ପାଇଁ ନିଜର ବିଟା ବ୍ୟବହାରକାରୀଙ୍କ ପାଇଁ ଆଣି ଦେଇଥିଲା । ଏହି ଭିଡିଓ କଲ ବ୍ୟବହାର କରି ବ୍ୟବହାରକାରୀ ନିଜ ବାନ୍ଧୁ ମାନଙ୍କ ସହିତ ଭିଡିଓ ମାଧ୍ୟମରେ ବାର୍ତ୍ତାଳାପ ମଧ୍ୟ କରିପାରିବ । ପ୍ରଥମ କରି ଏହି ବ୍ୟବସ୍ଥାଟି ଉଇନ୍ଡୋଜ ଫୋନରେ ଅସି ଥିଲା, ଏବଂ ଦୁଇ ଦିନ ମଧ୍ୟରେ ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଖରେ ପହାଞ୍ଚିଥିଲା ।
ହ୍ୱାଟ୍ସଆପ କ୍ରିପ୍ଟୋଗ୍ରାଫିସମ୍ପାଦନ କରନ୍ତୁ
ମଇ ମାସରେ ପ୍ରଥମ ଥର ପାଇଁ ହ୍ୱାଟ୍ସଆପରେ କ୍ରିପ୍ଟୋଗ୍ରାଫିର ବ୍ୟବହାର କରାଯାଇଥିଲା । ଏହି ପଦ୍ଧତିକୁ ଏନ୍କ୍ରିପସନ୍ ବୋଲି ମଧ୍ୟ କୁହାଯାଏ । ଏହାର ବ୍ୟବହାର ଫଳରେ, ଏହି ଅପ ମାଧ୍ୟମରେ ହୋଇଥିବା କଥା ବାର୍ତ୍ତା କେବଳ ବାର୍ତ୍ତାଳାପକାରୀଙ୍କ ମଧ୍ୟରେ ରହିଥାଏ । ହ୍ୱାଟ୍ସଆପର ଏହି ଏନ୍କ୍ରିପସନ୍ ପାଇଁ ସିଗନାଲ ପ୍ରୋଟୋକଲର ବ୍ୟବହାର ହୋଇଅଛି ।
ଏହି ପଦ୍ଧତିରେ ପ୍ରତ୍ୟକ ବାର୍ତ୍ତାଳାପରେ, ବ୍ୟବହାରକାରୀଙ୍କର ନିଜର ଏକ କୀ ଉତ୍ପତ୍ତି ହୋଇଥାଏ । ଏବଂ ସେହି ବାର୍ତ୍ତାକୁ ଏହି କୀର ବ୍ୟବହାରକରି ହିଁ ପଢି ହୁଏ ।
ଯାନ୍ତ୍ରିକ ପ୍ରୟୋଗସମ୍ପାଦନ କରନ୍ତୁ
ହ୍ୱାଟ୍ସଆପରେ ବ୍ୟବହୃତ ପ୍ରୋଗ୍ରାମ କୁଶଳୀ ଦୂରଭାଷ ଯନ୍ତ୍ରରେ ଥିବା ଠିକଣା ତାଲିକାରୁ ସ୍ୱୟଂଚାଳିତ ଭାବରେ ଦୂରଭାଷ ସଂଖ୍ୟା ତାର କୈନ୍ଦ୍ରିକ ଡାଟାବେଶ ସହ ତୁଳନା କରି ସେହି ଦୂରଭାଷ ସଂଖ୍ୟାକୁ ସେ ତାର କଣ୍ଟାକ୍ଟ ଠିକଣାରେ ଯୋଡି ଥାଏ । କେତେକ ଦ୍ୱୈତ ସିମ୍ ଦୂରଭାଷ ଯନ୍ତ୍ରରେ ଏହା ପରିଚାଳିତ ହୋଇ ପାରେନାହିଁ କିନ୍ତୁ ଅଧିକାଂଶ ଦୂରଭାଷ ଯନ୍ତ୍ରମାନଙ୍କରେ ଏହା ଠିକ ଭାବରେ ପରିଚାଳିତ ହେଉଅଛି । ଜାନୁଆରୀ ୨୦୧୫ ମସିହାରେ ହ୍ୱାଟ୍ସଆପ ତାର ଏକ ନୂତନ ରୂପକୁ ଦେଖିବାକୁ ମିଳିଥିଲା । ଏହା ଥିଲା ତାର କଥା କହିବା ସୁବିଧା ଦେବାର ରୂପ ଏବଂ ଏହା ବହୁତ ପ୍ରସିଦ୍ଧି ମଧ୍ୟ ଲାଭ କଲା ।
ମଲ୍ଟିମିଡ଼ିଆ ବାର୍ତ୍ତା ପଠାଇଲେ ସେ ଛବି ବା ଭିଡିଓଟି ପ୍ରଥମେ ଏକ ଏଚଟିଟି ପି ପହଞ୍ଚିଥାଏ ଏବଂ ତାପରେ ସେହି ଛବି ବା ବାର୍ତ୍ତାରର ଏକ ଲିଙ୍କ ଏବଂ ଥମ୍ବନେଲଟି ଅନ୍ୟ ଦୂରଭାଷ ଯନ୍ତ୍ରକୁ ପହଞ୍ଚିଥାଏ । ତାହା ସେହି ଆକାରରେ ରହିପାରିବ ବା ଯଦି ଆମେ ଚାହିଁବା ତେବେ ତାକୁ ଡାଉନଲୋଡ କରି ମଧ୍ୟ ଦେଖି ପାରିବା ।
ଦୁଇ ଜଣ ବା ତା ଠାରୁ ଅଧିକ ବ୍ୟବହାରକାରୀଙ୍କ ପାଖକୁ ଏକାସହିତ ବାର୍ତ୍ତା ପଠେଇବାପାଇଁ ହ୍ୱାଟ୍ସଆପ "ସାଇତିବା ଓ ପ୍ରେରଣ କରିବା କୌଶଳ"ର ସାହାଯ୍ୟ ନେଇଥାଏ । ଏହି ବାର୍ତ୍ତା ପ୍ରଥମେ ହ୍ୱାଟ୍ସଆପର ସର୍ଭରକୁ ଯାଏ ଓ ତା ପରେ ଅନ୍ୟ ଦୂରଭାଷ ଯନ୍ତ୍ରକୁ ପହଞ୍ଚିଥାଏ ।
ପ୍ରତିଯୋଗିତା ଓ ଅଂଶୀଦାରସମ୍ପାଦନ କରନ୍ତୁ
ହ୍ୱାଟ୍ସଆପ ଏସିଆର ଅନେକ ପ୍ରସିଦ୍ଧ ବାର୍ତ୍ତା ପ୍ରେରଣ ସେବା ପ୍ରଦାନ କରୁଥିବା ଆପ୍ ଯେପରି ଉଇ ଚାଟ୍, ଭାଇବର୍, ଲାଇନ ଭଳି ସଂସ୍ଥାମାନଙ୍କ ସହ ପ୍ରତିଯୋଗିତା କରିଆସୁଛି । ଜୁନ୍ ୧୩, ୨୦୧୩ରେ ହ୍ୱାଟ୍ସଆପ ଘୋଷଣା କରିଥିଲା ଯେ ହ୍ୱାଟ୍ସଆପ ଇଙ୍କ୍ସ୍ ପ୍ରତିଦିନ ୨୭ ଆରବ ବାର୍ତ୍ତାକୁ ପ୍ରକ୍ରିୟା କରୁଛି । ଏହା ସହିତ ହ୍ୱାଟ୍ସଆପର କଥା ହେବା ସେବା ବହୁତ ଲୋକପ୍ରିୟ ହୋଇଛି ।
ଏପ୍ରିଲ୍ ୨୦୧୪ ମସିହାରେ ହ୍ୱାଟ୍ସଆପ ୫୦୦୦ ଲକ୍ଷ ବ୍ୟବହାରକାରୀକାର ସଂଖ୍ୟ ଅତିକ୍ରମ କରିଥିଲା ।
ମେ ୨୦୧୪ ମସିହାରେ ହ୍ୱାଟ୍ସଆପ ୫୦୦ ଲକ୍ଷ ଭାରତୀୟ ବ୍ୟବହାରକାରୀଙ୍କ ସଂଖ୍ୟା ଅତିକ୍ରମ କରିଥିଲା ଏବଂ ଭାରତରେ ହ୍ୱାଟ୍ସଆପର ମାସିକ ବ୍ୟବହାରକାରୀଙ୍କ ସଂଖ୍ୟା ସବୁଠାରୁ ଅଧିକ ବୋଲି ମଧ୍ୟ ପ୍ରକାଶ ପାଇଥିଲା ।
ଅକ୍ଟୋବର ୨୦୧୪ରେ ହ୍ୱାଟ୍ସଆପ ୭୦୦ ଲକ୍ଷ ଭାରତୀୟ ବ୍ୟବହାରକାରୀକାର ସଂଖ୍ୟା ଅତିକ୍ରମ କରିଥିଲା ଯାହାକି ହ୍ୱାଟ୍ସଆପର ଦଶ ପ୍ରତିଶତ ଭାଗ ଗ୍ରହଣ କରିଥିଲା ।
ଆଧାରସମ୍ପାଦନ କରନ୍ତୁ
- ↑ "whatsapp.com Site Info". Alexa, Inc. Retrieved 10 December 2017.
- ↑ https://www.theverge.com/2017/10/30/16556838/whatsapp-delete-revoke-feature
- ↑ http://www.independent.co.uk/life-style/gadgets-and-tech/news/whatsapp-restricted-groups-admin-stop-messages-silence-everyone-else-mute-a8086546.html?
- ↑ http://wabetainfo.com/whatsapp-beta-for-android-2-17-430-whats-new/
- ↑ https://www.theverge.com/2018/8/16/17705194/whatsapp-google-drive-backups-free