ହୋସନେ ଆରା ପୁତୁଲ

ବଙ୍ଗଳାଦେଶୀ ଅଭିନେତ୍ରୀ

ହୋସନେ ଆରା ପୁତୁଲ (ବଙ୍ଗଳା: হোসনে আরা পুতুল; ହୋସନେରା ପୁତୁଲ ଭାବରେ ମଧ୍ୟ ଜଣା) ହେଉଛନ୍ତି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ପତୁଲ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ୧୯୯୪ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ୧୯୯୦ ମସିହାରେ ଏକ ଛୋଟ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ, ଯେଉଁଠୁ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା । ସେ ୧୯୯୪ ମସିହାରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ପାଇଥିଲେ ଏବଂ ଏଥି ସହିତ ପରବର୍ତ୍ତୀ ସମୟରେ ଅନେକ ପୁରସ୍କାରଦ୍ୱାରା ମଧ୍ୟ ସମ୍ମାନୀତ ହୋଇଛନ୍ତି ।

ହୋସନେ ଆରା ପୁତୁଲ
ଫାଇଲ:Putul.jpg
ପୁତୁଲ
ଜାତୀୟତାବଙ୍ଗଳାଦେଶୀ
ଅନ୍ୟ ନାମପୁତୁଲ
ବୃତ୍ତି(ସମୂହ)ମଡେଲ, ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୦-ଏବେଯାଏଁ

ପେଶା ସମ୍ପାଦନା

ହୋସନେ ଆରା ପୁତୁଲ ୧୯୯୦ ମସିହାରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ବଙ୍ଗଳାଦେଶର ଏକ କ୍ଷୁଦ୍ର ଦୂରଦର୍ଶନ ଧାରାବାହିକ କୋଥାଓ କେଉରୁ ଅଭିନୟ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ କିଛି ଛୋଟ ଛୋଟ ଧାରାବାହିକ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ କାର୍ଯ୍ୟ କରିବା ପରେ ୧୯୯୪ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ଆଗୁନେର ପରଶମନି । ତାଙ୍କର ଏହି ପ୍ରଥମ କଥାଚିତ୍ରଟି ବଙ୍ଗଳାଦେଶରେ ଅନେକ ସଫଳତା ପାଇବା ସହ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରୁସ୍କାର ମିଲିଥିଲା ।

୧୯୯୮ ମସିହାରେ ହୋସନେ ଅନ୍ୟ ଏକ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକରେ କାର୍ଯ୍ୟ କରିଥିଲେ, ଯାହାର ଶୀର୍ଷକ ଥିଲା ଗୃହସୁଖ ପ୍ରାଇଭେଟ ଲିମିଟେଡ୍ । ଏହାପରେ ହୋସନେ ୨୦୦୪ ମସିହାରେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଶ୍ୟାମଳ ଛାୟାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ମଧ୍ୟ ଅନେକ ସଫଳତା ପାଇଥିଲା, ତେଣୁ ଏହି ଚଳଚ୍ଚିତ୍ରଟି ବଙ୍ଗଳାଦେଶ ତରଫରୁ ୭୮ତମ ଆକାଡେମୀ ପୁରସ୍କାର ଉତ୍ସବ ପାଇଁ 'ଫରେନ୍ ଲାଙ୍ଗୁଏଜ୍ କାଟାଗୋରି'ରେ ଅଂଶଗ୍ରହଣ କରିବାପାଇଁ ପଠାଯାଇଥିଲା ।

୨୦୦୬ ମସିହାରେ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକ ବୋବର୍ ହଟ୍‌ରେ ହୋସନେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଚରିତ୍ରର ନାମ ଥିଲା ଖୁସ୍‌ବୁ । ଏହା ବ୍ୟତୀତ ସେ ୧୪ ଇନ୍ଚ-ଏ ଶବ୍ଦ କଲୋ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ଏହାପରେ ୨୦୧୪ ମସିହାର ଆରମ୍ଭରେ ସେ ଜୋନାକିର ଆଲୋ ନାମକ ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାକି ସଫଳ ହେବା ସହ ୮୭ତମ ଆକାଡେମୀ ପୁରସ୍କାର ପାଇଁ ବଙ୍ଗଳାଦେଶରୁ ବଛାଯାଇଥିଲା, କିନ୍ତୁ ଏହି ଚଳଚ୍ଚିତ୍ରଟି ମନୋନୀତ ହୋଇପାରିନଥିଲା । ସେହି ବର୍ଷ ସେ ରୂପକଥାର ଗଳ୍ପ କଥାଚିତ୍ରରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୦୮ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଆମାର ଆଛେ ଜଲ ଏବଂ ୨୦୧୪ ମସିହାରେ ଜୋନାକିର ଆଲୋରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

ହୋସନେ ଆରା ପୁତୁଲ ବଙ୍ଗଳାଦେଶୀ ବ୍ୟବସାୟୀ ମତିନଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି ।[୧]

ପୁରସ୍କାର ସମ୍ପାଦନା

ହୋସନେଙ୍କୁ ୧୯୯୪ ମସିହାରେ ତାଙ୍କର ପ୍ରଥମ କଥାଚିତ୍ର ଆଗୁନେର ପରଶମନି ପାଇଁ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏକ ସତନ୍ତ୍ର ପୁରସ୍କାର ମିଳିଥିଲା ।[୨]

ଆଧାର ସମ୍ପାଦନା

  1. "পুত্র সন্তানের মা হলেন পুতুল". Dhaka Times. 14 November 2015. Archived from the original on 3 November 2019. Retrieved 13 November 2018.
  2. "Putul under Shabnam Parvin's direction for first time". thedailynewnation.com. The Daily New Nation. 14 Mar 2014. Archived from the original on 16 May 2018. Retrieved 16 May 2018.

ବାହାର ଆଧାର ସମ୍ପାଦନା