ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ
ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ବା ଏଚୟୁଏସ (ଇଂରାଜୀ ଭାଷାରେ Hemolytic-uremic syndrome/ HUS) ଏକ ରକ୍ତ ରୋଗ (blood disorders) ଦଳର ନାମ ଯେଉଁଥିରେ ଆନିମିଆ, ଆକ୍ୟୁଟ ବୃକ୍କ ବିଫଳତା (acute kidney failure) ଓ ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଦେଖାଯାଏ ।[୧][୩] ରୋଗ ଆରମ୍ଭରେ ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea), ଜ୍ୱର, ବାନ୍ତି (vomiting) ଓ ଦୁର୍ବଳ ଲାଗେ ।[୧][୨] ତରଳ ଝାଡ଼ା ଉପଶମ ଆରମ୍ଭ ବେଳକୁ ପ୍ଲାଟେଲେଟ କମିଯାଏ ଓ ବୃକ୍କ ସମସ୍ୟା ଆରମ୍ଭ ହୁଏ ।[୧] ସାଧାରଣତଃ ପିଲାଙ୍କୁ ଏହି ରୋଗ ହୁଏ କିନ୍ତୁ ଯୁବକମାନଙ୍କର ରୋଗର ଫଳାଫଳ ଅତି ଖରାପ ହୁଏ ।[୨] ରୋଗ ଜଟିଳ ହେଲେ ସ୍ନାୟୁ ସମସ୍ୟା (neurological problems) ଓ ହୃଦ୍ପାତ ହୁଏ । [୧]
ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Hemolytic-uremic syndrome) | |
---|---|
Haemolytic-uraemic syndrome, thrombocytopenia and microangiopathic hemolytic anemia associated with distorted erythrocytes | |
ବିଭାଗ | ଶିଶୁରୋଗ ବିଜ୍ଞାନ (Pediatrics), nephrology |
ଲକ୍ଷଣ | କିଛି ଦିନର ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea) ପରେ ଆନିମିଆ, ବୃକ୍କ ବିଫଳତା, ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଅଳ୍ପ ଲୋହିତ ରକ୍ତ କଣିକା (low red blood cells), and ବୃକ୍କ ବିଫଳତା [୧] |
କାରଣ | (E coli O157:H7), (shigella), (salmonella) ଇତ୍ୟାଦି ଜୀବାଣୁ ସଂକ୍ରମଣ[୨] |
ବିପଦ କାରକ | ଅଳ୍ପ ବୟସ, ମହିଳା [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା ଓ ମଳ ପରୀକ୍ଷା [୩] |
ସଠିକ ରୋଗ ନିର୍ଣ୍ଣୟ | (Thrombotic thrombocytopenic purpura/ TTP), (disseminated intravascular coagulation/ DIC), (artificial heart valve)[୪] |
ଚିକିତ୍ସା | ସହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis)[୨][୧] |
Prognosis | <୨୫% ଦୀର୍ଘକାଳୀନ ବୃକ୍କ ସମସ୍ୟା [୧] |
ପୁନଃପୌନିକ | ଏକ ଲକ୍ଷରେ ୧.୫ [୫] |
ମୃତ୍ୟୁ ସାନ୍ଦ୍ରତା | <୫% ମୃତ୍ୟୁ ସଙ୍କଟ [୧] |
ଏକ ନିର୍ଦ୍ଦିଷ୍ଟ ଏସେରିକିଆ କୋଲାଇ ୦୧୫୭:ଏଚ୭ (O157:H7) ସଂକ୍ରମଣ ଯୋଗୁ ହେଉଥିବା ସଂକ୍ରାମକ ତରଳ ଝାଡ଼ା (infectious diarrhea) ପରେ ଅଧିକାଂଶ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ରୋଗ ସୃଷ୍ଟି ହୁଏ ।[୨] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ସ୍ଟ୍ରେପ୍ଟୋକୋକା ନିମୋନି (Strep. pneumoniae), ସିଗେଲା (shigella), ସାଲମୋନେଲା (salmonella), ଓ କେତେକ ଔଷଧ ଯୋଗୁ ଏହି ରୋଗ ହୁଏ ।[୧][୨][୩] ଜୀବାଣୁରୁ ସିଗା ଟକ୍ସିନ (Shiga toxin) ନିର୍ଗତ ହେବା ଯୋଗୁ ଏହି ପରିବର୍ତ୍ତନ ହୁଏ ।[୧][୨] ଜେନେଟିକ ମ୍ୟୁଟେସନ (genetic mutation) ଯୋଗୁ ଆଟିପିକାଲ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Atypical hemolytic uremic syndrome ବା aHUS) ନାମକ ରୋଗ ଅନ୍ୟ ଭାବରେ ଉପସ୍ଥାପିତ ହୁଏ ।[୧][୨] ଏହି ଦୁଇ ପ୍ରକାର ରୋଗରେ ବ୍ୟାପକ ପ୍ରଦାହ ଓ କ୍ଷୁଦ୍ର ରକ୍ତନଳୀମାନଙ୍କରେ (blood vessels) ଅନେକ ରକ୍ତ ଜମାଟ (blood clots) ହୋଇଯାଏ ଯାହାକୁ ଥ୍ରୋମ୍ବୋଟିକ ମାଇକ୍ରୋଆଞ୍ଜିଓଗ୍ରାଫି (thrombotic microangiopathy) କୁହାଯାଏ । [୬]
ସହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧][୨] ବର୍ଷକୁ ପ୍ରାୟ ୧୦୦,୦୦୦ ଲୋକରେ ୧.୫ ଜଣ ଲୋକ ଆକ୍ରାନ୍ତ ହୁଅନ୍ତି । [୫][୧] ୫% ରୋଗୀଙ୍କର ମୃତ୍ୟୁ ହୁଏ ଓ ବାକି ରୋଗୀଙ୍କ ମଧ୍ୟରେ ପ୍ରାୟ ୨୫% ରୋଗୀଙ୍କର ବୃକ୍କ ରୋଗ ସମସ୍ୟା ହୁଏ । [୧] ସନ ୧୯୫୫ରେ ଏହା ପ୍ରଥମେ ଏକ ସିଣ୍ଡ୍ରୋମ (syndrome) ଭାବରେ ସଂଜ୍ଞା ଲାଭ କଲା । [୧][୭]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Cody, EM; Dixon, BP (February 2019). "Hemolytic Uremic Syndrome". Pediatric Clinics of North America. 66 (1): 235–246. doi:10.1016/j.pcl.2018.09.011. PMID 30454746.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Hemolytic uremic syndrome". Genetic and Rare Diseases Information Center (GARD) (in ଇଂରାଜୀ). Archived from the original on 29 January 2020. Retrieved 21 November 2018.
- ↑ ୩.୦ ୩.୧ ୩.୨ Salvadori, M; Bertoni, E (6 August 2013). "Update on hemolytic uremic syndrome: Diagnostic and therapeutic recommendations". World Journal of Nephrology. 2 (3): 56–76. doi:10.5527/wjn.v2.i3.56. PMC 3832913. PMID 24255888.
{{cite journal}}
: CS1 maint: unflagged free DOI (link) - ↑ Ferri, Fred F. (2010). Ferri's Differential Diagnosis E-Book: A Practical Guide to the Differential Diagnosis of Symptoms, Signs, and Clinical Disorders (in ଇଂରାଜୀ). Elsevier Health Sciences. p. 219. ISBN 978-0323081634.
- ↑ ୫.୦ ୫.୧ Noris, M; Remuzzi, G (2009). "Atypical hemolytic-uremic syndrome". N Engl J Med. 361 (17): 1676–1687. doi:10.1056/NEJMra0902814. PMID 19846853.
- ↑ Benz, K; Amann, K (2010). "Thrombotic microangiopathy: new insights". Current Opinion in Nephrology and Hypertension. 19 (3): 242–247. doi:10.1097/MNH.0b013e3283378f25. PMID 20186056.
- ↑ Gasser C, Gautier E, Steck A, Siebenmann RE, Oechslin R (September 1955). "Hemolytic-uremic syndrome: bilateral necrosis of the renal cortex in acute acquired hemolytic anemia". Schweiz Med Wochenschr (in German). 85 (38–39): 905–9. PMID 13274004.
{{cite journal}}
: CS1 maint: unrecognized language (link)
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |