ହେମାଙ୍ଗ ବିଶ୍ୱାସ

ଭାରତୀୟ ଗାୟକ

ହେମଙ୍ଗା ବିଶ୍ୱାସ (୧୪ ଡିସେମ୍ବର ୧୯୧୨ - ୨୨ ନଭେମ୍ବର ୧୯୮୭) ଜଣେ ଭାରତୀୟ ଗାୟକ, ସଙ୍ଗୀତକାର, ଗୀତିକାର ତଥା ରାଜନେତା ଥିଲେ । ସେ ବଙ୍ଗଳା ଏବଂ ଆସାମର ସାହିତ୍ୟ ସଂରଚନା, ଲୋକ ସଙ୍ଗୀତର ପ୍ରଚାର ଆଦି ପାଇଁ ଜଣାଶୁଣା ଥିଲେ । ଲୋକଗୀତର ବିଭିନ୍ନ ଶୈଳୀକୁ ସେ ଚିତ୍ର ମାଧ୍ୟମରେ ଆଙ୍କୁଥିଲେ । ସେ ବଙ୍ଗଳାଦେଶପଶ୍ଚିମ ବଙ୍ଗରେ ପ୍ରସିଦ୍ଧ ଭାଟିୟାଲୀ ଲୋକଗୀତକୁ ଚିତ୍ର ମାଧ୍ୟମରେ ଆଙ୍କିଥିଲେ ।[୨]

ହେମାଙ୍ଗ ବିଶ୍ୱାସ
୧୯୮ରେ ବିଶ୍ୱାସ
ଜନ୍ମ(1912-12-14)୧୪ ଡିସେମ୍ବର ୧୯୧୨
ହବିଗଞ୍ଜ, ଆସାମ, ବ୍ରିଟିଶ ଭାରତ (ଏବେକାର ବଙ୍ଗଳାଦେଶ)
ମୃତ୍ୟୁ୨୨ ନଭେମ୍ବର ୧୯୮୭(୧୯୮୭-୧୧-୨୨)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସଙ୍ଗୀତକାର, ଲେଖକ, ରାଜନେତା
ବୈବାହିକ-ସାଥୀରାନୁ ଦତ୍ତ[୧]
ସନ୍ତାନ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସେ ୧୯୧୨ ମସିହାର ଡିସେମ୍ବର ୧୪ ତାରିଖରେ ବ୍ରିଟିଶ ଭାରତ ଅଧିନସ୍ଥ ସିଲହଟର ହବିଗଞ୍ଜଠାରେ (ବର୍ତ୍ତମାନ ବଙ୍ଗଳାଦେଶରେ) ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରକୁମାର ବିଶ୍ୱାସ ଓ ମାଆଙ୍କ ନାମ ସରୋଜିନୀ ବିଶ୍ୱାସ । ସେ ୧୯୨୫ରୁ ୧୯୨୭ ପର୍ଯ୍ୟନ୍ତ ସେ ଡିବ୍ରୁଗଡ଼ର ଜର୍ଜ ଇନିଷ୍ଟିଚ୍ୟୁଟ୍‌ରେ ପଢ଼ିଥିଲେ, ଯେତେବେଳେ ନିଳମଣୀ ଫୁକାନ ସେଠାରେ ପ୍ରଧାନ ଶିକ୍ଷକ ଥିଲେ । ୧୯୩୦ ମସିହାରେ ସେ ହବିଗଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ ।

୧୯୩୦ ମସିହାରେ ତାଙ୍କର ରଜନୈତିକ ଭୂମିକା ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ସେ ଇଣ୍ଡିଆନ୍ ପିପୁଲ୍ସ ଥିଏଟର ଆସୋସିଏସନ୍ ସହିତ ମଧ୍ୟ ଜଡ଼ିତ ଥିଲେ ।[୩]

ପରିବାର ସମ୍ପାଦନା

ସେ ୧୯୫୯ ମସିହାରେ ଶିକ୍ଷୟତ୍ରୀ ରାନୁ ଦତ୍ତଙ୍କୁ ବିବାହ କରିଥିଲେ । ସେମାନଙ୍କର ପୁଅ ମୟଙ୍କ ବିଶ୍ୱାସ (ଯାଦବପୁର ବିଶ୍ୱବିଦ୍ୟାଳୟର ଚଳଚ୍ଚିତ୍ର ଅଧ୍ୟୟନର ପ୍ରଫେସର ତଥା ଚଳଚ୍ଚିତ୍ର ନିର୍ମାତା) ୧୯୬୦ ମସିହାରେ ଜନ୍ମ ହୋଇଥିଲେ ଏବଂ ସେମାନଙ୍କ ଝିଅ ରଙ୍ଗିଲି ବିଶ୍ୱାସ (ଲେଖକ ତଥା ଅର୍ଥନୀତିର ପ୍ରଫେସର) ୧୯୬୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ସଙ୍ଗୀତ କାର୍ଯ୍ୟ ସମ୍ପାଦନା

 
ଦେବବ୍ରତ ବିଶ୍ୱାସ, ଓମାର ଶେଖ, ନିରଞ୍ଜନ ସେନ ଏବଂ ଅନ୍ୟମାନଙ୍କ ସହ ହେମାଙ୍ଗ ।

ସେ ଅନେକ ଲୋକପ୍ରିୟ ବଙ୍ଗାଳୀ ଗୀତ କରିଥିଲେ । ଲୋକଙ୍କ କଳାର ଆଦର୍ଶକୁ ଅନୁବାଦ କରିବାର ପଦ୍ଧତି ଉପରେ ସାଲୀଳ ଚୌଧୁରୀ ଏବଂ ତାଙ୍କ ମଧ୍ୟରେ ଏକ ତୀବ୍ର ବିତର୍କ ଆରମ୍ଭ ହୋଇଥିଲା ।[୪]

ସେ ଭୁପେନ ହଜାରିକା, ଦେବବ୍ରତ ବିଶ୍ୱାସ ଏବଂ ପିତେ ସୀଗେରଙ୍କ ସହ ଏକ ସମୂହ ସଙ୍ଗୀତ ଗାନ କରିଥିଲେ । ତାଙ୍କ ସଙ୍ଗୀତ ମାଧ୍ୟମରେ ସେ ଆଶା କରିଥିଲେ ଯେ ଜନତାଙ୍କୁ ସେମାନଙ୍କର ଅଧିକାର ପାଇଁ ସଂଗ୍ରାମ କରିବାକୁ, ସେମାନଙ୍କୁ ଏକଜୁଟ ହେବାକୁ ଏବଂ ଯେକୌଣସି ପ୍ରକାରର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଉତ୍ସାହିତ କରିବେ । ସମସ୍ତଙ୍କ ପାଇଁ ସମାନ ଅଧିକାର ହେବା ଆବଶ୍ୟକ ବୋଲି ସେ ସିଦ୍ଧାର୍ଥ ଶଙ୍କର ରାୟଙ୍କ ନେତୃତ୍ୱରେ ତତ୍କାଳୀନ କଂଗ୍ରେସ ସରକାରଙ୍କୁ ଶ୍ରମିକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବଙ୍ଗଳା ଭାଷାରେ ତାଙ୍କର ଅନୁବାଦ ରଚନା ଏବଂ ଆମ୍ର କର୍ବୋ ଜୟ, ଅଜାଡ଼ି ହୋଇନି ତୋର ଏବଂ ନେଗ୍ରୋ ଭାଇ ଅମର ଭଳି ଗୀତ ଗାଇବା ବଙ୍ଗୀୟ ବାମପନ୍ଥୀ ଆନ୍ଦୋଳନକୁ ତୀବ୍ର କରିଥିଲା ।[୫][୬]

କଥାଚିତ୍ର ସମ୍ପାଦନା

ସେ ମେଘେ ଡାକେ ତାରା (୧୯୬୦), ଲାଲନ ଫକୀର, ଉତ୍ପଳ ଦତ୍ତଙ୍କ କଲ୍ଲୋଳ ଏବଂ କୋମଳ ଗାନ୍ଧାର ଆଦି କଥାଚିତ୍ରେ ପ୍ରଚ୍ଛଦପଟ ଗାୟକ ଭାବରେ କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. "Late singer's wife found dead in pond". The Times of India. Retrieved 2019-01-21.
  2. "Jasimuddin.org". Sos-arsenic.net. Retrieved 2012-10-10.
  3. Shrivastava (2008). Broadcast Journalism. Sterling Publishers Pvt. Limited. ISBN 9788120735972.
  4. "Paper-Aesthetics and Politics". Scribd.com. 2009-07-16. Retrieved 2012-10-10.
  5. "IPTA tribute to folk artiste - Hemanga Biswas's birth centenary celebrations begin". The Telegraph (in ଇଂରାଜୀ). Kolkata. Retrieved 2019-01-21.
  6. "Death anniversary of Hemanga Biswas observed in Sylhet". The Daily Star (in ଇଂରାଜୀ). 2008-11-25. Retrieved 2019-01-21.

ବାହାର ଲିଙ୍କ୍ ସମ୍ପାଦନା