ହୁଲକ୍ ଗିବନ୍ (ଈଂରାଜୀରେ Hoolock Gibbons) ବଙ୍ଗଳାଦେଶ, ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ-ପଶ୍ଚିମ ଚୀନରେ ବସବାସ କରୁଥିବା ଏକ ବଣମଣିଷ ପ୍ରଜାତି । ଏମାନେ ହାଇଲୋବେଟଡାଏ ନାମକ ଗିବନ୍ ପରିବାରର ହୁଲକ୍ ପ୍ରଜାତିରେ ପରିଗଣିତ ହୋଇଥାନ୍ତି ।

ହୁଲକ୍ ଗିବନ୍[୧][୨]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Primates
କୁଳ: Hylobatidae
ପ୍ରଜାତି: Hoolock
ମୁଟ୍‍ନିକ୍କୋଲିନ୍ ଗ୍ରୋଭ୍‍ସ୍, ୨୦୦୫
Species

ଶାରୀରିକ ଗଠନ ଓ ଜୀବନ କ୍ରମ ସମ୍ପାଦନା

ସିଆମାଂଗ୍ ପରେ ହୁଲକ୍ ଗିବନ୍‍ମାନେ ଆକାରରେ ଦ୍ୱିତୀୟ ବୃହତ୍ ଗିବନ୍ ଶ୍ରେଣୀ । ଏମାନଙ୍କ ଉଚ୍ଚତା ପ୍ରାୟ ୬୦-୯୦ ସେଣ୍ଟିମିଟର୍ ଓ ଓଜନ ୬-୯ କିଲୋଗ୍ରାମ୍ । ଅଣ୍ଡିରା ଓ ମାଈ ଗିବନ୍‍ମାନଙ୍କ ଆକାର ପ୍ରାୟ ଏକ ପ୍ରକାରର କିନ୍ତୁ ସେମାନଙ୍କ ଶରୀରର ରଙ୍ଗରେ ପାର୍ଥକ୍ୟ ରହିଥାଏ । ଅଣ୍ଡିରା ଗିବନ୍‍ର ଶରୀର କଳା ରଙ୍ଗର ଓ ଭ୍ରୁଲତା ଧଳା ରଙ୍ଗର ହୋଇଥିବା ବେଳେ ମାଈ ଗିବନ୍‍ର ପାଉଁଶିଆ/ଧୁସରିଆ ରଙ୍ଗର ଶରୀର ଓ ଛାତି, ବେକ ଟିକେ ଗାଢ଼ ରଙ୍ଗର ହୋଇଥାଏ । ଆଖି ଓ ପାଟି ଚାରିପାଖେ ଥିବା ଧଳା ଗୋଲ ଚିହ୍ନ ଯୋଗୁଁ ଏମାନେ ମୁହଁ ଉପରେ ଏକ ମୁଖା ପିନ୍ଧିଥିବା ପରି ଦେଖାଯାଏ । ଅକ୍ସଫୋର୍ଡ୍ ଈଂରାଜୀ ଶବ୍ଦକୋଶ ଅନୁସାରେ ଈଂରାଜୀ ଶବ୍ଦ "Hoolock" ଆସାମିଆ ବା ତାହାର ନିକଟବର୍ତ୍ତୀ କୌଣସି ଭାଷାରୁ ଉଦ୍ଧୃତ ।

ଅନ୍ୟ ଗିବନ୍‍ମାନଙ୍କ ପରି ହୁଲକ୍ ଗିବନ୍‍ମାନେ ମଧ୍ୟ ଦିବାଚର ଓ ବୃକ୍ଷବାସୀ । ନିଜର ଲମ୍ବା ଲମ୍ବା ହାତ ସହାୟତାରେ ଏମନେ ଅନାୟାସରେ ଗଛରୁ ଗଛକୁ ଲମ୍ଫ ମାରି ପାରନ୍ତି । ହୁଲକ୍ ଗିବନ୍‍ମାନେ ଯୁଗଳରେ ରହନ୍ତି ଓ ସାରା ଜୀବନ ଗୋଟିଏ ସାଥୀ ପ୍ରତି ଅନୁଗତ ହୋଇ ରହିଥାନ୍ତି । ଗୋଟିଏ ଗିବନ୍ ଯୋଡ଼ି ନିଜ କ୍ଷେତ୍ର ମଧ୍ୟ ନିୟନ୍ତ୍ରଣ କରନ୍ତି । ଏମାନେ ବଡ଼ ପାଟିରେ ଶବ୍ଦ କରି ନିଜ ପରିବାରର ସଦସ୍ୟକୁ ଠାବ କରନ୍ତି ଓ ଅନୁପ୍ରବେଶକାରୀ ଗିବନ୍‍ମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି । ନାଗା ଜନଜାତି ପରି ଶିକାର ଉପରେ ନିର୍ଭରଶୀଳ ପାହାଡ଼ୀ ଲୋକେ ଏହି ଗିବନ୍‍ମାନଙ୍କ ଡାକର ଅବିକଳ ଅନୁକରଣ କରପାରନ୍ତି । ଏହି ହୁଲକ୍ ଗିବନ୍‍ମାନେ ମୁଖ୍ୟତଃ ପତ୍ର, ଫଳ ଓ ଛୋଟ ପୋକ ଯୋକ ଖାଆନ୍ତି ।

ହୁଲକ୍ ଗିବନ୍‍ର ଗର୍ଭ ଧାରଣ ସମୟ ପ୍ରାୟ ୭ ମାସ ଓ ନବଜାତ ଶାବକ ଗିବନ୍‍ର ରଙ୍ଗ କ୍ଷୀର ପରି ଧଳା ବା ପାଉଁଶିଆ ହୋଇଥାଏ । ୬ ମାସ ବୟସରେ ଅଣ୍ଡିରା ଶାବକର ଦେହର ରଙ୍ଗ ଗାଢ଼ ବା କଳା ହେବା ଆରମ୍ଭ କରେ । ମାଈ ଶାବକର ରଙ୍ଗ ପାଉଁଶିଆ ହୋଇ ରହିଯାଏ । ପ୍ରାୟ ୯ ମାସ ପରେ ହୁଲକ୍ ଗିବନ୍ ଶାବକମାନେ ପରିପକ୍ୱତା ଲାଭ କରନ୍ତି ଓ ସେମାନଙ୍କ ଶରୀରର ରଙ୍ଗ ନିଜ ପରିବର୍ତ୍ତନ ଚକ୍ରର ଶେଷ ଅବସ୍ଥାରେ ରହିଥାଏ । ହୁଲକ୍ ଗିବନ୍‍ମାନଙ୍କ ଜୀବନ କାଳ ପ୍ରାୟ ୨୫ ବର୍ଷ ।

ଅଧିବାସ ସମ୍ପାଦନା

ଉତ୍ତର-ପୂର୍ବ ଭାରତରେ ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ଓ ଦିବାଂଗ୍ ନଦୀର ପୂର୍ବ ପଟେ ହୁଲକ୍ ଗିବନ୍‍ମାନେ ବହୁ ସଂଖ୍ୟାରେ ଦେଖାଯାନ୍ତି । [୪] ହୁଲକ୍ ଗିବନ୍‍ମାନଙ୍କ ବସବାସ କ୍ଷେତ୍ର ହେଉଛି ଉତ୍ତର-ପୂର୍ବ ଭାରତର ସମଗ୍ର ସପ୍ତ ଭଗିନୀ ରାଜ୍ୟ ; ଯଥା : ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ୍ତ୍ରିପୁରା । ହୁଲକ୍ ଗିବନ୍‍କୁ ଅରୁଣାଚଳ ପ୍ରଦେଶର “ପ୍ରାଦେଶିକ ପଶୁ”ର ମାନ୍ୟତା ମିଳିଛି । [୫][୬]

ବର୍ଗୀକରଣ ସମ୍ପାଦନା

 
ପଶ୍ଚିମ ହୁଲକ୍ ଗିବନ୍
ଆସାମର ହୁଲୋଂଗାପାର ଅଭୟାରଣ୍ୟରେ ରେକର୍ଡ କରାଯାଇଥିବା ହୁଲକ୍ ଗିବନ୍‍ମାନଙ୍କ ସାମୁହିକ ଡାକ

ଗତ କିଛି ବର୍ଷ ଧରି ଗିବନ୍‍ମାନଙ୍କ ବର୍ଗୀକରଣରେ ବାରମ୍ବାର ପରିବର୍ତ୍ତନ ହୋଇଛି । ପାରମ୍ପରିକ ଭାବେ, ସିଆମାଂଗ୍ ବ୍ୟତୀତ ଅନ୍ୟ ସମସ୍ତ ଗିବନ୍‍ଙ୍କୁ ହାଇଲୋବେଟ୍‍ସ୍ (ଈଂରାଜୀରେ Hylobates) ଶ୍ରେଣୀଭୁକ୍ତ କରାଯାଇଥିଲା । କିନ୍ତୁ କେତେକ ଗବେଷଣା ପରେ ପ୍ରଥମେ Symphalangus ପ୍ରଜାତିକୁ ମିଶାଇ ଏହି ଶ୍ରେଣୀକୁ ତିନୋଟି ଉପ-ଶ୍ରେଣୀରେ ଓ ବୁନୋପିଥେକସ୍ (Bunopithecus)ର ଆବିଷ୍କାର ପରେ ଚାରୋଟି ଉପ-ଶ୍ରେଣୀରେ ବିଭକ୍ତ କରାଗଲା । ଗିବନ୍ ପରିବାରର ଏହି ଚାରୋଟି ଉପ-ଶ୍ରେଣୀକୁ ପରେ ପ୍ରଜାତି ମାନ୍ୟତା ମିଳିଲା । ତେବେ ଚୀନର ସିଜୁଆନ୍ ଅଞ୍ଚଳରେ ପୂର୍ବେ ବାସ କରୁଥିବା କିନ୍ତୁ ବର୍ତ୍ତମାନ ବିଲୁପ୍ତ ବୁନୋପିଥେକସ୍ ସେରିକସ୍ ନାମକ ଏକ ବଣମଣିଷ ହିଁ ବର୍ତ୍ତମାନ ଦୃଶ୍ୟମାନ ବୁନୋପିଥେକସ୍‍ର ମୂଳ ପ୍ରଜାତି ବୋଲି କୁହାଯାଏ । ହୁଲକ୍ ପ୍ରଜାତି ଓ ବୁ. ସେରିକସ୍ ପ୍ରଜାତି ଯଥେଷ୍ଟ ଭିନ୍ନ ବୋଲି ଜଣା ପଡ଼ିଲା ପରେ “ହୁଲକ୍” ନାମ ସ୍ୱତନ୍ତ୍ର ପ୍ରଜାତିରେ ହୁଲକ୍ ଗିବନ୍‍ମାନଙ୍କୁ ସ୍ଥାନ ଦିଆଯାଇଛି । ଏହି ପ୍ରଣାଳୀରେ ହୁଲକ୍ ଗିବନ୍‍ମାନଙ୍କ ଦୁଇ ଉପ-ପ୍ରଜାତି ପ୍ରଜାତିର ମାନ୍ୟତା ପାଇଛନ୍ତି । [୧][୨] ସଦ୍ୟ ଅନ୍ୱେଷଣରୁ ଉତ୍ତର-ପୂର୍ବ ଭାରତରେ “ମିଶ୍ମି ପାହାଡ଼ ହୁଲକ୍” (ଈଂରାଜୀରେ Hoolock hoolock mishmiensis) ନାମକ ଏକ ନୂତନ ପ୍ରଜାତି ଚିହ୍ନଟ କରଯାଇଛି । [୭] ୨୦୧୭ ମସିହାରେ ଦକ୍ଷିଣ-ପଶ୍ଚିମ ଚୀନରେ “ହୁଲକ୍ ତିଆନ୍-ଜିଂଗ୍” ନାମକ ଏକ ଉପ-ପ୍ରଜାତି ଚିହ୍ନଟ କରାଯାଇଛି ଓ ଚୀନରେ ଏହି ପ୍ରକାର ହୁଲକ୍‍ଙ୍କ ସଂଖ୍ୟା ପ୍ରାୟ ୨୦୦ ବୋଲି ଗଣନାର ଜଣା ପଡ଼ିଛି ।[୮]

ହୁଲକ୍ ଗିବନ୍‍ର ଉପ-ପ୍ରଜାତିମାନ ହେଲେ :[୨][୮]

ଆଧାର ସମ୍ପାଦନା

  1. ୧.୦ ୧.୧ Groves, C. P. (2005). "Order Primates". In Wilson, D. E.; Reeder, D. M (eds.). Mammal Species of the World: A Taxonomic and Geographic Reference (3rd ed.). Johns Hopkins University Press. pp. 178–179. ISBN 978-0-8018-8221-0. OCLC 62265494.
  2. ୨.୦ ୨.୧ ୨.୨ Mootnick, A.; Groves, C. P. (2005). "A new generic name for the hoolock gibbon (Hylobatidae)". International Journal of Primatology. 26 (26): 971–976. doi:10.1007/s10764-005-5332-4.
  3. ୩.୦ ୩.୧ Fan, P-F; He, K; Chen, X; Ortiz, A; Zhang, B; Zhao, C; Li, Y-Q,; Zhang, H-B; Kimock, C; Wang, W-Z; Groves, C; Turvey, S.T; Roos, C; Helgen, K.M; Jiang, X-L (2017). "Description of a new species of Hoolock gibbon (Primates: Hylobatidae) based on integrative taxonomy". American Journal of Primatology. Wiley Periodicals, Inc. (9999): 1–17. doi:10.1002/ajp.22631. ISSN 1098-2345. Retrieved 11 January 2017.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  4. Choudhury, A.U. (1987) Notes on the distribution and conservation of Phayre’s leaf monkey and Hoolock gibbon in India. Tigerpaper 14(2): 2-6
  5. Choudhury, A.U. (1991) Ecology of the Hoolock gibbon, a lesser ape in the tropical forests of North-eastern India. J. Tropical Ecology 7: 147-153. Cambridge.
  6. Choudhury, A.U. (2006) The distribution and status of hoolock gibbon, Hoolock hoolock, in Manipur, Meghalaya, Mizoram, and Nagaland in Northeast India. Primate Conservation 20: 79-87
  7. Choudhury, A.U. (2013) Description of a new subspecies of Hoolock gibbon Hoolock hoolock from North East India. NL. & J. the Rhino Foundation for nature in North East Indiua 9: 49-59.
  8. ୮.୦ ୮.୧ Brown, Georgia (11 January 2017). "New species of gibbon discovered in China". The Guardian.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ବଣ ମଣିଷ

ଓରାଂଗୁଟାନ୍

ଚିମ୍ପାଞ୍ଜି