ହୁମା କୁରୈଶୀ

ଭାରତୀୟ ଅଭିନେତ୍ରୀ

‌ହୁମା କୁରୈଶୀ‌ (ଜନ୍ମ: ୨୮ ଜୁଲାଇ ୧୯୮୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୧]

ହୁମା କୁରୈଶୀ
୨୦୧୩ର ଜୀ ସିନେ ଆୱାର୍ଡ଼ରେ ହୁମା
Born
ହୁମା ସଲୀମ କୁରୈଶୀ

(1986-07-28) ୨୮ ଜୁଲାଇ ୧୯୮୬ (ବୟସ ୩୭)
Nationalityଭାରତୀୟ
Alma materଦିଲ୍ଲୀ ବିଶ୍ୱବିଦ୍ୟାଳୟ
Occupation(s)ଅଭିନେତ୍ରୀ
ମଡେଲ
Years active୨୦୧୨- ଏବେଯାଏଁ
Relativesସକିବ୍ ସଲୀମ୍ (ଭାଇ)

ହୁମା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ହାସଲ କରିବା ପରେ ଥିଏଟର ଅଭିନେତ୍ରୀ ଭାବରେ ଅଭିନୟ କରିବା ସ‌ହ ମଡେଲିଂରେ ଯୋଗ ଦେଇଥିଲେ । କିଛି ଥିଏଟରରେ ଅଭିନୟ କରିବା ପରେ ହୁମା ମୁମ୍ବାଇ ଯାଇଥିଲେ ଏବଂ ଦୂରଦର୍ଶନର ବିଜ୍ଞାପନରେ ଅଭିନୟ ପାଇଁ ସେ ହିନ୍ଦୁସ୍ତାନ ଇଉନିଲିଭର ସ‌ହ ୨ବର୍ଷର ଚୁକ୍ତି କରିଥିଲେ । ସାମସଙ୍ଗ ମୋବାଇଲର ଏକ ବିଜ୍ଞାପନର ସୁଟିଂରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ହୁମାଙ୍କୁ ଦେଖିଥିଲେ ଏବଂ ତାଙ୍କର ଅଭିନୟ ଦକ୍ଷତା ପାଇଁ ତାଙ୍କ ସ‌ହ ତିନୋଟି ଚଳଚ୍ଚିତ୍ର କରିବା ପାଇଁ ଚୁକ୍ତି କରିଥିଲେ ।

୨୦୧୨ରେ ହୁମା ହିନ୍ଦୀ କଥାଚିତ୍ର ‌ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁର‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟିର ଦୁଇଟି ଭାଗରେ ହୁମା ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ହୁମାଙ୍କର ଅଭିନୟ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଥିଲା, ତନ୍ମଧ୍ୟରୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମଧ୍ୟ ମନୋନୀତ ହୋଇଥିଲେ ।ଏହି ବର୍ଷ ହୁମାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଲଭ୍ ସଭ୍ ତେ ଚିକେନ ଖୁରାନା ଏବଂ ଏକ୍ ଥି ଡାଏନ୍ ମୁକ୍ତିଲାଭ କରିଥିଲା । ଏହାପରେ ସେ ସର୍ଟସ୍, ଦେଡ଼୍ ଇସ୍କିୟା, ବଦ୍‌ଲାପୁର, ହାଇୱେ, ଜଲି ଏଲ୍ ଏଲ୍ ବି-୨ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ହୁମା ୨୮ ଜୁଲାଇ ୧୯୮୬ରେ ନୂଆ ଦିଲ୍ଲୀରେ[୨][୩] ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପା ସଲୀମ କୁରୈଶୀ ଜଣେ ରେସ୍ତେଗାଁ ମାଲିକ, ତାଙ୍କ ଅଧିନରେ କିଛି ରେସ୍ତେଗାଁ ରହିଛି ।[୫] ଏବଂ ତାଙ୍କ ମାଆ ଅମୀନା କୁରୈଶୀ ଜଣେ ଗୃହିଣୀ ।[୬][୭] ହୁମାଙ୍କର ତିନିଜଣ ଭାଇ ଅଛନ୍ତି, ତନ୍ମଧ୍ୟରୁ ସକିବ୍ ସଲୀମ୍ ମଧ୍ୟ ଜଣେ ଅଭିନେତା ।[୭][୮] ହୁମା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ହାସଲ କରିଛନ୍ତି ।[୯][୧୦] ଏହାପରେ ସେ ଏକ ଟିଏଟରରେ ଯୋଗ ଦେଇଥିଲେ । ହୁମା କିଛି ବେସରକାରୀ ସଂସ୍ଥା ସ‌ହ ଯୋଡ଼ି ହୋଇ ମଧ୍ୟ କିଛି କାର୍ଯ୍ୟ କରିଛନ୍ତି । ଜଣେ ଡକୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସ‌ହ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।[୬]

୨୦୦୮ରେ ହୁମା ମୁମ୍ବାଇ ଯାଇଥିଲେ । ଏକ ଚଳଚ୍ଚିତ୍ରର ଅଡ଼ିସନ୍ ପାଇଁ ହୁମା ମୁମ୍ବାଇ ଆସିଥିଲେ, ମାତ୍ର ସେ ଚଳଚ୍ଚିତ୍ରଟି ନିର୍ମାଣ ହୋଇପାରିନଥିଲା ।[୬] ଏହାପରେ ହୁମା ଏକ ଦୂରଦର୍ଶନ ବିଜ୍ଞାପନ ସଂସ୍ଥା ସ‌ହ ବିଜ୍ଞାପନରେ ଅଭିନୟ କରିବା ପାଇଁ ଏକ ଦୁଇବର୍ଷିୟା ଚୁକ୍ତି କରିଥିଲେ ।[୧୧] ଏହି ସମୟରେ ହୁମା ଅଭିନେତା ଅମିର ଖାଁ ଏବଂ ଶାହାରୁଖ ଖାଁଙ୍କ ଭଳି ଅଭିନେତାମାନଙ୍କ ସ‌ହ ମଧ୍ୟ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୧୧][୧୨] ସାମସଙ୍ଗ ମୋବାଇଲର ଏକ ବିଜ୍ଞାପନର ସୁଟିଂ ବେଳେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ହୁମାରକୁ ଦେଇଥିଲେ ଏବଂ ଅଭିନୟ ଦକ୍ଷତା ଦେଖି ତାଙ୍କୁ ତାଙ୍କର ଚଳଚ୍ଚିତ୍ରରେ ସୁଯୋଗ ଦେବାକୁ କ‌ହିଥିଲେ । ଏହାପରେ ଅନୁରାଗ ହୁମାଙ୍କ ସ‌ହ ତିନୋଟି ଚଳଚ୍ଚିତ୍ର କରିବା ପାଇଁ ଚୁକ୍ତି କରିଥିଲେ ।[୬]

ଅଭିନୟ ଜୀବନ ସମ୍ପାଦନା

ହୁମା ପ୍ରଥମେ ତାମିଲ ଚଳଚ୍ଚିତ୍ର ବିଲ୍ଲା-୨ ପାଇଁ ୭୦୦ ପାର୍ଥୀଙ୍କ ମଧ୍ୟରେ ଅଡ଼ିସନ ଦେଇ ବଛାଯାଇଥିଲେ । ମାତ୍ର ଚଳଚ୍ଚିତ୍ର ନିର୍ମାଣରେ ବିଳମ୍ବ ହେବାରୁ ହୁମା ସେହି ଚଳଚ୍ଚିତ୍ରରୁ ଓହରି ଯାଇଥିଲେ ।[୧୩][୧୪]

୨୦୧୨ରେ ହୁମା ଅନୁରାଗ କଶ୍ୟପଙ୍କର ଚଳଚ୍ଚିତ୍ର ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁର ଜରିଆରି ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ଉଭୟ ଭାଗରେ ହୁମା ଅଭିନୟ କରିଥିଲେ ।[୧୫] ଏହି ଚଳଚ୍ଚିତ୍ର ପାଇଁ ହୁମାଙ୍କୁ ଅନେକ ସାକାରାତ୍ମକ ମତାମତ ମିଳିଥିଲା ।[୧୬][୧୭][୧୮][୧୯][୨୦] ପ୍ରଥମ ଭାଗର ସଫଳତା ସ‌ହ ୨ୟ ଭାଗଟି ମଧ୍ୟ ସଫଳ ହୋଇଥିଲା ।[୨୧][୨୨] ଏହି ଚଳଚ୍ଚିତ୍ର ଦୁଇଟି ପାଇଁ ସେ ଅନେକ ପୁରସ୍କାର ସଭାରେ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ନବାଗତା ପାଇଁ ମୋନୋନୀତ ହୋଇଥିଲେ ।[୨୩] ଏହି ଚଳଚ୍ଚିତ୍ରର ଅଭିନୟ ହୁମାଙ୍କ ଜୀବନର ମୋଡ଼ ବଦଳେଇ ଦେଇଥିଲା ବୋଲି ହୁମା କ‌ହନ୍ତି ।[୨୪]

ସେହି ବର୍ଷ ହୁମା ଅନୁରାଗ କଶ୍ୟପଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଲଭ୍ ସଭ୍ ତେ ଚିକେନ ଖୁରାନା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୫] ଏହାପରେ ସେ ଏକ୍ ଥି ଡାଏନ୍[୨୬], ସର୍ଟସ୍[୨୭], ଦେଡ଼୍ ଇସ୍କିୟା[୨୮], ବଦ୍‌ଲାପୁର[୨୯], ହାଇୱେ[୩୦][୩୧][୩୨], ଜଲି ଏଲ୍ ଏଲ୍ ବି-୨[୩୩][୩୪] ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୨: ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁର- ୧
  • ୨୦୧୨: ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁର- ୨
  • ୨୦୧୨: ତ୍ରିଶା
  • ୨୦୧୨: ଲଭ୍ ସଭ୍ ଥେ ଚିକେନ ଖୁରାନା
  • ୨୦୧୨: ଉପନିସଦ୍ ଗଙ୍ଗା (ଦୂରଦର୍ଶନ ଧାରାବାହିକ)
  • ୨୦୧୩: ଏକ୍ ଥି ଡାଏନ୍
  • ୨୦୧୩: ସର୍ଟ୍‌ସ୍
  • ୨୦୧୩: ଡି-ଡେ
  • ୨୦୧୪: ଦେଡ଼୍ ଇସ୍କିୟା
  • ୨୦୧୫: ବଦ୍‌ଲାପୁର୍
  • ୨୦୧୫: ହାଇୱ୍ୱେ
  • ୨୦୧୫: x-ପାଷ୍ଟ ଇସ୍ ପ୍ରେଜେଣ୍ଟ
  • ୨୦୧୬: ହ୍ୱାଇଟ୍ (ମାଲାୟଲମ୍ ଚଳଚ୍ଚିତ୍ର)
  • ୨୦୧୭: ଜଲି ଏଲ୍ ଏଲ୍ ବି - ୨
  • ୨୦୧୭: ଭାଇସ୍‌ରୟସ୍ ହାଉସ୍ (ଇଂରାଜୀ ଚଳଚ୍ଚିତ୍ର)
  • ୨୦୧୭: ଦୋବାରା- ସି ୟୁ ଇଭିଲ୍
  • ୨୦୧୭: ପାର୍ଟିସନ୍ ୧୯୪୭

ଆଧାର ସମ୍ପାଦନା

  1. "Huma Qureshi to Varun Dhawan: The most promising newcomers of 2012". CNN-IBN. 12 December 2012. Archived from the original on 28 February 2014. Retrieved 8 May 2017.
  2. "Huma Qureshi at 29: 8 times the diva made fans go ooh-la-la".
  3. "Rishi Kapoor's 'joke' on Huma Qureshi earns him flak".
  4. "Huma Qureshi Biography". Koimoi. Retrieved 8 May 2017.
  5. "Huma Qureshi on life, parents and being one of a kind".
  6. ୬.୦ ୬.୧ ୬.୨ ୬.୩ Upadhyay, Karishma (7 August 2012). "Huma's home run". The Telegraph. Retrieved 8 May 2017.
  7. ୭.୦ ୭.୧ Singh, Raghuvendra (19 April 2013). "Saqib Saleem & Huma Qureshi on Acting & Sibling Rivalry". iDiva. Retrieved 8 May 2017.
  8. "I would love to start a chocolate factory: Huma Qureshi". The Times of India. 11 June 2013. Archived from the original on 3 December 2013. Retrieved 8 May 2017.
  9. "Bollywood tips: DU allows you to explore yourself, says Huma". Archived from the original on 2015-07-02. Retrieved 2017-05-08.
  10. Gupta, Priya (19 April 2013). "I am not dating Anurag Kashyap: Huma Qureshi". The Times of India. Archived from the original on 21 April 2013. Retrieved 8 May 2017.
  11. ୧୧.୦ ୧୧.୧ Loynmoon, Karishma (17 July 2012). "Who's that girl?". Filmfare. Retrieved 8 May 2017.
  12. Indo-Asian News Service (15 November 2012). "Huma Qureshi doesn't feel like an outsider in filmdom". The Express Tribune. Retrieved 8 May 2017.
  13. Srinivasan, Lata (14 May 2012). "I have no regrets: Huma Qureshi". The Times of India. Archived from the original on 29 April 2013. Retrieved 8 May 2017.
  14. "Meet Ajith's new heroine". Rediff.com. 12 April 2011. Retrieved 8 May 2017.
  15. Bhandaram, Vishnupriya (8 June 2012). "Honestly upbeat". The Hindu. Archived from the original on 31 March 2013. Retrieved 8 May 2017.
  16. "Gangs of Wasseypur". Rotten Tomatoes. Retrieved 8 May 2017.
  17. "Remember 'PERMISSION' act by Huma Qureshi & Nawazuddin Siddiqui?". Dainik Bhaskar. 26 February 2013. Retrieved 8 May 2017.
  18. Adarsh, Taran (22 June 2012). "Gangs of Wasseypur – Review". Bollywood Hungama. Retrieved 8 May 2017.
  19. "NEWBILE SIX!". The Telegraph. 8 September 2012. Retrieved 8 May 2017.
  20. Sen, Raja (19 December 2012). "Bollywood's Top Ten Debutants of 2012". Rediff.com. Retrieved 8 May 2017.
  21. Mukherjee, Madhureeta (7 August 2012). "Gangs of Wasseypur 2 – Review". The Times of India. Retrieved 8 May 2017.
  22. Adarsh, Taran (7 August 2012). "Gangs of Wasseypur 2 – Review". Bollywood Hungama. Retrieved 8 May 2017.
  23. "58th Idea Filmfare Awards nominations are here!". Filmfare. 13 January 2013. Retrieved 8 May 2017.
  24. Bhattacharya, Roshmila (17 February 2013). "Gangs to Ganges". The Telegraph. Retrieved 8 May 2017.
  25. Khilnani, Rohit (2 November 2012). "Review: Chicken Khurana is one tasty dish!". Rediff.com. Retrieved 8 May 2017.
  26. "Read the story that inspired 'Ek Thi Daayan'". CNN-IBN. 24 April 2013. Retrieved 8 May 2017.
  27. "Huma Qureshi was apprehensive to go de-glam for 'Sujata'". The Times of India. 6 July 2013. Retrieved 8 May 2017.
  28. "Huma Qureshi replaces Kangna Ranaut for 'Dedh Ishqiya'". Hindustan Times. 2 February 2013. Archived from the original on 7 April 2013. Retrieved 8 May 2017.
  29. "Huma Qureshi to play a prostitute in 'Badlapur', Yami Gautam is Varun Dhawan's wife". The Indian Express. 27 June 2014. Retrieved 8 May 2017.
  30. Khanzada, Farida (31 October 2014). "Huma Qureshi makes her Marathi film debut with Highway". The Indian Express. Retrieved 8 May 2017.
  31. "आता 'हायवे' २८ ऑगस्टला होणार रिलिज". Archived from the original on 2015-09-25. Retrieved 2017-05-08.
  32. "Highway release postponed citing technical issues".
  33. Goswami, Parismita (10 February 2017). "Jolly LLB 2 review roundup: Here's what critics have to say about Akshay Kumar's film". International Business Times. Retrieved 8 May 2017.
  34. "Jolly LLB 2 box office collection day 8: Akshay Kumar film inching towards Rs 100-crore mark". The Indian Express. 17 February 2017. {{cite news}}: |access-date= requires |url= (help)

ଅଧିକ ତ‌ଥ୍ୟ ସମ୍ପାଦନା