ମୁଖ୍ୟ ସୂଚୀ ଦେଖିବେ

ହୀରା ଅଙ୍ଗାରକ ପରମାଣୁମାନଙ୍କର ଏକ ପୁନର୍ବିନ୍ୟାସ ଅଟେ । ଗୋଟିଏ ପ୍ରକାରର ବସ୍ତୁମାନଙ୍କ ମଧ୍ୟରେ ହୀରା ହେଉଛି ସବୁଠୁ କଠିନ । ସେଥିପାଇଁ ଅନେକ ଶିଳ୍ପରେ ହୀରାକୁ କାଟିବା ଏବଂ ଚିକ୍କଣ କରିବାରେ ବ୍ୟବହାର କରାଯାଏ । ଅନେକ ହୀରା ସ୍ୱଚ୍ଛ ଥିବାବେଳେ କିଛି ହଳଦିଆ, ଲାଲ୍‌, ନୀଳ, ସବୁଜ ଓ ଗୋଲାପୀ ପରି ରଙ୍ଗୀନ ହୋଇଥାଏ । ବଡ଼ ହୀରାଗୁଡ଼ିକ ବିରଳ ଓ ଦାମୀ । ହୀରା ଅତ୍ୟନ୍ତ କଠିନ ଓ ଭଲ ଆଲୋକ ବିଚ୍ଛୁରଣ କରୁଥିବାରୁ ବହୁତ ଉପଯୋଗୀ । ଉଭୟ ପ୍ରାକୃତିକ ଓ କୃତ୍ରିମ ହୀରା ଉପଲବ୍ଧ । ପୃଥିବୀ ପ୍ରାକୃତିକ ହୀରା ତିଆରି କରେ । ମଣିଷ କୃତ୍ରିମ ହୀରା ତିଆରି କରେ । ମଣିଷ ଜାଣିଥିବା ସବୁଠାରୁ କଠିନ ପ୍ରାକୃତିକ ବସ୍ତୁ ହେଉଛି ହୀରା ।

ହୀରା
A clear octahedral stone protrudes from a black rock.
The strange octahedral shape of this diamond is normal.
General
CategoryNative Minerals
Formula
(repeating unit)
C
Strunz classification01.CB.10a
Identification
Formula mass୧୨.୦୧g·mol-1
ColorTypically yellow, brown or gray to colorless. Less often blue, green, black, translucent white, pink, violet, orange, purple and red.
Crystal habitOctahedral
Crystal systemIsometric-Hexoctahedral (Cubic)
Cleavage111 (perfect in four directions)
FractureConchoidal (shell-like)
Mohs scale hardness10
LusterAdamantine
StreakColorless
DiaphaneityTransparent to subtransparent to translucent
Specific gravity୩.୫୨±୦.୦୧
Density3.5–୩.୫୩g/cm3
Polish lusterAdamantine
Optical propertiesIsotropic
Refractive index2.418 (at 500 nm)
BirefringenceNone
PleochroismNone
Dispersion0.044
Melting pointPressure dependent
References[୧][୨]

ଗ୍ରାଫାଇଟ୍‌, କୋଇଲା ପରି ହୀରା ମଧ୍ୟ ବିଶୁଦ୍ଧ ଅଙ୍ଗାରକରୁ ତିଆରି । କିନ୍ତୁ ହୀରା ଅତ୍ୟନ୍ତ କଠିନ ଓ ସ୍ପଟିକ ଭାବେ ଉପଲବ୍ଧ ।

ହୀରାର ସୌନ୍ଦର୍ଯ୍ୟ ଯୋଗୁ ଏହା ଅଳଙ୍କାର ଭାବେ ମଧ୍ୟ ବ୍ୟବହୃତ ହୁଏ ।

ହୀରା ବିଦ୍ୟୁତ୍‌ କୁପରିବାହୀ କିନ୍ତୁ ତାପ ପରିବାହୀ ଅଟେ ।


ପୃଥିବୀ ଗହ୍ୱରରେ ପ୍ରବଳ ଚାପ ଓ ତାପଦ୍ୱାରା ହୀରା ତିଆରି ହୁଏ । ଅତି ଚାପ ଓ ତାପ ଯୋଗୁ ଏହା ତରଳରେ ପରିଣତ ହୋଇ ଆଗ୍ନେୟ ଉଦ୍ଗିରଣରେ ଭୂପୃଷ୍ଠକୁ ଆସେ ଓ ହୀରା ସ୍ପଟିକରେ ପରିଣତ ହୁଏ । (ତେଣୁ ହୀରା ଏକ ଆଗ୍ନେୟ ଶିଳା ।) ବେଳେବେଳେ ମାଗ୍ମା ସହିତ ହୀରା ଅଗ୍ନେୟଗିରିର ଉପରକୁ ଚାଲିଆସେ । ଆଗ୍ନେୟ ଉଦ୍ଗିରଣର ଅନେକ ଦିନ ପରେ ଲୋକେ ହୀରା ପାଆନ୍ତି । କେତେବେଳେ ହୀରା ଭୂମି ଉପରେ ମଧ୍ୟ ମିଳେ । କିନ୍ତୁ ଦକ୍ଷିଣ ଆଫ୍ରିକା ପରି ସ୍ଥାନରେ ଖଣି ଖୋଳିଲା ପରେ ହୀରା ମିଳେ । ହୀରା ପ୍ରଥମେ ଭାରତରେ ମିଳିଥିଲା ।

ଆଧାରସମ୍ପାଦନ କରନ୍ତୁ

  1. "Diamond". Mindat. Retrieved 2009-07-07.
  2. "Diamond". WebMineral. Retrieved 2009-07-07.

ଅନ୍ୟ ୱେବ୍‌ସାଇଟ୍ସମ୍ପାଦନ କରନ୍ତୁ