ହିମା ଦାସ
ହିମା ଦାସ (ଅସମୀୟା: হিমা দাস) (ଜନ୍ମ : ୯ ଜାନୁଆରୀ ୨୦୦୦) ଜଣେ ଭାରତୀୟ ଧାବିକା । ସେ ପ୍ରଥମ ଭାରତୀୟ ଭାବେ ୨୦୧୮ ମସିହାରେ ଆଇଏଏଫ୍ ୨୦ ବର୍ଷରୁ କମ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।[୧]
ବ୍ୟକ୍ତିଗତ ତଥ୍ୟ | |||||||||||||||
---|---|---|---|---|---|---|---|---|---|---|---|---|---|---|---|
ମାତୃଭାଷାରେ ନାମ | ହିମା ଦାସ | ||||||||||||||
ଜାତୀୟତା | ଭାରତୀୟ | ||||||||||||||
ଜନ୍ମ | ନାଗାଓଁ, ଗୌହାଟୀ, ଆସାମ | ୯ ଜାନୁଆରୀ ୨୦୦୦||||||||||||||
Sport | |||||||||||||||
ଦେଶ | ଭାରତ | ||||||||||||||
କ୍ରୀଡ଼ା | Track and field | ||||||||||||||
Event(s) | Sprints | ||||||||||||||
Coached by | ନିପନ୍ ଦାସ | ||||||||||||||
Medal record
| |||||||||||||||
Updated on ୧୪ ଜୁଲାଇ ୨୦୧୮. |
ଆଦ୍ୟ ଜୀବନ
ସମ୍ପାଦନାହିମା ଆସାମର ନାଗାଓଁଠାରେ ଜନ୍ମ ହୋଇଥିଲେ । ତାଙ୍କର ମା, ବାପା ହେଉଛନ୍ତି ଜୋନାଲୀ ଓ ରଞ୍ଜିତ୍ ଦାସ ।[୨] ଦାସ, ତାଙ୍କର ବିଦ୍ୟାଳୟ ଜୀବନ, ଗାଁ ସ୍କୁଲ୍ରେ ପୁଅମାନଙ୍କ ସହ ଫୁଟବଲ ଖେଳି ଆରମ୍ଭ କରିଥିଲେ । ସେ ଭାରତ ତରଫରୁ ଫୁଟବଲ ଖେଳିବାପାଇଁ ଚାହିଁଥିଲେ ।
ପରେ ତାଙ୍କୁ ଦୌଡ଼କୁଦରେ ଖେଳିବା ପାଇଁ ଉପଦେଶ ଆସିଥିଲା । ଏକ ଆନ୍ତ-ଜିଲ୍ଲା ପ୍ରତିଯୋଗିତାରେ ସେ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟର ନିର୍ଦ୍ଦେଶକ ତଥା ପ୍ରଶିକ୍ଷକ ନିପନ୍ ଦାସଙ୍କୁ ଦେଖା ହୋଇଥିଲେ ଓ ସେ ହିମାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ନିପନ୍ ତାଙ୍କୁ ଦୌଡ଼କୁଦକୁ ପେଶା କରିବା ପାଇଁ ତାଙ୍କ ଗାଁଠାରୁ ୧୪୦ କିମି ଦୂର ଗୌହାଟୀକୁ ସ୍ଥାନାନ୍ତରିତ ହେବାକୁ ଉପଦେଶ ଦେଇଥିଲେ । ଏହାପରେ ହିମା ସରୁସଜାଇ କ୍ରୀଡ଼ା ଅନୁଷ୍ଠାନରେ ରହି ପ୍ରଶିକ୍ଷଣ ନେଇଥିଲେ । କେବଳ ବକ୍ସିଂ ଓ ଫୁଟ୍ବଲ୍ ଥିବା ରାଜ୍ୟ ଏକାଡେମୀରେ ତାଙ୍କ ନାମ ଲେଖା ଯାଇଥିଲା । ପରେ ସେଠାରେ ଆଥ୍ଲେଟିକ୍ସ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲା ଯାଇଥିଲା ।[୩]
ପେଶା ଜୀବନ
ସମ୍ପାଦନାସେ ଫିନ୍ଲ୍ୟାଣ୍ଡ୍ର ତାମ୍ପେରେଠାରେ ଅନୁଷ୍ଠିତ ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତାର ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତା - ମହିଳା ୪୦୦, ମିଟର୍ ବିଭାଗରେ ୫୧.୪୬ ସେକେଣ୍ଡ୍ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୪][୫] ସେ ଶେଷ୍ଠ ୮୦ ମିଟର୍ରେ ୩ ଜଣ ପ୍ରତିଦ୍ୱନ୍ଦୀଙ୍କୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିବା ସହ ଇତିହାସ ସୃଷ୍ଟି କରିଥିଲେ ।
ଆନ୍ତର୍ଜାତୀୟ ପ୍ରତିଯୋଗିତା
ସମ୍ପାଦନାବର୍ଷ | ପ୍ରତିଯୋଗିତା | ପ୍ରତିଯୋଗିତା ସ୍ଥାନ | ସ୍ଥାନ | ବିଭାଗ | ନୋଟ୍ସ |
---|---|---|---|---|---|
Representing ଭାରତ | |||||
୨୦୧୮ | ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତା | ତାମ୍ପେରେ, ଫିନ୍ଲ୍ୟାଣ୍ଡ | ପ୍ରଥମ | ୪୦୦ ମି | ୫୧.୪୬ ସେକେଣ୍ଡ୍ |
୨୦୧୯ | ପୋଜନାନ ଗ୍ରାଣ୍ଡ ପ୍ରିକ୍ସ ସିଜନ | ପୋଲାଣ୍ଡ | ପ୍ରଥମ | ୨୦୦ ମି | ୨୩.୬୫ ସେକେଣ୍ଡ୍ |
୨୦୧୯ | କୁଣ୍ଟୋ ଆଥଲେଟିକ୍ ମିଟ | ପୋଲାଣ୍ଡ | ପ୍ରଥମ | ୨୦୦ ମି | ୨୩.୯୭ ସେକେଣ୍ଡ୍ |
୨୦୧୯ | କ୍ଲାଦନୋ ଆଥଲେଟିକ୍ ମିଟ | ଚେକ ରିପ୍ଲବିକ | ପ୍ରଥମ | ୨୦୦ ମି | ୨୩.୪୩ ସେକେଣ୍ଡ୍ |
୨୦୧୯ | ଟାବର ଆଥଲେଟିକ୍ସ ମିଟ | ଚେକ ରିପ୍ଲବିକ | ପ୍ରଥମ | ୨୦୦ ମି | ୨୩.୨୫ ସେକେଣ୍ଡ୍ |
୨୦୧୯ | ନୋଭେ ମେଷ୍ଟୋ ନାଦ ମେଟୁଜି ଗ୍ରାଣ୍ଡ ପ୍ରିକ୍ସ | ଚେକ୍ ରିପବ୍ଲିକ୍ରେ | ପ୍ରଥମ | ୪୦୦ ମି | ୫୨.୦୯ ସେକେଣ୍ଡ୍ |
ଆଧାର
ସମ୍ପାଦନା- ↑ "Kohli, Sachin Lead the Way as Cricketers Pay Tribute to Hima Das for Scripting History". News18. 13 July 2018. Retrieved 13 July 2018.
- ↑ http://www.espn.co.uk/athletics/story/_/id/22667482/hima-das-meteoric-rise-assam-village-gold-coast
- ↑ "Hima Das: From Assam's rice fields to becoming India's first world gold medallist on track". The Indian Express (in ଆମେରିକୀୟ ଇଂରାଜୀ). 2018-07-13. Retrieved 2018-07-13.
- ↑ "Hima Das scripts history, wins gold in 400m". The Times of India. 12 July 2018. Retrieved 13 July 2018.
- ↑ "Hima Wins Historic Gold for India". Hotstar. 13 July 2018. Archived from the original on 13 July 2018. Retrieved 13 July 2018.