ହିନ୍ଦୁ ଧର୍ମରେ ଯମୁନା
ଯମୁନା ହିନ୍ଦୁ ଧର୍ମରେ ଏକ ପବିତ୍ର ନଦୀର ନାମ ଯାହା ଗଙ୍ଗା ନଦୀର ମୂଖ୍ୟ ଉପନଦୀ । ଏହି ନଦୀକୁ ଯମୁନା ନାମରେ ହିନ୍ଦୁ ଠାକୁରାଣୀ ଭାବରେ ପୂଜା କରାଯାଏ ।[୧] କେତେକ ପୂର୍ବତନ ପୋଥିରେ ଯମୁନାଙ୍କୁ ଯମି ଓ ପରବର୍ତ୍ତୀ କାଳରେ କାଳିନ୍ଦୀ ନାମରେ ଲେଖାଯାଇଛି । ହିନ୍ଦୁ ପୋଥି ଅନୁସାରେ ଯମୁନାଙ୍କ ପିତାଙ୍କ ନାମ ସୂର୍ଯ୍ୟ ଓ ମାତାଙ୍କ ନାମ ସଞ୍ଜନା (ମେଘ ଦେବୀ) ଥିଲା । ମୃତ୍ୟୁର ଦେବତା ଯମଙ୍କର ସେ ଯମଜ ଭଉଣୀ ଥିଲେ । ଭଗବାନ କୃଷ୍ଣଙ୍କର ଅଷ୍ଟଭାର୍ଯ୍ୟା (Ashtabharya) ମଧ୍ୟରୁ ସେ ଏକ ପତ୍ନୀ ଥିଲେ ।[୨] କୃଷ୍ଣଙ୍କର ବାଲ୍ୟ କାଳରେ ନଦୀ ଭାବରେ ଯମୁନାର ବଡ଼ ଭୂମିକା ଥିଲା । ହିନ୍ଦୁ ଧର୍ମ ଅନୁସାରେ ଯମୁନା ନଦୀରେ ସ୍ନାନ କଲେ ନିଜର ଅର୍ଜିତ ସମସ୍ତ ପାପ ଧ୍ରୌତ ହୋଇଯାଏ ।
ଯମୁନା | |
---|---|
Personification of the Yamuna river | |
Devanagari | यमुना |
Sanskrit Transliteration | Yamunā |
Affiliation | Devi, ନଦୀ ଦେବୀ |
ଲୋକ | Suryaloka, Yamunotri |
Mantra | Om Yamunaaya Namah, Yamunastaka |
Symbols | Lotus |
ସ୍ୱାମୀ/ସ୍ତ୍ରୀ | କୃଷ୍ଣ |
ଭାଇଭଉଣୀ | Yama, Shani, Tapati, Revanta, Ashvins and Vaivasvata Manu |
ସନ୍ତାନଗଣ | 10 children including Shruta |
Mount | କଇଁଛ |
ପର୍ବପର୍ବାଣି | ଯମୁନା ଜୟନ୍ତୀ, ସୂର୍ଯ୍ୟ ଷଷ୍ଠୀ, ଭାଇ ଦୂଜ (Bhai Dooj) |
ମୂର୍ତ୍ତି ବିଜ୍ଞାନ
ସମ୍ପାଦନାଗୁପ୍ତ ବଂଶର ରାଜତ୍ୱ କାଳରୁ ମନ୍ଦିର କବାଟରେ ଗଙ୍ଗା ଓ ଯମୁନାଙ୍କର ମୂର୍ତ୍ତି ଦେଖିବାକୁ ମିଳେ ।[୧] ଅଗ୍ନି ପୁରାଣ ଅନୁସାରେ ଯମୁନାଙ୍କର ଦେହ ରଙ୍ଗ କଳା, ତାଙ୍କର ବାହନ ହେଉଛି କଚ୍ଛପ ଓ ସେ ତାଙ୍କର ହାତରେ ଗୋଟିଏ ଜଳ ପାତ୍ର ଧରିଥାଆନ୍ତି ।[୩] ଗୋଟିଏ ପୁରାତନ ଚିତ୍ରରେ ତାଙ୍କୁ ଗୋରା ରଙ୍ଗ ବିଶିଷ୍ଟ ଏକ ସୁନ୍ଦରୀ ମହିଳା ଭାବରେ ଦର୍ଶାଯାଇଛି ।
ପରିବାର ଓ ନାମ
ସମ୍ପାଦନାକେତେକ ପୁରାଣ ଶାସ୍ତ୍ରରେ ଯମୁନାଙ୍କୁ ସୂର୍ଯ୍ୟଙ୍କ କନ୍ୟା ଓ ଅନ୍ୟ କେତେକ ଶାସ୍ତ୍ରରେ ବ୍ରହ୍ମା ଓ ତାଙ୍କ ପତ୍ନୀ ସରଣ୍ୟୁ ବା ସଞ୍ଜନାଙ୍କର କନ୍ୟା ଭାବରେ ଲିଖିତ ଅଛି । ସଞ୍ଜନା ହେଉଛନ୍ତି ମେଘର ଦେବୀ । ମୃତ୍ୟୁର ଦେବତା ଯମଙ୍କର ଯମଜ ଭାବରେ ଯମୁନାଙ୍କୁ ଚିତ୍ରଣ କରାଯାଇଛି । ତାଙ୍କର ଭାଇମାନଙ୍କର ନାମ ଯଥାକ୍ରମେ ପ୍ରଥମ ବ୍ୟବସ୍ୱତ ମନୁ (ମାନବ), ଅଶ୍ୱିନୀ ଯମଜ ଭ୍ରାତା (ସ୍ୱର୍ଗ ଚିକିତ୍ସକ) [୪][୧] ଓ ଶନି । ସୂର୍ଯ୍ୟଙ୍କର ସେ ପ୍ରିୟ ସନ୍ତାନ ଭାବରେ ଚିତ୍ରଣ ହୋଇଛନ୍ତି । [୫] ସୂର୍ଯ୍ୟଙ୍କ କନ୍ୟା ଭାବରେ ତାଙ୍କର ସୂର୍ଯ୍ୟତନୟା, ସୂର୍ଯ୍ୟଜା ଓ ରବିନନ୍ଦିନୀ ନାମମାନ ଉଲ୍ଲେଖ ଅଛି ।[୧]
ସୂର୍ଯ୍ୟଙ୍କ ପତ୍ନୀ ସଞ୍ଜନା ତାଙ୍କର ପତିଙ୍କର ପ୍ରଚଣ୍ଡ ଉତ୍ତାପ ସହ୍ୟ କରିନପାରି ତାଙ୍କ ସମ୍ମୁଖରେ ନିଜ ଚକ୍ଷୁ ଦ୍ୱୟ ବନ୍ଦ କରିଦେବାରୁ କ୍ରୋଧାନ୍ୱିତ ହୋଇ ସୂର୍ଯ୍ୟ କହିଲେ, “ତୁମର ସନ୍ତାନ କଳା ରଙ୍ଗର ହେବ ଓ ତାଙ୍କୁ ଯମ କୁହାଯିବ ।” ତା’ପରେ ସଞ୍ଜନା ତାଙ୍କୁ ଖୋଲା ଆଖିରେ ଦେଖିବାକୁ ଚେଷ୍ଟା କଲାବେଳେ ଆଖି ମିଟି ମିଟି ହୋଇଗଲା । ପୁନଶ୍ଚ ସୂର୍ଯ୍ୟ କ୍ରୋଧରେ କହିଲେ, “ତୁମର କନ୍ୟାର ନାମ ଯମୁନା ହେବ ।” ଖୋଲା ଆଖି ରଖିଥିବାରୁ ଯମୁନା ସଦାସର୍ବଦା ଦେବୀ ରୂପରେ ଚିରକାଳ ପୂଜ୍ୟ ହୋଇ ରହିବାକୁ ଆଶୀର୍ବାଦ ଦେଲେ ।
ଯମଙ୍କର ରଙ୍ଗ କଳା ଥିବାରୁ ତାଙ୍କ ଭଉଣୀ ଭାବରେ ତାଙ୍କୁ କାଳିନ୍ଦୀ ନାମକରଣ ହୋଇଥିବା ଅନୁମାନ କରାଯାଏ ।[୪] ଅନ୍ୟ ଏକ ଉତ୍ସରୁ ଜଣାଯାଏ କାଳିନ୍ଦ ପର୍ବତରୁ ବାହାରିଥିବାରୁ ତାଙ୍କ ନାମ କାଳିନ୍ଦୀ ହୋଇଛି ।[୬] ଯମୁନା ରଙ୍ଗ ପ୍ରଥମେ ସ୍ୱଚ୍ଛ ଥିଲା । ସତୀ ବିରହରେ ମ୍ରିୟମାଣ ହୋଇ ଶିବ ଅବଶେଷରେ ଯମୁନା ନଦୀଜଳ ମଧ୍ୟକୁ ଝାସ ଦେଇଥିଲେ । ତାଙ୍କର ଦୁଃଖ ଓ ଅପୂରଣୀୟ କାମନା ଥାଇ ଜଳରେ ଝାସ ଦେବାରୁ ଜଳର ରଙ୍ଗ କଳା ହୋଇଗଲା ।
ଯମ ସହିତ ନାମ
ସମ୍ପାଦନା‘ଓ ଫ୍ଲାହେର୍ଟି’ଙ୍କ ଲେଖା ଅନୁସାରେ ବେଦ (ବେଦ) ବିଶ୍ୱାସରେ ଯମଙ୍କ (ଯମ) ଯମଜ ଭଉଣୀଙ୍କର ନାମ ଯମି ଥିଲା । ଯମ ଓ ଯମି ଦୁହେଁ ଠାକୁର ଥିଲେ ।[୭] ଯମ ମୃତ୍ୟୁର ଦେବତା ଥିଲେ ଓ ଅନ୍ୟ ପକ୍ଷରେ ଯମି ଜୀବନ ଦେବୀ ଥିଲେ ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Dalal 2010, p. 398.
- ↑ Mani, Vettam (1975). Puranic Encyclopaedia: a Comprehensive Dictionary with Special Reference to the Epic and Puranic Literature. Motilal Banarsidass Publishers. p. 62. ISBN 978-0-8426-0822-0.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Mani894
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୪.୦ ୪.୧ Bhattacharji 1998, p. 9.
- ↑ Bhattacharji 1998, p. 11.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Mani375
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Bhattacharji 1970, p. 177.
- ↑ Conway 1994, p. 64.