ହାଲୋଥେନ (ଇଂରାଜୀ ଭାଷାରେ Halothane, ବିକ୍ରୟ ନାମ Fluothane) ଏକ ସର୍ବାଙ୍ଗ ନିଶ୍ଚେତକ (general anesthetic) । ନିଶ୍ଚେତନ (anaesthesia) ଆରମ୍ଭ କରିବାକୁ ବା ଚାଲୁ ରଖିବାକୁ ଏହା ବ୍ୟବ‌ହାର କରାଯାଇପାରେ । ଏହାର ଅନେକ ସୁବିଧା ମଧ୍ୟରେ ଅଧିକ ଲାଳ (saliva) ତିଆରି ନ କରିବା ଏକ ମୂଖ୍ୟ ସୁବିଧା ଯାହା ଇନଟ୍ୟୁବେସନ (intubate, ଶ୍ୱାସନଳୀରେ ନଳି ଭର୍ତ୍ତି କରିବା) ନିମନ୍ତେ ସୁବିଧା ହୁଏ । ଆଘ୍ରାଣ (inhalation) ମାଧ୍ୟମରେ ଏହା ଦିଆଯାଏ । [୨]

ହାଲୋଥେନ
Clinical data
AHFS/Drugs.comFDA Professional Drug Information
Pregnancy
category
  • C
Routes of
administration
inhalation
ATC code
Pharmacokinetic data
MetabolismHepatic (CYP2E1[୧])
Excretionkidney, respiratory
Identifiers
  • 2-Bromo-2-chloro-1,1,1-trifluoroethane
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.270 Edit this at Wikidata
Chemical and physical data
FormulaC2HBrClF3
Molar mass197.381 g/mol
3D model (JSmol)
  • C(C(F)(F)F)(Cl)Br
  • InChI=1S/C2HBrClF3/c3-1(4)2(5,6)7/h1H checkY
  • Key:BCQZXOMGPXTTIC-UHFFFAOYSA-N checkY
  (verify)

ହାଲୋଥେନର ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍‌ସ୍ପନ୍ଦନ (irregular heartbeat), ଶ୍ୱାସକ୍ରିୟା ଅଧୋଗତି (decreased effort to breathe ବା respiratory depression) ଓ ଯକୃତ ସମସ୍ୟା (liver problems) ହୋଇପାରେ । ପରଫିରିଆ ରୋଗ ଥିଲେ ବା ପରିବାରରେ ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia) ରୋଗର ଇତିହାସ ଥିଲେ ଏହି ଔଷଧ ଦିଆଯାଏ ନାହିଁ । [୨] ଗର୍ଭାବସ୍ଥାରେ ଶିଶୁ ଉପରେ ଏହାର ପ୍ରଭାବ ସ୍ପଷ୍ଟ ହୋଇନାହିଁ ଓ ସିଜରିଆନ ସେକସନ (cesarean section) ଅପରେଶନରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ ।[୩]

ସନ ୧୯୫୫ରେ ହାଲୋଥେନ ଆବିଷ୍କୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୫୦ ମି:ଲି: ବୋତଲ କ୍ରୟ ମୂଲ୍ୟ ୨୨ରୁ ୫୨ ଡଲାର ଆମେରିକୀୟ ଡଲାର ।[୬] ବିକଶିତ ଦେଶମାନଙ୍କରେ ଏହି ଔଷଧ ବଦଳରେ ନୂଆ ସେଭୋରୋଫ୍ଲୁରେନ (‌sevoflurane) ଉପଲବ୍‌ଧ କରାଯାଉଛି ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳୁନାହିଁ ।[୩]

ଆଧାର ସମ୍ପାଦନା

  1. DrugBank: DB01159 (Halothane)
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. pp. 17–18. ISBN 9789241547659. Retrieved 8 December 2016.
  3. ୩.୦ ୩.୧ "Halothane - FDA prescribing information, side effects and uses". www.drugs.com. June 2005. Retrieved 13 December 2016.
  4. Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Halothane". International Drug Price Indicator Guide. Retrieved 13 August 2015.[permanent dead link]
  7. Yentis, Steven M.; Hirsch, Nicholas P.; Ip, James (2013). Anaesthesia and Intensive Care A-Z: An Encyclopedia of Principles and Practice (in ଇଂରାଜୀ) (5 ed.). Elsevier Health Sciences. p. 264. ISBN 9780702053757.