ହାର୍ନିଆ

କୌଣସି ଅଙ୍ଗ, ଯେପରିକି ଖାଦ୍ୟନଳୀ, ତାହାର ସାଧାରଣ ରହିବା ଯାଗାରୁ ସ୍ଥାନ‌ଚ୍ୟୁତ ହୋଇ ଅନ୍ୟ ଯାଗାକୁ ପ୍ରସ୍ଥାନ କରେ

ହାର୍ନିଆ ନାମ ଦିଆଯାଏ ଯେତେବେଳେ କୌଣସି ଅଙ୍ଗ, ଯେପରିକି ଖାଦ୍ୟନଳୀ, ତାହାର ସାଧାରଣ ରହିବା ଯାଗାରୁ ସ୍ଥାନ‌ଚ୍ୟୁତ ହୋଇ ଅନ୍ୟ ଯାଗାକୁ ପ୍ରସ୍ଥାନ କରେ । [୧] ବିଭିନ୍ନ ପ୍ରକାର ହାର୍ନିଆ ଦେହରେ ହୁଏ । ସାଧାରଣତଃ ଏହା ଗ୍ରଏନ (groin) ବା ଉଦରର ଉରୁମୂଳରେ ହୁଏ । [୨] ଉରୁମୂଳରେ ଦୁଇପ୍ରକାର ହାର୍ନିଆ ହୋଇପାରେ ଯଥା ଇଙ୍ଗୁଇନାଲ ହାର୍ନିଆ, ଯାହା ଅଧିକ ଅଧିକ ଦେଖାଯାଏ ଓ ଫିମୋରାଲ ହାର୍ନିଆ[୧] ଅନ୍ୟ କେତେକ ହାର୍ନିଆମାନଙ୍କର ନାମ: ହିଆଟସ ହାର୍ନିଆ, ଇନସିସନାଲ ହାର୍ନିଆ ଓ ଅମ୍ବିଲିକାଲ ହାର୍ନିଆ । [୨] ଗ୍ରଏନ ହାର୍ନିଆରେ ୬୬% ଲୋକଙ୍କର ଲକ୍ଷଣ ବାହାରେ । ଏହାର ଲକ୍ଷଣ ମଧ୍ୟରେ କାଶ, ବ୍ୟାୟାମ ଓ ମଳତ୍ୟାଗ ବେଳେ ହାର୍ନିଆ ଥିବା ସ୍ଥାନରେ ଯନ୍ତ୍ରଣା ହୁଏ । ଅଧିକାଂଶ ସମୟରେ ଦିନସାରା କଷ୍ଟ ହୁଏ ଓ ତଳେ ଗଡ଼ିପଡ଼ିଲେ କମିଯାଏ । ହାର୍ନିଆ ସ୍ଥାନରେ ଫୁଲା ଦେଖାଯାଏ ଯାହା ଯୋରରେ କୁନ୍ଥେଇଲେ ବଢ଼ିଯାଏ । ବାମ ପାଖ ଅପେକ୍ଷା ଡାହାଣ ପାଖରେ ବେଶୀ ଗ୍ରଏନ ହାର୍ନିଆ ହୁଏ । ଏହି ରୋଗରେ ମୂଖ୍ୟ ଚିନ୍ତାର ବିଷୟ ହେଉଛି ସ୍ଟ୍ରାଙ୍ଗୁଲେସନ; ଯେଉଁଥିରେ ଅଙ୍ଗର କିଛି ଅଂଶ ଚିପି ହୋଇଯାଏ ଓ ସେଥିଯୋଗୁ ରକ୍ତନଳୀ ଚିପି ହୋଇ ସେହି ଅଙ୍ଗକୁ ରକ୍ତ ସରବରାହ ହୋଇ ପାରେନାହିଁ । ସ୍ଟ୍ରାଙ୍ଗୁଲେସନ ହେଲେ ପ୍ରବଳ ଯନ୍ତ୍ରଣା ହୁଏ ଓ ଦରଜ ହୋଇଯାଏ । [୧] ହିଆଟସ ହାର୍ନିଆ ରୋଗ ହେଲେ ଛାତି ଜଳାପୋଡ଼ା ହୁଏ, ଛାତି ଯନ୍ତ୍ରଣା ହୁଏ ବା ଖାଇବା ବେଳେ କଷ୍ଟ ହୁଏ । [୩]

ହାର୍ନିଆ
Inguinalhernia.gif
ଗୋଟିଏ ପାର୍ଶ୍ୱରୁ ଇନ‌ଡାଇରେକ୍ଟ ହାର୍ନିଆର ଚିତ୍ର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGeneral surgery
ଆଇସିଡ଼ି-୧୦K40.-K46.
ଆଇସିଡ଼ି-୯-ସିଏମ୍550-553
ମେଡ଼ିସିନ-ପ୍ଲସ000960
ଇ-ମେଡ଼ିସିନemerg/251 ped/2559
MeSHD006547

ହାର୍ନିଆ ସୃଷ୍ଟି ନିମନ୍ତେ ସଙ୍କଟ କାରକ ନାମ: ଧୁମ୍ରପାନ, କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରୀ ଡିଜିଜ, ମୋଟାପା, ଗର୍ଭାବସ୍ଥା, ପେରିଟୋନିଆଲ ଡାଏଲିସିସ, କୋଲାଜେନ ଭାସ୍କୁଲାର ଡିଜିଜ, ପୂର୍ବରୁ ହୋଇଥିବା ଆପେଣ୍ଡିକସ ଅପରେଶନ[୧][୩][୪] ଆଂଶିକ ଭାବରେ ଜେନେଟିକ ପ୍ରଭାବ ଓ ଅଧିକାଂଶ କେଶରେ ପାରିବାରିକ ହାର୍ନିଆ ଉପରେ ଥାଏ । ଓଜନିଆ ଜିନିଷ ଉଠାଇଲେ ଏହା ହେବା ନିଶ୍ଚିତ ନୁହେଁ । ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ବେଳେ ବେଳେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ ଓ ଏହାଦ୍ୱାରା ଅନ୍ୟ କୌଣସି ରୋଗ ସମ୍ଭାବନାକୁ ଦୂର କରାଯାଏ । [୧] ଏଣ୍ଡୋସ୍କୋପିଦ୍ୱାରା ହିଆଟସ ହାର୍ନିଆ ନିର୍ଣ୍ଣୟ କରାଯାଏ । [୩]

ପୁରୁଷଙ୍କର ଗ୍ରଏନ ହାର୍ନିଆ ଲକ୍ଷଣବିହୀନ ଥିବାରୁ ମରାମତି ଆବଶ୍ୟକ ହୁଏ ନାହିଁ । ମହିଳାଙ୍କର ଫିମୋରାଲ ହାର୍ନିଆ ଅଧିକ ହୁଏ ଓ ଜଟୀଳତା ଅଧିକ ଦେଖାଯାଉଥିବାରୁ ମରାମତି ଆବଶ୍ୟକ ହୁଏ । ସ୍ଟ୍ରାଙ୍ଗୁଲେସନ ହେଲେ ତୁରନ୍ତ ଅପରେଶନ କରାଯାଏ । ବିନା ଜେନେରାଲ ଆନେସଥେସିଆରେ ଲୋକାଲ ଆନେସଥେସିଆ ଦେଇ ଖୋଲା ଅପରେଶନ କରିହୁଏ । ଲାପାରୋସ୍କୋପିକ ଅପରେସନ ପଦ୍ଧତି ପରେ କମ ଯନ୍ତ୍ରଣା ହୁଏ । [୧] ହିଆଟସ ହାର୍ନିଆ ନିମନ୍ତେ ଯିବନ‌ଚର୍ଯ୍ୟାରେ ପରିବର୍ତ୍ତନ କରାଯାଏ ଯେପରିକି ବିଛଣାର ମୁଣ୍ଡପାଖ ଟେକି ଦିଆଯାଏ, ରୋଗୀର ଓଜନ ହ୍ରାସ କରାଯାଏ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଅଣାଯାଏ । ଏଚ୨ ବ୍ଲିକର କିମ୍ବା ପ୍ରୋଟୋନ ପମ୍ପ ଇନହିବିଟର ଭଳି ଔଷଧ ଦିଆଯାଏ ହିଆଟସ ହାର୍ନିଆ ନମନ୍ତେ ଦିଆଯାଏ । ଏତଦ୍ୱାରା କିଛି ଉନ୍ନତି ନ ହେଲେ ଲାପାରୋସ୍କୋପିକ ଫଣ୍ଡିପ୍ଲିକେସନ ଅପରେଶନ କରାଯାଏ । [୩]

ପ୍ରାୟ ୨୭% ପୁରୁଷ ଓ ୩ % ମହିଳାଙ୍କ ଜୀବନର କୌଣସି ନା କୌଣସି ସମୟରେ ହାର୍ନିଆ ହୁଏ । [୧] ଏକ ବର୍ଷ ପୂର୍ବରୁ ଓ ୫୦ ବର୍ଷ ପରେ ଗ୍ରଏନ ହାର୍ନିଆ ହୁଏ । [୪] ସନ ୧୯୯୦ରେ ହାର୍ନିଆ ଯୋଗୁ ୫୫,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୫୧,୦୦୦ ମୃତ୍ୟୁ ହୋଇଥିଲା । [୫] ଉତ୍ତର ଆମେରିକାରେ ୧୦ରୁ ୮୦ % ହିଆଟସ ହାର୍ନିଆ ହୁଏ କିନ୍ତୁ ଅନ୍ୟ ସ୍ଥାନରେ ଏହାର ହାର ଜଣାଯାଇନାହିଁ । [୩] ଏହି ରୋଗ ବିଷୟରେ ଇଜିପ୍ଟରେ ଏବରସ ପାପିରସ ଉପରେ ପ୍ରଥମେ ଲେଖାଯାଇଥିଲା । [୬]


କାରଣସମ୍ପାଦନ କରନ୍ତୁ

ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ଜୋର କୁନ୍ଥାଣ, ପେଟକୁ ଅତି ଜୋରରେ ଆଘାତ, ଅସ୍ୱାଭାବିକ ଅଙ୍ଗଭଙ୍ଗିମା, ଅତ୍ୟଧିକ ଓଜନ ଉଠେଇବା ଯୋଗୁ ହାର୍ନିଆ ହୁଏ । ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହାଦ୍ୱାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ [୭] । ଅତ୍ୟଧିକ ପରିଶ୍ରମ, ଦୂର୍ବଳ ସ୍ୱାସ୍ଥ୍ୟ ଓ ଧୂମ୍ରପାନ କଲେ ମଧ୍ୟ ହାର୍ନିଆ ଦେଖାଯାଏ । ଶରୀରତତ୍ୱବିତ ମତ ଅନୁସାରେ ଟ୍ରାନ୍ସଭର୍ସସ ଆବଡୋମିନିସର ଆପୋନିଉରୋସିସରେ କିଛି ଗଠନ ମୂଳକ ତ୍ରୁଟି ଥିବା ଯୋଗୁ ହାର୍ନିଆ ହୁଏ [୮]

ଚିହ୍ନ ଓ ଲକ୍ଷଣସମ୍ପାଦନ କରନ୍ତୁ

ସାଧାରଣତଃ ପେଟରେ ଅଧିକ ହାର୍ନିଆ ଦେଖାଯାଏ । ପେଟରେ ଥିବା ବିଭିନ୍ନ ସ୍ତର କାନ୍ଥରେ ବେଳେ ବେଳେ କ୍ଷୁଦ୍ର ଦୁର୍ବଳତା ବା କଣା ରହିଯାଏ । ଚର୍ବି ବା ପେଟର ଅଙ୍ଗ ଯଥା ଅନ୍ତ ନଳୀ ତାହାର ପେରିଟୋନିଅମ ଘୋଡ଼ଣି ସହ ସେହି ଦୁର୍ବଳ ପଥ ଦେଇ ସ୍ଥାନଚ୍ୟୁତ ହୁଏ ଓ ପେଟ କାନ୍ଥର ଅନ୍ୟ ସ୍ତରମାନଙ୍କ ମଧ୍ୟରେ ରହେ । ସମୟକ୍ରମେ ଏହା ଅଧିକରୁ ଅଧିକ ନିଜ ସ୍ଥାନରୁ ବାହାରି ଆସେ । ଏହି ଭଳି ହାର୍ନିଆ ମେଡ଼ିଆସ୍ଟାଇନମଠାରେମେରୁଦଣ୍ଡରେ ମଧ୍ୟ ଦେଖାଯାଏ ।
ହାର୍ନିଆ ହୋଇଥିବା ଅଂଶ ନିଜ ସ୍ଥାନକୁ ଫେରିଯାଇପାରେ ଓ ଆଉଥରେ ବାହାରି ଆସିପାରେ । ହାର୍ନିଆ ହେବା ସ୍ଥାନରେ ସାମାନ୍ୟ କଷ୍ଟ ହୁଏ ଓ ଗୋଟିଏ ଫୁଲା ଦେଖାଯାଏ । ହାର୍ନିଆରେ ଅନ୍ତ ନଳୀ ଥିଲେ ଅଟକି ଯିବା ସମ୍ଭାବନା ଥାଏ ଓ ଏପରି ହେଲେ ତାହାର ଧମନୀ ଚିପି ହୋଇ ରକ୍ତ ସରବରାହ ବନ୍ଦ ହୋଇଯାଏ । ଏହାକୁ ସ୍ଟ୍ରାଙ୍ଗୁଲେଟେଡ ହାର୍ନିଆ କୁହାଯାଏ ଓ ଏତିକି ବେଳେ ଜର, ବାନ୍ତି ମଧ୍ୟ ହୁଏ । ଏତିକି ବେଳେ ଅତ୍ୟଧିକ ଯନ୍ତ୍ରଣା ଓ ଦରଜ ହୁଏ ଏବଂ ତନ୍ତୁ ମରିଯିବା ସମ୍ଭାବନା ସୃଷ୍ଟି ହୁଏ । ଇଙ୍ଗୁଇନାଲ ହାର୍ନିଆ ହେଲେ କୋଷର ଉପର ପାର୍ଶ୍ୱରେ ଫୁଲା ଦେଖାଯାଏ ଓ ସମୟକ୍ରମେ ତଳକୁ ଖସିବାକୁ ଲାଗେ । କୋଷ ମଧ୍ୟରେ ଉପରୁ ତଳକୁ ଗୋଟିଏ କିଛି ଟାଣି ହୋଇଯିବା ଭଳି ଲାଗେ[୯] । ହାର୍ନିଆ ନିଜ ସ୍ଥାନକୁ ଫେରି ନ ପାରିଲେ ତାହାକୁ ଇରୁଡିଇସିବ୍ଲ ହାର୍ନିଆ କୁହାଯାଏ । ଏହା ଏକ ଯାନ୍ତ୍ରଣାଦାୟକ ଅବସ୍ଥା ।
ଡାଏଫ୍ରାମାଟିକ୍ ହାର୍ନିଆ ଭଳି ହାର୍ନିଆ ଯାହା ହାତ ପାହାନ୍ତାରେ ନ ଥାଏ ତାହାକୁ ଜାଣିବା ନିମନ୍ତେ ମଲ୍ଟିଡିଟେକ୍ଟର ସି.ଟି. ଆବଶ୍ୟକ ହୁଏ । [୧୦]

ରୋଗ ନିର୍ଣ୍ଣୟସମ୍ପାଦନ କରନ୍ତୁ

ଇଙ୍ଗୁଇନାଲ ହାର୍ନିଆସମ୍ପାଦନ କରନ୍ତୁ

 
An incarcerated inguinal hernia as seen on CT
Hernia
 
X-ray of colonic herniation
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgeneral surgery[*]
ଆଇସିଡ଼ି-୧୦K40.-K46.
ଆଇସିଡ଼ି-୯-ସିଏମ୍550-553
ମେଡ଼ିସିନ-ପ୍ଲସ000960
ଇ-ମେଡ଼ିସିନemerg/251 ped/2559
MeSHD006547

ପେଟରେ ହେଉଥିବା ହାର୍ନିଆ ମଧ୍ୟରେ କୋଳସନ୍ଧି ହାର୍ନିଆ ସବୁଠାରୁ ଅଧିକ (୭୫ %) ଦେଖାଯାଏ । ଏଠାରେ ଦୁଇ ପ୍ରକାର ହାର୍ନିଆ ଦେଖାଯାଏ । ଇନ୍‌ଡାଇରେକ୍ଟ ହାର୍ନିଆ (୨/୩ ଭାଗ) ଓ ଡାଇରେକ୍ଟ ହାର୍ନିଆ । ଇଙ୍ଗୁଇନାଲ ସ୍ଥାନରେ ଗୋଟିଏ କେନାଲ ଥାଏ ଯାହାକୁ ଇଙ୍ଗୁଇନାଲ କେନାଲ କହନ୍ତି । ଏହି କେନାଲର ପଛ କାନ୍ଥରେ ଦୁର୍ବଳ ଅଂଶ ଥିଲେ ସେହି ଅଂଶ ମଧ୍ୟ ଦେଇ କେନାଲ ମଧ୍ୟକୁ କ୍ଷୁଦ୍ର ଅନ୍ତ ନଳୀ ପ୍ରବେଶ କରେ ଓ ଅଧିକ ପ୍ରବେଶ କଲେ କୋଷ ମଧ୍ୟକୁ ପ୍ରବେଶ କରେ । ଡାଇରେକ୍ଟ ହାର୍ନିଆ କେନାଲ ମଧ୍ୟରେ ପ୍ରବେଶ କରେ ନାହିଁ । ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ହାର୍ନିଆ ହୁଏ । ଅନେକ ହାର୍ନିଆ ଅପରେଶନ ଆବଶ୍ୟକ କରେ ।

ଫିମୋରାଲ ହାର୍ନିଆସମ୍ପାଦନ କରନ୍ତୁ

ଏହା ଇଙ୍ଗୁଇନାଲ ଲିଗାମେଣ୍ଟ ତଳ ଭାଗରେ ହୁଏ । ଫିମୋରାଲ କେନାଲ ପଛ କାନ୍ଥରେ ଦୁର୍ବଳ ସ୍ଥାନୀୟ ଅଂଶ ଥିଲେ ସେହି ପଥ ଦେଇ ପେଟର କୌଣସି ଅଂଶ ପ୍ରବେଶ କରେ । ଏହି ହାର୍ନିଆ ପ୍ରାୟ ଗୋଲାକାର ଥାଏ ଓ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଏହି ହାର୍ନିଆରେ ସ୍ଟ୍ରାଙ୍ଗୁଲେସନ ବା ଚିପି ହୋଇଯିବା ଅଧିକ ଦେଖାଯାଏ ।

ନାଭି ହାର୍ନିଆସମ୍ପାଦନ କରନ୍ତୁ

ଏହି ହାର୍ନିଆ ନାଭି ପଥ ଦେଇ ପ୍ରବେଶ କରେ । ମୋଟା ମଣିଷ ଓ ଗର୍ଭବତୀ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ ।

ଇନ୍‌ସିସନାଲ ହାର୍ନିଆସମ୍ପାଦନ କରନ୍ତୁ

ପେଟ କଟା ହୋଇ ଅପରେଶନ ପରେ ଯଦି ଭଲ ଭାବରେ ରିପେୟାର କରା ନ ଯାଇଥାଏ ବା ଘାଆ ଭଲ ଭାବରେ ଶୁଖି ନ ଥାଏ ତାହାହେଲେ ଏହି ହାର୍ନିଆ ହେବା ସମ୍ଭାବନା ସୃଷ୍ଟି ହୁଏ ।

ଚିକିତ୍ସାସମ୍ପାଦନ କରନ୍ତୁ

 
Hernia repair being performed aboard the amphibious assault ship USS Bataan.

ଅନେକ ହାର୍ନିଆ ସ୍ଥାନଚ୍ୟୁତ ହୋଇ ଅଜାଗାରେ ଅଟକି ଯାଏ (Obstructed hernia) ଓ ଚିପି ହୋଇଯାଏ (Strangulated hernia) । ଏହା ନ ହେବା ନିମନ୍ତେ ଅପରେଶନ କରିଦିଆଯାଏ । କୋଳସନ୍ଧି ବା ଇଙ୍ଗୁଇନାଲ ସ୍ଥାନରେ ହାର୍ନିଆ ହେଲେ ଅପରେଶନ (Herniorrhaphy) କରେଇବା ଉଚିତ । ଏହି ସ୍ଥାନଟି ବାହାର କରି ହାର୍ନିଆ ଅଂଶଟିକୁ ତାର ନିଜ ସ୍ଥାନକୁ ଫେରେଇ ନେବା ପରେ ଦୁର୍ବଳ ସ୍ଥାନକୁ ମରାମତ (Repair) କରିଦିଆଯାଏ । ନାଭି ହାର୍ନିଆ ଓ ହାୟାଟସ୍ ହାର୍ନିଆ ନିମନ୍ତେ ଅପରେଶନ ଦରକାର ହୁଏ ନାହିଁ, ଆପେ ଆପେ ଔଷଧ ସାହାଯ୍ୟରେ ଭଲ ହୋଇଯାଏ[୧୧] । ଅଧୁନା ଅପରେଶନ ବଦଳରେ ଲାପାରୋସ୍କୋପିଦ୍ୱାରା (Laparoscopy or Minimal invasive surgery) ଅଳ୍ପ ସମୟରେ ଚିକିତ୍ସା କରାଯାଉଛି[୧୨] । ଅପରେଶନ ପରେ ପୁନର୍ବାର ହାର୍ନିଆ ନ ହେବା ନିମନ୍ତେ ସ୍ୱତନ୍ତ୍ର ବେଲ୍ଟ ଓ ଟ୍ରସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଅଧିକ ପରିଶ୍ରମ କରିବାକୁ ମନା କରାଯାଏ ।

ଜଟିଳତାସମ୍ପାଦନ କରନ୍ତୁ

  • ପ୍ରଦାହ
  • ସ୍ୱସ୍ଥାନ ଅପ୍ରତ୍ୟାବର୍ତ୍ତନ
  • ଅଟକ
  • ଚିପି ହୋଇଯିବା
  • ହାଇଡ୍ରୋସିଲ୍
  • ରକ୍ତସ୍ରାବ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Fitzgibbons RJ, Jr; Forse, RA (19 February 2015). "Clinical practice. Groin hernias in adults". The New England journal of medicine. 372 (8): 756–63. PMID 25693015.
  2. ୨.୦ ୨.୧ "Hernia". http://www.nlm.nih.gov/. 9 August 2014. Retrieved 12 March 2015. External link in |website= (help)
  3. ୩.୦ ୩.୧ ୩.୨ ୩.୩ ୩.୪ Roman, S; Kahrilas, PJ (23 October 2014). "The diagnosis and management of hiatus hernia". BMJ (Clinical research ed.). 349: g6154. PMID 25341679.
  4. ୪.୦ ୪.୧ Domino, Frank J. (2014). The 5-minute clinical consult 2014 (22nd ed. ed.). Philadelphia, Pa.: Wolters Kluwer Health/Lippincott Williams & Wilkins. p. 562. ISBN 9781451188509.CS1 maint: Extra text (link)
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442.
  6. Nigam, VK (2009). Essentials of Abdominal Wall Hernias. I. K. International Pvt Ltd. p. 6. ISBN 9788189866938.
  7. "Hernia Causes". Retrieved 2010-05-24.
  8. Desarda MP (2003). "Surgical physiology of inguinal hernia repair—a study of 200 cases". BMC Surg. 3: 2. doi:10.1186/1471-2482-3-2. PMC 155644. PMID 12697071.
  9. "Symptoms". Retrieved 2010-05-24.
  10. Lee HK, Park SJ, Yi BH (2010). "Multidetector CT reveals diverse variety of abdominal hernias". Diagnostic Imaging. 32 (5): 27–31.CS1 maint: Multiple names: authors list (link)
  11. http://www.nhs.uk/conditions/hernia/Pages/Introduction.aspx
  12. "Hernia Surgery". Hernia Symptoms. Retrieved 11 October 2011.