ହାଦିକ କିଆନି
ହାଦିକ କିଆନି (Punjabiରେ and ଉର୍ଦ୍ଦୁ: حدیقہ کیانی , TI(c) ଜଣେ ପାକିସ୍ଥାନୀ ଗାୟିକା, ଗୀତ ଲେଖକ, ଗିଟାର ବାଦକ, ସଙ୍ଗୀତ କମ୍ପୋଜର, ଅଭିନେତ୍ରୀ ଓ ଲୋକହିତକାରୀ ଅଟନ୍ତି । ସେ ଅନେକ ସ୍ଥାନୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି ଓ ରୟଲ ଆଲବର୍ଟ ହଲ ତଥା କେନେଡ଼ି ସେଣ୍ଟରରେ ପ୍ରଦର୍ଶନ କରିଛନ୍ତି ।[୪][୫][୬][୭][୮] ଉର୍ଦ୍ଦୁ ଭାଷା ଓ ପଞ୍ଜାବୀ ଭାଷା ବ୍ୟତୀତ ସେ ପାସ୍ତୋ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । [୯]
Hadiqa Kiani | |
---|---|
حدیقہ کیانی | |
ଜନ୍ମ | Hadiqa Kiani ୧୧ ଅଗଷ୍ଟ ୧୯୭୪[୧][୨] [୩] Rawalpindi, Punjab, Pakistan |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | 1995–present |
Musical career | |
ଶୈଳୀ |
|
ବାଦ୍ୟଯନ୍ତ୍ର |
|
ଲେବଲ |
|
ଅନ୍ୟ ଅଂଶଗ୍ରହଣ |
୨୦୦୬ ମସିହାରେ ପାକିସ୍ଥାନରେ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ପାକିସ୍ଥାନର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ତମଘା-ଏ=ଇମିତିଆଜ' ଦିଆଯାଇଥିଲା ।[୫] ୨୦୧୦ ମସିହାର ମିଳିତ ଜାତିସଂଘର ଡେଭଲପମେଣ୍ଟ ପ୍ରୋଗ୍ରାମର ଗୁଡଉଇଲ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲେ ଓ ସେ ମିଳିତ ଜାତିସଂଘର ପ୍ରଥମ ମହିଳା ଥିଲେ ଯାହାଙ୍କୁ ଏହି ସମ୍ମାନ ଦିଆଯାଇଥିଲା ।[୧୦][୧୧][୧୨]
୨୦୧୬ ମସିହାରେ ଦେଶର ମୂଖ୍ୟ ସମ୍ବାଦ ସଂସ୍ଥା 'ଜଙ୍ଗ ଗ୍ରୁପ ନିଉଜପେପର' ପାୱାର ଏଡିସନ ତରଫରୁ ତାଙ୍କୁ ପାକିସ୍ଥାନର ସର୍ବୋଚ୍ଚ ଶକ୍ତିଶାଳୀ ଓ ପ୍ରଭାବଶାଳୀ ମାନ୍ୟତା ଦିଆଯାଇଥିଲା । [୧୩][୧୪]
ପ୍ରାକ୍ ଜୀବନ ଓ ବୃତ୍ତି
ସମ୍ପାଦନାକିଆନି ରାୱଲପିଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କଠାରୁ ବଡ଼ ଭାଇ ଇରଫାନ କିଆନି ଓ ଭଉଣୀ ସଶା ଥିଲେ । ସେ ତିନି ବର୍ଷ ବୟସର ଶିଶୁ ହୋଇଥିଲା ବେଳେ ତାଙ୍କ ପିତା ମୃତ୍ୟୁ ବରଣ କରିଥିଲା । ତାଙ୍କ ମାତା ଖୱର କିଆନି ସରକାରୀ ଗାର୍ଲସ ସ୍କୁଲର ପ୍ରିନସିପାଲ ଥିଲେ । ଝିଅର ସଙ୍ଗୀତ ଆଗ୍ରହ ଦେଖି ତାଙ୍କୁ ପାକିସ୍ଥାନ ନ୍ୟାସନାଲ କାଉନସିଲ ଅଫ ଦି ଆର୍ଟସରେ ନାମ ଲେଖାଇଦେଲେ ।[୧୫] ତାଙ୍କର ଶିକ୍ଷୟିତ୍ରୀ ମ୍ୟାଡାମ ନରଗିସ ନହୀଦଙ୍କଠାରୁ ସଙ୍ଗୀତର ପ୍ରାକ୍ ଶିକ୍ଷା ଲାଭ କରିଥିଲେ ।[୧୬][୧୭]
ଭିକାର-ଉନ-ନିଶା ଗାର୍ଲସ ସ୍କୁଲରେ ପଢ଼ିଲା ବେଳେ ତୁର୍କୀ, ଜୋର୍ଡ଼ାନ, ବୁଲଗେରିଆ ଓ ଗ୍ରୀସରେ ଅନଷ୍ଠିତ ଆନ୍ତର୍ଜାତୀୟ ଶିଶୁ ମହୋତ୍ସବରେ କିଆନି ପାକିସ୍ଥାନ ତରଫରୁ ଭାଗ ନେଇ ହଜାର ସଂଖ୍ୟକ ପ୍ରଦର୍ଶନ କରି ଅନେକ ମେଡାଲ ଜିତିଥିଲେ । ପାକିସ୍ଥାନ ଟିଭିରେ ସୋହାଇଲ ରାନାଙ୍କ ପ୍ରସ୍ତୁତ ସାପ୍ତାହିକ ଶିଶୁମାନଙ୍କ ପାଇଁ "ରଙ୍ଗ ବରଙ୍ଗି ଦୁନିଆ"ରେ ଭାଗ ନେଉଥିଲେ ।[୧୮]
ଅଷ୍ଟମ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେ ତାଙ୍କ ଜନ୍ମ ସ୍ଥାନ ରାୱଲପିଣ୍ଡିରୁ ଲାହୋର ଚାଲିଗଲେ ଓ ସେଠାରେ ଉସ୍ତାଦ ଫିଜ ଅହମଦ ଖାନ ଓ ୱାଜିଦ ଅଲି ନାଶାଦଙ୍କଠାରୁ କ୍ଲିସିକାଲ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପାକିସ୍ଥାନର ମୂଖ୍ୟ ଅନୁଷ୍ଠାନ 'କିନ୍ନେୟାର୍ଡ଼ କଲେଜ ଫର ଓମେନ ୟୁନିଭରସିଟି'ରୁ ମନୋବିଜ୍ଞାନରେ ବ୍ୟାଚେଲର ଡିଗ୍ରୀ ଓ ଲାହୋରର ଐତିହାସିକ ସରକାରୀ କଲେଜ ୟୁନିଭରସିଟିରୁ ମନୋବିଜ୍ଞାନରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ ହୋଇଥିଲେ ।[୧୮][୧୯][୨୦]
ନବେ ଦଶକର ଆରମ୍ଭରେ ଅଦନାନ ସମି ଖାନ ଅଭିନିତ ଓ ସଙ୍ଗୀତରେ ବିଖ୍ୟାତ ପାକିସ୍ଥାନୀ ଚଳଚ୍ଚିତ୍ର 'ସରଗମ'ରେ କିଆନି ପ୍ରଚ୍ଛଦପଟ ଗାୟିକା ଭାବରେ ଗୀତ ଗାଇବା ଆରମ୍ଭ କରିଥିଲେ । ସେହି ବର୍ଷ ସେ ଅନ୍ୟାନ୍ୟ ପୁରସ୍କାର ସହିତ ପ୍ରଚ୍ଛଦପଟ ଗାୟିକା ଭାବରେ ମହତ୍ତ୍ୱପୂର୍ଣ୍ଣ ନିଗାର ପୁରସ୍କାର ଲାଭ କରିଥିଲେ ।[୨୧]
୨୦୧୮ ମସିହାର କିଆନି "୩ ବାହାଦୂର: ରାଇଜ ଅଫ ୱାରିଅର"ର ଶିର୍ଷକ ଭୂମିକାର ଯୋଗ ଦେଇଥିଲେ । ପାକିସ୍ଥାନର ଏହି ଆନିମେସନ ଚଳଚ୍ଚିତ୍ର ପ୍ରଥମ ଏକାଡେମୀ ପୁରସ୍କାର ବିଜେତା ହୋଇଥିଲା ।[୨୨]
ଆଧାର
ସମ୍ପାଦନା- ↑ "Hadiqa Kiani's Biography". Archived from the original on 2016-01-13. Retrieved 2022-02-08.
- ↑ "Hadiqa Kiani's Official Twitter".
- ↑ "Jang News Paper, Pakistan".
- ↑ "Hadiqa, Aisam become UNDP's goodwill envoys". News in English. Dawn. 9 November 2010. Retrieved 12 July 2012.
- ↑ ୫.୦ ୫.୧ "Pride of Pakistan:Hadiqa Kiani". Dailytimes.com.pk. Retrieved 29 December 2015.
- ↑ "Top 10 Best Pakistani Singers". TheTopTens.com. Retrieved 29 December 2015.
- ↑ "Top Ten Most Popular Pakistani Female Singers". Passion.Pk. Archived from the original on 25 December 2018. Retrieved 29 December 2015.
- ↑ Hataf Siyal (26 May 2011). "Hadiqa Kiyani to construct 150 approx houses for flood victims". Pakium.pk. Archived from the original on 25 December 2018. Retrieved 29 December 2015.
- ↑ Janan - Hadiqa Kiani fi Irfan Khan HD (in ଇଂରାଜୀ), archived from the original on 2021-12-21, retrieved 2021-10-02ଛାଞ୍ଚ:Cbignore
- ↑ Hadiqa, becomes UNDP goodwill envoys Archived 11 November 2010 at the Wayback Machine.
- ↑ "Aisam, Hadiqa appointed UNDP Goodwill Ambassador". Express Tribune. 8 November 2010. Retrieved 11 November 2010.
- ↑ "Hadiqa, Aisam appointed UNDP Goodwill Ambassadors". APP:Associated Press of Pakistan. Archived from the original on 20 July 2011. Retrieved 11 November 2010.
- ↑ "The News Women". women.thenews.com.pk. Archived from the original on 20 January 2018. Retrieved 8 March 2016.
- ↑ "TheNews e-paper [Beta Version]". e.thenews.com.pk. Archived from the original on 12 March 2016. Retrieved 8 March 2016.
- ↑ "PTV Global Official Website". Global.ptv.com.pk. Archived from the original on 5 March 2016. Retrieved 29 December 2015.
- ↑ "An Interview With Hadiqa Kiyani". PakistaniMusic.com. Archived from the original on 6 January 2009. Retrieved 29 December 2015.
- ↑ Arif, Aayan (15 March 2020). "Hadiqa Kiani Biography". Musicians of Pakistan.
{{cite web}}
: CS1 maint: url-status (link) - ↑ ୧୮.୦ ୧୮.୧ "|\/|otherhood – Pakistan's First Parenting Magazine". Motherhood.com.pk. Archived from the original on 4 March 2016. Retrieved 29 December 2015.
- ↑ "VC recalls famous alumni as GCU turns 150". Dailytimes.com.pk. Archived from the original on 13 January 2016. Retrieved 29 December 2015.
- ↑ "Famous Pop Singer from Pakistan-Hadiqa Kiyani". Pakistan 360 degrees. 2 December 2012. Archived from the original on 23 January 2016. Retrieved 29 December 2015.
- ↑ "Hadiqa Kiani – Voyage to stardom in the world of music". Reviewit.pk. Retrieved 29 December 2015.
- ↑ Crilly, Rob (27 February 2012). "Oscars 2012: Pakistan celebrates first Oscars win". Daily Telegraph (in ବ୍ରିଟିଶ୍ ଇଂରାଜୀ). ISSN 0307-1235. Retrieved 13 December 2018.