ହାଡ଼ଫୁଟି ଟିକା ବା ଭାରିସେଲା ଟିକା ବା ଚିକେନପକ୍ସ ଟିକା, ଏକ ପ୍ରକାର ଟିକା ଯାହା ହାଡ଼ଫୁଟି ରୋଗକୁ ପ୍ରତିରୋଧ କରେ ।[୧] ଗୋଟିଏ ଡୋଜ ନେଲେ ମଧ୍ୟମ ଧରଣର ରୋଗ ୯୫ % ଓ ସାଙ୍ଘାତିକ ରୋଗ ୧୦୦% ପ୍ରତିରୋଧ ହୁଏ । ଗୋଟିଏ ଡୋଜ ଅପେକ୍ଷା ଦୁଇ ଡୋଜ ଅଧିକ ପ୍ରଭାବଶାଳୀ ହୁଏ । ରୋଗୀ ସଂସ୍ପର୍ଶରେ ଆସିବାର ୫ ଦିନ ମଧ୍ୟରେ ଇମ୍ମ୍ୟୁନିଟି ନ ଥିବା ଲୋକ ଟିକା ନେଲେ ଅଧିକାଂଶ ରୋଗ ପ୍ରତିରୋଧ ହୋଇଯାଏ । ଗୋଟିଏ ସ୍ଥାନର ଅଧିକାଂଶ ଲୋକ ଟିକା ନେଲେ ବାକି ଅନ୍ୟ ଲୋକମାନଙ୍କର ରୋଗ ପ୍ରତିରୋଧ ହୋଇଯାଏ । ଚର୍ମ ତଳ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [୨]

ହାଡ଼ଫୁଟି ଟିକା
Vaccine description
Target diseaseVaricella (chickenpox)
TypeAttenuated virus
Clinical data
Trade namesVarivax, Varilrix
AHFS/Drugs.commonograph
MedlinePlusa607029
Pregnancy
category
  • US: C (Risk not ruled out)
Routes of
administration
Injection
ATC code
Legal status
Legal status
  • ℞ (Prescription only)
Identifiers
ChemSpider
  • none
 ☒NcheckY (what is this?)  (verify)

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଅନୁସାରେ ରୁଟିନ ଟିକାକରଣ ମାଧ୍ୟମରେ ଅନ୍ତ‌ତଃ ୮୫% ଲୋକ ଏହି ଟିକା ନେବା ଆବଶ୍ୟକ । କେବଳ ୨୦ରୁ ୮୦% ଲୋକ ଟିକା ନେଇଥିଲେ ଅଧିକ ଲୋକଙ୍କୁ ଅତିକ୍ରାନ୍ତ ବୟସରେ ଏହି ରୋଗ ହୁଏ ଓ ସାଂଘାତିକ ହୋଇପାରେ । ଏକ ବା ଦୁଇ ଡୋଜ ନେବାକୁ ପରାମର୍ଶ ଦିଆଯାଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ୧୨ ଓ ୧୫ ମାସ ବୟସରେ ଦୁଇ ଡୋଜ ଦେବାକୁ ପରାମର୍ଶ ଦିଆଯାଏ ।[୧] ୨୦୧୨ ସୁଦ୍ଧା ଅଧିକାଂଶ ୟୁରୋପ ଦେଶ ସମସ୍ତ ପିଲାମାନଙ୍କୁ ବା ସଙ୍କଟରେ ଥିବା ପିଲାଙ୍କୁ ଟିକା ଦେବାକୁ ସୁପାରିସ କରାଯାଇଥିଲେ ମଧ୍ୟ,[୩] ସବୁ ଦେଶ ଏହାର ଅଧିକ ମୂଲ୍ୟ ଯୋଗୁ ଯୋଗେଇ ପାରିଲେନି ।[୪]

ଏହି ଟିକା ଅତି ନିରାପଦ । ଇଞ୍ଜେକସନ ନେଇଥିବା ସ୍ଥାନରେ ସାମାନ୍ୟ କଷ୍ଟ, ଜ୍ୱର ଓ ରାସ ହୋଇପାରେ ।[୧] କ୍ୱଚିତ ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ଓ ଏହା ହୁଏ ବିଶେଷତଃ ଦୁର୍ବଳ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ । ଏଚଆଇଭି/ଏଆଇଡିଏସ ଥିବା ଲୋକଙ୍କୁ ସାବାଧାନତା ସ‌ହକାରେ ଦିଆଯାଏ । [୨] ଗର୍ଭାବସ୍ଥାରେ ଏହା ଦେବା ମନା କିନ୍ତୁ ଏହା ନେଇଥିବା କିଛି ମହିଳାଙ୍କର ଅସୁବିଧା ହୋଇନାହିଁ । [୧][୨] ଟିକା ଏକ‌କ ଭାବେ ମିଳେ ବା ଏମଏମଆର ସ‌ହିତ ମିଶ୍ରିତ ଭାବେ ମିଳେ । [୨] ଏହା ଜୀବନ୍ତ ଦୁର୍ବଳ ଭୁତାଣୁ ନେଇ ପ୍ରସ୍ତୁତ କରାଯାଏ । [୧]

ସନ ୧୯୮୪ରେ ହାଡ଼ଫୁଟି ଟିକା ବ୍ୟବସାୟୀଖ ଭିତ୍ତିରେ ମିଳିଲା ।[୨]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ୧୦୦ରୁ ୨୦୦ଡଲାର । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Chickenpox (Varicella) Vaccine Safety". CDC. October 27, 2015. Retrieved 15 December 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Varicella and herpes zoster vaccines: WHO position paper, June 2014" (PDF). Releve epidemiologique hebdomadaire / Section d'hygiene du Secretariat de la Societe des Nations = Weekly epidemiological record / Health Section of the Secretariat of the League of Nations. 89 (25): 265–87. 20 June 2014. PMID 24983077.
  3. Carrillo-Santisteve, P; Lopalco, PL (May 2014). "Varicella vaccination: a laboured take-off". Clinical microbiology and infection : the official publication of the European Society of Clinical Microbiology and Infectious Diseases. 20 Suppl 5: 86–91. doi:10.1111/1469-0691.12580. PMID 24494784.
  4. Flatt, A; Breuer, J (September 2012). "Varicella vaccines". British medical bulletin. 103 (1): 115–27. doi:10.1093/bmb/lds019. PMID 22859715.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 318. ISBN 9781284057560.