ହାଈ ଫୋଙ୍ଗ
ହାଈ ଫୋଙ୍ଗ, କିମ୍ବା "ହୋ ଫୋଙ୍ଗ" ଭିଏତନାମାର ଉତ୍ତର ଭାଗରେ ଦ୍ୱିତୀୟ ସବୁଠାରୁ ବଡ଼ ଓ ପ୍ରମୂଖ ଉଦ୍ୟୋଗିକ ସହର ଅଟେ । ହାଈ ଫୋଙ୍ଗ, ଭିଏତନାମାର ଉତ୍ତର ତଟରେ ପ୍ରଦ୍ୟୋଗିକି, ଅର୍ଥବ୍ୟବସ୍ଥା, ସଂସ୍କୃତି, ଚିକିଶ୍ଚା, ଶିକ୍ଷା, ବିଜ୍ଞାନ ଓ ବ୍ୟାପାରର କେନ୍ଦ୍ର ଅଟେ । ଏହା ଛଡା, ଏହି ଅଞ୍ଚଳ ଜନସଂଖ୍ୟା ମମାମଲାରେ ଭିଏତନାମାର ତୃତୀୟ ସବୁଠାରୁ ବଡ଼ ସହର ଅଟେ (୨୦୧୬ ମସିହାରେ ୨,୧୯୦,୭୮୮ ଜନସଂଖ୍ୟା ସହିତ) ।
ହାଈ ଫୋଙ୍ଗ ସହର
Thành phố Hải Phòng | |
---|---|
ନଗର ପାଳିକା | |
Nickname: ଚମକ ଯୁକ୍ତ ସହର | |
Coordinates: 20°51′54.5″N 106°41′01.8″E / 20.865139°N 106.683833°E | |
देश | Vietnam |
Government | |
• ଦଳ ସଚୀବ | ଲେ ଭାନ ଥାନ |
• ପିପୁଲ କାଉନସିଲର ଅଧ୍ୟକ୍ଷ | ଡୁଓଙ୍ଗ ଅହ୍ନ ଗୀନ |
Population (2016)[୧] | |
• Total | ୨୧,୯୦,୭୮୮ |
• Density | 1,274/km2 (3,300/sq mi) |
Time zone | UTC+07:00 (ଆଇସିଟୀ) |
କ୍ଷେତ୍ର କୋଡ | 225 |
Website | Haiphong.gov.vn |
ହାଈ ଫୋଙ୍ଗ ସହର ଏକ ବନ୍ଦରଗାହ ପ୍ରାନ୍ତ ରୂପେ ଫ୍ରାନ୍ସ ଔପନାସୀକ ସାମ୍ରାଜ୍ୟ ଅନୁଶାରେ ୧୮୮୭ ମସିହାରେ, ଫ୍ରେଞ୍ଚର ତୃତୀୟ ଗଣରାଜ୍ୟର ଅଧ୍ୟକ୍ଷ "ସାଦୀ କାର୍ନେଟ" ହାଈ ଫୋଙ୍ଗ ସହରର ସ୍ଥାପନ ପାଇଁ ଘୋଷଣା କରିଥିଲେ । ୧୯୫୪ ମସିହାରୁ ୧୯୭୫ ପର୍ଯ୍ୟନ୍ତ ହାଈ ଫୋଙ୍ଗ ଉତ୍ତର ଭିଏତନାମାର ସବୁଠାରୁ ମହତ୍ୱପୂର୍ଣ୍ଣ ସମୁଦ୍ର ଯୁକ୍ତ ସହର ଅଟେ ଏବଂ ୧୯୭୬ରୁ ହନୋଇ ଓ ହୋ ଚୀ ମିହ୍ନ ସହର ପରି ପ୍ରତ୍ୟକ୍ଷ-ନିୟନ୍ତ୍ରିତ ନଗର ପାଳିକାରୁ ଗୋଟିଏ ଅଟେ ।
ଭୂଗୋଳ
ସମ୍ପାଦନାହାଈ ଫୋଙ୍ଗ ଏକ ତଟୀୟ ସହର ଅଟେ, ଯାହା କିମ ନଦୀ, ନିଷିଦ୍ଧ ନଦୀର ମୂହାଣରେସ୍ଥିତ ରହିଛି । ଏହା ଭିଏତନାମାର ଉତ୍ତର-ପୂର୍ବ ତଟୀୟ ଅଞ୍ଚଳରେ, ହନୋଇଠାରୁ ୧୨୦ କିମି ପୂର୍ବରେସ୍ଥିତ । କେମ ନଦୀରେ ତିଆରି ବିହ୍ନ ବ୍ରେଜ ସହରର "ଥୁ ଗୁୟେନ ଜେଲ" ସହିତ ଯୋଡିହୋଇଥାଏ ।
ହାଇ ଫୋଙ୍ଗରେ ଏକ ଆନ୍ଧ୍ର ଉପ-ଉଷ୍ମକଟିବନ୍ଧ ଜଳବାୟୁ ରହିଛି, ଯାହାଦ୍ୱାରା ସେଠାରେ ଆନ୍ଧ୍ର ଗ୍ରିଷ୍ମକାଳ ଗରମ ଓ ଶୁଷ୍କ ଥଣ୍ଡା ହୋଇଥାଏ । ସେହି ସହରରେ ବର୍ଷା ପ୍ରାୟତଃ ଏପ୍ରିଲରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ହୋଇଥାଏ । ସହରର ବାର୍ଷିକ ବର୍ଷା ପାଖାପାଖି ୯୦% (ଯାହା ପାଖାପାଖି ୧୬୦୦ ମିମି ବର୍ଷା ଅଟେ) ସାଧାରଣତଃ ଏହି ମାସରେ ହିଁ ହୋଇଥାଏ । ସେହି ସହରର ଥଣ୍ଡା ଏବଂ ଗରମ ମଧ୍ୟରେ ତାପମାନ ପ୍ରାୟତଃ ବହୁ ଅନ୍ତର ରହିଥାଏ ।
ଅର୍ଥବ୍ୟବସ୍ଥା
ସମ୍ପାଦନାହାଈ ଫୋଙ୍ଗ, ବିଶେଷ ଋପେ ଉତ୍ତର ଏବଂ ସମ୍ପୁର୍ଣ୍ଣ ଭିଏତନାମାର ଏକ ପ୍ରମୁଖ ଆର୍ଥିକ କେନ୍ଦ୍ର ଅଟେ । ଫ୍ରାନ୍ସ ଶାସନ ଅନୁଶାରେ ହାଈ ଫୋଙ୍ଗ, ସାଇଗାନ ଏବଂ ହନୋଇ ପାଖାପାଖି ପ୍ରଥମ ସ୍ତରର ସହର ଥିଲା । ଏବେ ହାଈ ଫୋଙ୍ଗ ଭିଏତନାମାର ସବୁଠାରୁ ମହତ୍ୱପୂର୍ଣ୍ଣ ଆର୍ଥିକ କେନ୍ଦ୍ରରୁ ଗୋଟିଏ ଅଟେ । ୨୦୦୯ ମସିହାରେ ହାଈ ଫୋଙ୍ଗର ରାଜ୍ୟ ବଜେଟ ରାଜସ୍ୱ ୩୪,୦୦୦ ଅରବ ରହିଥିଲା । ୨୦୧୧ ମସିହାରେ ସହରର ରାଜ୍ୟ ବଜେଟ ରାଜସ୍ୱ ୪୭,୭୨୫ ଅରବ ପର୍ଯ୍ୟନ୍ତ ପହଞ୍ଚିଗଲା, ୨୦୧୦ ମସିହା ତୁଳନାରେ ୧୯% ବୃଦ୍ଧି ହୋଇଥିଲା ।[୨] ୨୦୧୫ ମସିହାରେ, ସହରର ସମ୍ପୁର୍ଣ୍ଣ ରାଜସ୍ୱ ୫୬୮୮ ଅରବ ପର୍ଯ୍ୟନ୍ତ ପହଞ୍ଚିଗଲା । ସରକାରଙ୍କ ଯୋଜନା ଅନୁଶାରେ ୨୦୨୦ ପର୍ଯ୍ୟନ୍ତ ହାଈ ଫୋଙ୍ଗର ରାଜସ୍ୱ ୮୦,୦୦୦ ଅରବରୁ ଅଧିକ ହୋଇଯିବ ଏବଂ ଘରୋଇ ରାଜସ୍ୱ ୨୦,୦୦୦ ଅରବ ପର୍ଯ୍ୟନ୍ତ ପହଞ୍ଚି ଯିବ । ହାଈ ଫୋଙ୍ଗର ସମଗ୍ର ଦୁନିଆର ୪୦ରୁ ଅଧିକ ଦେଶ ଏବଂ କ୍ଷେତ୍ର ସହିତ ବ୍ୟାପାରିକ ସମ୍ବନ୍ଧ ରହିଛି । [୩]
ଜନସଂଖ୍ୟା
ସମ୍ପାଦନାହାଈ ଫୋଙ୍ଗ ଭିଏତନାମାର ତୃତୀୟ ସବୁଠାରୁ ଅଧିକ ଜନସଂଖ୍ୟା ଯୁକ୍ତ ସହର ଅଟେ, ଯେଉଁଥିରେ ନଗରପାଳିକା କ୍ଷେତ୍ରର 2.103.500 (2015) ଜନସଂଖ୍ୟା ରହିଛି।, ଏଥିରେ 1,507.57 କିମି² କ୍ଷେତ୍ରଫଳ ଯୁକ୍ତ ହୋହିଛି , ଏହାର ୪୬,୧% ଜନସଂଖ୍ୟା ସହର ଜିଲ୍ଲାରେ ରହିଛି ।[୪] ସମ୍ପୁର୍ଣ୍ଣ ଜନସଂଖ୍ୟାର ଲିଙ୍ଗ ବିତରଣରେ ମହିଳା ଅଧାରୁ ଅଧିକ (50.4%) ରହିଛନ୍ତି ।[୫]
ଚିତ୍ର
ସମ୍ପାଦନା
|
ଆଧାର
ସମ୍ପାଦନା- ↑ Statistical Handbook of Vietnam 2015, General Statistics Office Of Vietnam
- ↑ http://www.hoaphuongdo.vn/news/xa-hoi-cong-dong-gioi-tre-nhip-song/66811.html?task=view[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2017-11-28.
{{cite web}}
: Cite has empty unknown parameter:|1=
(help) - ↑ Bureau of East Asian and Pacific Affairs (May 27, 2010). "Background Note: Vietnam". U.S. Department of State. Retrieved 2010-06-21.
- ↑ The 2009 Vietnam Population and Housing census: Major findings. General Statistics Office of Vietnam.