ହଳଦିଆ ବୁଲ୍‍ବୁଲ୍ (ଇଂରାଜୀରେ Black-crested Bulbul, ଜୀବବିଜ୍ଞାନ ନାମ Pycnonotus flaviventris) ବୁଲ୍‍ବୁଲ୍ ପରିବାରର ଏକ ସଦସ୍ୟ ପକ୍ଷୀ । ଭାରତୀୟ ଉପମହାଦେଶରୁ ନେଇ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ ଏହି ଚଢ଼େଇ ବସବାସ କରିବା ଦେଖାଯାଏ ।

ହଳଦିଆ ବୁଲ୍‍ବୁଲ୍
ଭାରତର ପଶ୍ଚିମବଙ୍ଗସ୍ଥିତ ବକ୍ସା ବ୍ୟାଘ୍ର ଅଭୟାରଣ୍ୟର ଏକ ହଳଦିଆ ବୁଲ୍‍ବୁଲ୍
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Pycnonotidae
Genus: Pycnonotus
ଜାତି: P. flaviventris
ବାଇନୋମିଆଲ ନାମ
Pycnonotus flaviventris
(ସାମୁଏଲ୍ ଟିକେଲ୍, ୧୮୩୩)
ଭୌଗୋଳିକ ବିତରଣ
Synonyms
  • Vanga Flaviventris
  • Rubigula flaviventris

ବର୍ଗୀକରଣ ସମ୍ପାଦନା

ପ୍ରାରମ୍ଭିକ ସମୟରେ ହଳଦିଆ ବୁଲ୍‍ବୁଲ୍‍କୁ ୱଂଗା (Vanga) ପ୍ରଜାତି ଭାବେ ପରିଗଣନା କରାଯାଉଥିଲା । ୨୦୦୮ ମସିହା ପର୍ଯ୍ୟନ୍ତ ହଳଦିଆ ବୁଲ୍‍ବୁଲ୍‍କୁ ଅନ୍ୟ ବୁଲ୍‍ବୁଲ୍ (ଯଥା: କଳାଟୋପି ବୁଲ୍‍ବୁଲ୍, ରକ୍ତକଣ୍ଠ ବୁଲ୍‍ବୁଲ୍, ଅଗ୍ନିକଣ୍ଠ ବୁଲ୍‍ବୁଲ୍ ଓ ବୋର୍ଣ୍ଣିଆନ୍ ବୁଲ୍‍ବୁଲ୍) ପକ୍ଷୀଙ୍କ ସମଜାତୀୟ ଜୀବ ବୋଲି ବିବେଚନା କରାଯାଉଥିଲା ।[୨]

ଉପପ୍ରଜାତି ସମ୍ପାଦନା

ହଳଦିଆ ବୁଲ୍‍ବୁଲ୍‍ମାନଙ୍କର ୮ଟି ଉପପ୍ରଜାତି ଚିହ୍ନଟ କରାଯାଇଛି :[୩]

  • P. f. flaviventris - (ସାମୁଏଲ୍ ଟିକେଲ୍, ୧୮୩୩): ନେପାଳ, ଉତ୍ତର ଓ ପୂର୍ବ ଭାରତରୁ ଦକ୍ଷିଣ ଚୀନ ଏବଂ କେନ୍ଦ୍ରୀୟ ବ୍ରହ୍ମଦେଶ ପର୍ଯ୍ୟନ୍ତ ଏହି ଉପପ୍ରଜାତିର ପକ୍ଷୀ ଦେଖାଯାନ୍ତି ।
  • P. f. vantynei - (ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୪୮): ପୂର୍ବ ଓ ଦକ୍ଷିଣ ବ୍ରହ୍ମଦେଶରୁ ନେଇ ଦକ୍ଷିଣ ଚୀନ ଓ ଉତ୍ତର ଇଣ୍ଡୋଚୀନ ପର୍ଯ୍ୟନ୍ତ ଏମାନେ ଦେଖିବାକୁ ମିଳନ୍ତି ।
  • P. f. xanthops - (ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୪୮): ଦକ୍ଷିଣ-ପୂର୍ବ ବ୍ରହ୍ମଦେଶ ଓ ପଶ୍ଚିମ ଥାଇଲ୍ୟାଣ୍ଡରେ ଏହି ଉପପ୍ରଜାତି ଦେଖାଯାନ୍ତି ।
  • P. f. auratus - (ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୪୮): ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡ ଓ ପଶ୍ଚିମ ଲାଓସ୍ ଇତ୍ୟାଦି ଅଞ୍ଚଳରେ ଏହି ଉପପ୍ରଜାତି ଦେଖିବାକୁ ମିଳନ୍ତି ।
  • P. f. johnsoni - (ଗିଲଡେନଷ୍ଟୋଲ୍ପେ, ୧୯୧୩: ପ୍ରଥମେ ଏହା ଏକ ସ୍ୱତନ୍ତ୍ର ପ୍ରଜାତି ରୂପେ ପରିଗଣିତ ହେଉଥିଲା । କେନ୍ଦ୍ରୀୟ, ଦକ୍ଷିଣ-ପୂର୍ବ ଥାଇଲ୍ୟାଣ୍ଡ ଓ ଦକ୍ଷିଣ ଇଣ୍ଡୋଚୀନରେ ଏହି ଉପପ୍ରଜାତି ଦେଖାଯାନ୍ତି ।
  • P. f. elbeli - (ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୫୪): ଦକ୍ଷିଣ-ପୂର୍ବ ଥାଇଲ୍ୟାଣ୍ଡ ନିକଟବର୍ତ୍ତୀ ଦ୍ୱୀପମାନଙ୍କରେ ଏହି ଉପପ୍ରଜାତି ଦେଖାଯାଏ ।
  • P. f. negatus - (ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୫୪): ଦକ୍ଷିଣ ବ୍ରହ୍ମଦେଶ ଓ ଦକ୍ଷିଣ-ପଶ୍ଚିମ ଥାଇଲ୍ୟାଣ୍ଡ ଏହି ଉପପ୍ରଜାତିର ଘର ।
  • P. f. caecilii - (ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୪୮): ମାଳୟ ଉପଦ୍ୱୀପର ଉତ୍ତର ପଟେ ଏହି ଉପପ୍ରଜାତି ଦେଖିବାକୁ ମିଳନ୍ତି ।

ବିବରଣୀ ସମ୍ପାଦନା

 
ଥାଇଲ୍ୟାଣ୍ଡର କେଂଗ୍ କ୍ରଚନ୍ ଜାତୀୟ ଉଦ୍ୟାନର ଏକ ହଳଦିଆ ବୁଲ୍‍ବୁଲ୍ ଚଢ଼େଇ

ହଳଦିଆ ବୁଲ୍‍ବୁଲ୍ ଚଢ଼େଇ ପ୍ରାୟ ୧୯ ସେଣ୍ଟିମିଟର୍ ଲମ୍ବା । ଏହି ପକ୍ଷୀର କଳା ମୁଣ୍ଡରୁ ଏହାର ଇଂରାଜୀ ନାମ ଉଦ୍ଧୃତ । ପୁଣି ଦେହର ଅନ୍ୟ ଅଂଶ ହଳଦିଆ ଯେଉଁଥିରୁ ଏହାର ସ୍ଥାନୀୟ ଓଡ଼ିଆ ନାମ ଗୃହୀତ । ଉଭୟ ଅଣ୍ଡିରା ଓ ମାଈଙ୍କ ଦେହର ରଙ୍ଗ ଏକା ପରି । ଅଳ୍ପବୟସ୍କ ପକ୍ଷୀମାନଙ୍କ ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଏହାର ଲାଞ୍ଜଟି ମାଟିଆ ରଙ୍ଗର ।

ଭୌଗୋଳିକ ବିତରଣ ଓ ପରିବାସ ସମ୍ପାଦନା

ଜଙ୍ଗଲ ଓ ଘଞ୍ଚ ବୁଦା ଏହି ପକ୍ଷୀର ପରିବାସ ।

ପରିସ୍ଥିତିକ ବ୍ୟବହାର ସମ୍ପାଦନା

ହଳଦିଆ ବୁଲ୍‍ବୁଲ୍ ପକ୍ଷୀ ବୁଦାରେ ନିଜର ବସା ତିଆରି କରେ । ଏମାନେ ସାଧାରଣତଃ ୨-୪ଟି ଲେଖାଏଁ ଅଣ୍ଡା ଦିଅନ୍ତି । ଫଳ ଓ କୀଟପତଙ୍ଗ ଏମାନଙ୍କର ପ୍ରମୁଖ ଆହାର ।

ଏମାନଙ୍କ ଡାକ ସାଧାରଣତଃ ମଧୁର । କିନ୍ତୁ ସମୟ ସମୟରେ କର୍କଷ ସ୍ୱରରେ ମଧ୍ୟ ଡାକନ୍ତି । ଏମାନଙ୍କ ଡାକ ବା ଗୀତ ୪-୮ ସ୍ୱରର (ନୋଟ୍) ହୋଇଥାଏ । ଏହି ପକ୍ଷୀ ଖୋଲା ଭୂମିର ଛଳାବରଣରେ ଲୁଚି ରହି ବୋବାଉଥିବା ମଧ୍ୟ ଦେଖାଯାଏ । ଯୋଡ଼ିରେ ବା ଅନ୍ୟ ପକ୍ଷୀଙ୍କ ସହ ଦଳରେ ଏମାନେ ବସିଥାନ୍ତି ।[୪]

ଆଧାର ସମ୍ପାଦନା

  1. BirdLife International (2016). "Pycnonotus flaviventris". The IUCN Red List of Threatened Species. IUCN. 2016: e.T103826151A104338610. doi:10.2305/IUCN.UK.2016-3.RLTS.T103826151A104338610.en. Retrieved 13 January 2018.
  2. "Species Version 1 « IOC World Bird List". www.worldbirdnames.org (in ଆମେରିକୀୟ ଇଂରାଜୀ). Retrieved 2017-03-11.
  3. "Bulbuls « IOC World Bird List". www.worldbirdnames.org (in ଆମେରିକୀୟ ଇଂରାଜୀ). Retrieved 2017-03-12.
  4. A Pictorial Field Guide to Birds of India, Pakistan, Nepal, Bhutan, Sri Lanka and Bangaladesh by Grewal, Sen, Singh, Devasar, Bhatia, ISBN 978-93-80070-22-3
  • Birds of India by Grimmett, Inskipp and Inskipp, ISBN 0-691-04910-6
  • Rasmussen, P.C., and J.C. Anderton (2005). Birds of South Asia. The Ripley Guide. Volume 2: Attributes and Status. Smithsonian Institution and Lynx Edicions, Washington D.C. and Barcelona.