ହରିହର ବାହିନୀପତି

ଓଡ଼ିଆ ରାଜନୀତିଜ୍ଞ

ହରିହର ବାହିନୀପତି (୧୦ ସେପ୍ଟେମ୍ବର ୧୯୨୭ - ୨୫ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ଲେଖକ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ନରକର କଇଁ, କରାରା ମଣିଷ ଭଳି ଉପନ୍ୟାସ ରଚନା କରିଥିଲେ । ତାଙ୍କଦ୍ୱାରା ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ନିର୍ମାଲ୍ୟ ପୁରୀରୁ ପ୍ରତିବର୍ଷ ଦୁଇଥର ପ୍ରକାଶ ପାଉଛି ।

ହରିହର ବାହିନୀପତି
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଭଗବାନ ପ୍ରତିହାରୀ
ପର ଅଧିକାରୀବ୍ରଜ ମୋହନ ମହାନ୍ତି
ନିର୍ବାଚନ ମଣ୍ଡଳୀପୁରୀ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଫକୀର ଚରଣ ଦାସ
ପର ଅଧିକାରୀଭଗବାନ ପ୍ରତିହାରୀ
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-09-10)୧୦ ସେପ୍ଟେମ୍ବର ୧୯୨୭
ମୃତ୍ୟୁ୨୫ ଅଗଷ୍ଟ ୨୦୦୫(2005-08-25) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସମାଜବାଦୀ ପାର୍ଟି
ଜୀବନ ସାଥୀଗୌରୀ ବାହିନୀପତି
ବାପା/ବୋଉଚିନ୍ତାମଣି ବାହିନୀପତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ହରିହର ବାହିନୀପତି ୧୯୨୭ ମସିହାର ସେପ୍ଟେମ୍ବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ବାହିନୀପତି ଓ ପତ୍ନୀଙ୍କ ନାମ ଗୌରୀ ବାହିନୀପତି ।[୧]

ରାଜନୈତିକ ଜୀବନ ସମ୍ପାଦନା

ହରିହର ଓଡ଼ିଶା ରାଜନୀତିରେ ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୬୭ରୁ ୧୯୭୧ ମସିହାଯାଏଁ ୪ର୍ଥ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ପୁରୀ ପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପୁରୀ ପ୍ରଜା ସୋସିଆଲିଷ୍ଟ ପାର୍ଟି

ମୃତ୍ୟୁ ସମ୍ପାଦନା

ହରିହର ୨୦୦୫ ମସିହାର ଅଗଷ୍ଟ ୨୫ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Harihar Bahinipati". odishaassembly.nic.in. Odisha Assembly. Retrieved 5 March 2021.