ହରିଆଲି ଅମାବାସ୍ୟା
ଶ୍ରାବଣ ମାସରେ ହରିଆଲି ଅମାବାସ୍ୟା ପାଳନ କରାଯାଏ ଏହି ଅମାବାସ୍ୟାକୁ ଉତ୍ତରଭାରତୀୟମାନେ ଶ୍ରଦ୍ଧା ଓ ଭକ୍ତିରେ ପାଳନ କରିଥାନ୍ତି ତେଣୁ ମନରେ ଉଲ୍ଲାସ ଭରିଦେବା ସହ ପ୍ରକୃତିପ୍ରେମୀ କରିଦେଇଥାଏ ଏହି ଉତ୍ସବରେ କର୍ମକାଣ୍ଡ, ଦେବପୂଜା ଏବଂ ଆନନ୍ଦ ଉଲ୍ଲାସ ସହ ବୃକ୍ଷ ରୋପଣ କରିବା ପରମ୍ପରା ଉତ୍ତର ଭାରତରେ ପ୍ରଚଳିତ ହୋଇଆସୁଛି ଏହି ଉତ୍ସବରେ ପିପ୍ପଳ(ଅଶ୍ୱତ୍ଥ), ବଟବୃକ୍ଷ, ଆମ୍ବ, ନିମ ଏବଂ ଶମୀ ଆଦି ପାଞ୍ଚୋଟି ମହାନ୍ ବୃକ୍ଷକୁ ରୋପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ ଏହି ପାଞ୍ଚବୃକ୍ଷରେ ଆଧ୍ୟାତ୍ମିକ ଗୁଣ ଭରିରହିଥିବାରୁ ହିନ୍ଦୁମାନେ ଦେବତୁଲ୍ୟ ପୂଜାକରନ୍ତି ଭଗବତ୍ଗୀତାରେ ପିପ୍ପଳକୁ କୃଷ୍ଣ ହିଁ ନିଜର ସ୍ୱରୂପ ବୋଲି କହିଛନ୍ତି ଏବଂ ଭଗବାନ୍ ଶ୍ରୀକୃଷ୍ଣ ବଟବୃକ୍ଷ ପତ୍ରରେ ଭାସିଭାସି ଯାଉଥିଲେ ବୋଲି ଚିତ୍ରିତ ହୋଇଛି ସେପରି ନାମକୁ ଦାରୁବ୍ରହ୍ମ ରୂପେ ମାନି ହିନ୍ଦୁନାରୀ ପୂଜାର୍ଚ୍ଚନା କରିବା ସହ ଦୈନିକ କାର୍ଯ୍ୟରେ ବ୍ୟବହୃତ କରିଥାନ୍ତି ଔଷଧ ପ୍ରସ୍ତୁତିରେ ନିମବୃକ୍ଷର ପ୍ରତ୍ୟେକ ଅଂଶକୁ ବ୍ୟବହାର କରାଯାଉଛି ଅର୍ଜୁନ ଅଜ୍ଞାତବାସରେ ଥିବାବେଳେ ସେ ତାଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଶମୀବୃକ୍ଷରେ ଲୁଚାଇ ରଖିଥିଲେ ଏବଂ ଲକ୍ଷ୍ମଣ ଚଉଦବର୍ଷ ବନବାସ ସମୟରେ ଫଳ ସଂଗ୍ରହ କରି ଶ୍ରୀରାମଙ୍କୁ ଆହାର କରିବାକୁ ଦେଉଥିଲେ ଅବଶିଷ୍ଟ ଫଳ ନ ଖାଇ ଲକ୍ଷ୍ମଣ ଶମୀବୃକ୍ଷ ତଳେ ରଖିଦେଉଥିଲେ ଆମ୍ର ବୃକ୍ଷରେ ମଧ୍ୟ ଆଧ୍ୟାତ୍ମିକ ଗୁଣ ଭରି ରହିଛି ଯାହା ସମସ୍ତ ପୂଜାର୍ଚ୍ଚନାରେ ବ୍ୟବହୃତ ହୋଇପାରିଛି ଏହି ପାଞ୍ଚୋଟି ବୃକ୍ଷ ସମସ୍ତ ସଂସାର ତଥା ଜୀବଜଗତ ପାଇଁ ବେଶ୍ ଉପଯୋଗୀ ବୋଲି ଉତ୍ତର ଭାରତୀୟମାନେ ହରିଆଲି ଅମାବାସ୍ୟା ପାଳନ କରିଥାନ୍ତି [୧]
- ↑ ସମୟ, ପୃଷ୍ଠା-୨, ୨୧.୮.୨୦୧୪, ଗୁରୁବାର