ସ୍ୱାମୀନାରାୟଣ ମନ୍ଦିର, ଗଢଡ଼ା
ସ୍ୱାମୀନାରାୟଣ ମନ୍ଦିର, ଗଢଡ଼ା ଦେବନାଗରୀ (Devnagari: श्री स्वामिनारायण मन्दिर, गढडा), ଅନ୍ୟ ନାମ ଗୋପୀନାଥ ଦେବ ମନ୍ଦିର ଏକ ହିନ୍ଦୁ ମନ୍ଦିର (Hindu temple) ଯାହା ଭାରତର ଗୁଜରାଟ ପ୍ରଦେଶରେ ଥିବା ଗଢଡ଼ା ସ୍ଥାନରେ ଅବସ୍ଥିତ । ଛଅଟି ସ୍ୱାମୀନାରାୟଣ ସମ୍ପ୍ରଦାୟ ମନ୍ଦିର ମଧ୍ୟରୁ ଏହା ଗୋଟିଏ ଯାହାକୁ ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ସ୍ୱାମୀନାରାୟଣ ତୋଳେଇଥିଲେ ।[୧]
ସ୍ୱାମୀନାରାୟଣ ମନ୍ଦିର, ଗଢଡ଼ା | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ରାଧା କୃଷ୍ଣ |
Festivals | Janmashtami, Radhastami, Holi, Diwali ଜନ୍ମାଷ୍ଟମୀ, ରାଧାଷ୍ଟମୀ, ହୋଲି |
Location | |
ସ୍ଥାନ | ଗଢଡ଼ା |
State | ଗୁଜରାଟ |
Country | ଭାରତ |
Architecture | |
ସ୍ୱାମୀନାରାୟଣ | |
Completed | ୯ ଅକ୍ଟୋବର ୧୮୨୮ |
Website | |
www.shrigopinathji.com |
ଗୋପୀନାଥ ମନ୍ଦିର ବିଷୟରେ
ସମ୍ପାଦନାସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଠାତା ସ୍ୱାମୀନାରାୟଣଙ୍କ (Swaminarayan Sampradaya) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଛଅଟି ମନ୍ଦିର ମଧ୍ୟରୁ ଏହା ଗୋଟିଏ ।[୨] ଗଢଡ଼ାର ଦାଦା ଖଚରଙ୍କର କୋର୍ଟ ଏହି ମନ୍ଦିର ନିର୍ମାଣ ନିମନ୍ତେ ଜାଗା ଦାନ କରିଥିଲେ । ଦାଦା ଖଚର ଓ ତାଙ୍କର ପରିବାର ସ୍ୱାମୀନାରାୟଣଙ୍କ ଭକ୍ତ ଥିଲେ । ତାଙ୍କର ନିଜ ଘର ହତାରେ ସେ ମନ୍ଦିର ତିଆରି କରେଇଥିଲେ ।[୩] ସ୍ୱାମୀନାରାୟଣଙ୍କ ତଦାରଖରେ ମନ୍ଦିରର ଯୋଜନା ଓ ନିର୍ମାଣ ସମ୍ପନ୍ନ ହୋଇଥିଲା ଓ ସେ ନିଜେ ପଥର ଓ ସିମେଣ୍ଟ ବୋହିବାରେ ସାହାଯ୍ୟ କରୁଥିଲେ । ମନ୍ଦିରର ଦୁଇଟି ମହଲା ଓ ତିନୋଟି ଗମ୍ବୁଜ ଥିଲା । ବିଭିନ୍ନ କାରୁକାର୍ଯ୍ୟରେ ମନ୍ଦିର ସୁଶୋଭିତ ହୋଇଥିଲା । ଗୋଟିଏ ଉଚ୍ଚ ଓ ବଡ଼ ମେଜିଆ/ପ୍ଲିନ୍ଥ ଉପରେ ମନ୍ଦିର ତିଆରି ହୋଇଥିଲା ଯେଉଁଥିରେ ଗୋଟିଏ ବଡ ସମ୍ମିଳନୀ କକ୍ଷ ଓ ସାଧୁ ଓ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ସହିତ ରୋଷେଇ ଘର ଥିଲା ।[୧]
ସ୍ୱାମୀନାରାୟଣ ୯ ଅକ୍ଟୋବର ୧୮୨୮ ମସିହାରେ ଅନେକ ବିଗ୍ରହ ସ୍ଥାପନ କରିଥିଲେ ଯଥା: (Gopinath) ‘ଗୋପୀନାଥ’ (କୃଷ୍ଣଙ୍କର ଏକ ଆକାର), ତାଙ୍କ ପତ୍ନୀ ରାଧା ଓ ହରିକୃଷ୍ଣ (ସ୍ୱାମୀନାରାୟଣ) ବିଗ୍ରହ ମନ୍ଦିର କେନ୍ଦ୍ରରେ ପୂଜା କରାଯାଏ । ପଶ୍ଚିମ ପାଖରେ ଧର୍ମଦେବ, ଭକ୍ତିମାତା ଓ କୃଷ୍ଣଙ୍କର ପିତା ବାସୁଦେବଙ୍କୁ ପୂଜା କରାଯାଏ । ହରୀକୃଷ୍ଣଙ୍କ ଶରୀର ଗଠନ ଦେଖିବାକୁ ଠିକ ସ୍ୱାମୀନାରାୟଣ ଭଳି ।[୪]
ଗୋପୀନାଥ ମନ୍ଦିର ବିଷୟରେ
ସମ୍ପାଦନାସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଠାତା ସ୍ୱାମୀନାରାୟଣଙ୍କ (Swaminarayan Sampradaya) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଛଅଟି ମନ୍ଦିର ମଧ୍ୟରୁ ଏହା ଗୋଟିଏ ।[୫] ଗଢଡ଼ାର ଦାଦା ଖଚରଙ୍କର କୋର୍ଟ ଏହି ମନ୍ଦିର ନିର୍ମାଣ ନିମନ୍ତେ ଜାଗା ଦାନ କରିଥିଲେ । ଦାଦା ଖଚର ଓ ତାଙ୍କର ପରିବାର ସ୍ୱାମୀନାରାୟଣଙ୍କ ଭକ୍ତ ଥିଲେ । ତାଙ୍କର ନିଜ ଘର ହତାରେ ସେ ମନ୍ଦିର ତିଆରି କରେଇଥିଲେ ।[୬] ସ୍ୱାମୀନାରାୟଣଙ୍କ ତଦାରଖରେ ମନ୍ଦିରର ଯୋଜନା ଓ ନିର୍ମାଣ ସମ୍ପନ୍ନ ହୋଇଥିଲା ଓ ସେ ନିଜେ ପଥର ଓ ସିମେଣ୍ଟ ବୋହିବାରେ ସାହାଯ୍ୟ କରୁଥିଲେ । ମନ୍ଦିରର ଦୁଇଟି ମହଲା ଓ ତିନୋଟି ଗମ୍ବୁଜ ଥିଲା । ବିଭିନ୍ନ କାରୁକାର୍ଯ୍ୟରେ ମନ୍ଦିର ସୁଶୋଭିତ ହୋଇଥିଲା । ଗୋଟିଏ ଉଚ୍ଚ ଓ ବଡ଼ ମେଜିଆ/ପ୍ଲିନ୍ଥ ଉପରେ ମନ୍ଦିର ତିଆରି ହୋଇଥିଲା ଯେଉଁଥିରେ ଗୋଟିଏ ବଡ ସମ୍ମିଳନୀ କକ୍ଷ ଓ ସାଧୁ ଓ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ସହିତ ରୋଷେଇ ଘର ଥିଲା ।[୧] ସ୍ୱାମୀନାରାୟଣ ୯ ଅକ୍ଟୋବର ୧୮୨୮ ମସିହାରେ ଅନେକ ବିଗ୍ରହ ସ୍ଥାପନ କରିଥିଲେ ଯଥା: (Gopinath) ‘ଗୋପୀନାଥ’ (କୃଷ୍ଣଙ୍କର ଏକ ଆକାର), ତାଙ୍କ ପତ୍ନୀ ରାଧା ଓ ହରିକୃଷ୍ଣ (ସ୍ୱାମୀନାରାୟଣ) ବିଗ୍ରହ ମନ୍ଦିର କେନ୍ଦ୍ରରେ ପୂଜା କରାଯାଏ । ପଶ୍ଚିମ ପାଖରେ ଧର୍ମଦେବ, ଭକ୍ତିମାତା ଓ କୃଷ୍ଣଙ୍କର ପିତା ବାସୁଦେବଙ୍କୁ ପୂଜା କରାଯାଏ । ହରୀକୃଷ୍ଣଙ୍କ ଶରୀର ଗଠନ ଦେଖିବାକୁ ଠିକ ସ୍ୱାମୀନାରାୟଣ ଭଳି ।[୭]
ଲକ୍ଷ୍ମୀବାଡ଼ି
ସମ୍ପାଦନାଲକ୍ଷ୍ମୀନାରାୟଣଙ୍କ ସମାଧିକୁ ଲକ୍ଷ୍ମୀବାଡ଼ି କୁହାଯାଏ ଯାହା ଟାଉନଠାରୁ କିଛି ଦୂରରେ ଅବସ୍ଥିତ । ତାଙ୍କର ମର ଶରୀରର କ୍ରିୟା କର୍ମ କରାଯାଇଥିବା ସେହି ସ୍ଥାନରେ ଏକ ଗୋଟିକିଆ ଗମ୍ବୁଜ ଥିବା ମନ୍ଦିର ତିଆରି ହୋଇଛି । କିଛି ଦୂରରେ ଏକ ଚାନ୍ଦୁଆ ଅଛି ଯେଉଁଠାରେ ସ୍ୱାମୀନାରାୟଣ ବସି ଲୋକଙ୍କୁ ଉପଦେଶ ଦେଉଥିଲେ ଓ ଆଉ କିଛି ଦୂରରେ ନିଷ୍କୁଳାନନ୍ଦ ସ୍ୱାମୀଙ୍କର ଏକ କୋଠରୀ ଅଛି ଯେଉଁଠାରେ ଶେଷ ଯାତ୍ରା କରିଥିବା ସ୍ୱାମୀନାରାୟଣଙ୍କ ପାଲିଙ୍କି ଥୁଆ ହୋଇଛି । ସେଠାରେ ଏକ ନିମ ଗଛ ଅଛି ଓ ତାହାର ପଶ୍ଚିମ ପାଖରେ ଆଉ ଗୋଟିଏ ଚାନ୍ଦୁଆ ଅଛି ଯେଉଁଠାରେ ସେ ‘ଶରଦୋତ୍ସବ’ ପାଳନ କରୁଥିଲେ ।
ଅନ୍ୟାନ୍ୟ ଖବର
ସମ୍ପାଦନାବିଗ୍ରହ ସ୍ଥାପନ କରିବା ବ୍ୟତୀତ ସେହି ମଣ୍ଡରରେ ଅନେକ ସ୍ମୃତି ରହିଛି । ଭିତର ମନ୍ଦିରର ପୂଜା ସ୍ଥାନରେ ଉତ୍ତର ଦିଗକୁ ମୁଖ ଥିବା ଘନଶ୍ୟାମଙ୍କର (ସ୍ୱାମୀନାରାୟଣଙ୍କର ଏକ ଆକାର) ଏକ ବିଗ୍ରହ ଅଛି । ଏହି ପ୍ରସାଦି ମନ୍ଦିରରେ ଦିଆଯାଉଥିବା ଅନେକ ପ୍ରସାଦ ସଂଗ୍ରହାଳୟରେ ଅଛି । ମନ୍ଦିରର ଦକ୍ଷିଣ ଦିଗରେ ଏକ ବଡ଼ ନିମ ଗଛ ଅଛି ଯେଉଁଠାରେ ସ୍ୱାମୀ ବସି ଆଲୋଚନା କରୁଥିଲେ ଯାହା ବଚନାମୃତ ଗ୍ରନ୍ଥରେ ସାଉତା ହୋଇ ରହିଛି । ଦାଦା ଖଚରଙ୍କର କୋର୍ଟ ତାହାରୁ ମୂଳ ରୂପରେ ସାଇତା ହୋଇ ରହିଛି । ମନ୍ଦିର ପୃଷ୍ଠ ଭାଗରେ ଅକ୍ଷର ଓରଡ଼ି ମନ୍ଦିର ଓ ଗଙ୍ଗାଜଳୀୟ କୂପ ଅଛି ।
ସ୍ୱାମୀନାରାୟଣ ତାଙ୍କର ଚେଲାମାନଙ୍କ ସହିତ ଘେଲା ନଦୀରେ (Ghela River) ସ୍ନାନ କରୁଥିଲେ ।[୧] ମନ୍ଦିରର ଦକ୍ଷିଣ ଦିଗରେ ଏହି ନଦୀ ପ୍ରବାହିତ ହେଉଛି । ଅଧିକାଂଶ ସମୟରେ ସ୍ୱାମୀନାରାୟଣ ଗମନ କରୁଥିବା ସ୍ଥାନମାନଙ୍କୁ ନାରାୟଣ ଧରୋ ଓ ସହସ୍ର ଧରୋ କୁହାଯାଏ ।[୧] ନଦୀ ତୀରରେ ହନୁମାନ ଓ ନୀଳକଣ୍ଠଙ୍କର ଛୋଟ ମନ୍ଦିର ଅଛି । ମଇ ୨୦୧୨ ମସିହାରେ ମନ୍ଦିରର ଅଗ୍ରଭାଗ ସ୍ୱର୍ଣ୍ଣ ପାତିଆରେ ଆଚ୍ଛାଦିତ କରାଯାଇଥିଲା । ଏଥି ନିମନ୍ତେ ମନ୍ଦିରକୁ ୨୧୦ ନିୟୁତ ଟଙ୍କା ( ୨୧୦ million (US$୪.୬୬ million)) ଖର୍ଚ୍ଚ କରିବାକୁ ପଡ଼ିଥିଲା ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ Manohar Sajnani (2006). Encyclopaedia of Tourism Resources in India. Kalpaz Publications. p. 126,127. ISBN 81-7835-014-9.
- ↑ "Home". gopinathji.com.
- ↑ Williams 2001, p. 119
- ↑ "Shree Swaminarayan Temple, Gadhada". Shree NarNarayan Dev Gadi. Retrieved 23 April 2013.
{{cite web}}
: CS1 maint: url-status (link) - ↑ "Home". gopinathji.com.
- ↑ Williams 2001, p. 119
- ↑ "Shree Swaminarayan Temple, Gadhada". Shree NarNarayan Dev Gadi. Retrieved 23 April 2013.
{{cite web}}
: CS1 maint: url-status (link) - ↑ "Rs 21cr spires for Gujarat's first golden temple". The Times of India. 4 May 2012. Archived from the original on 27 January 2013. Retrieved 4 May 2012.
ବାହ୍ୟ ଲିଙ୍କ
ସମ୍ପାଦନା- Williams, Raymond (2001). Introduction to Swaminarayan Hinduism. Cambridge University Press. ISBN 978-0-521-65422-7.
- [୧] Archived 2022-11-03 at the Wayback Machine.