ସ୍ୱଳ୍ପ ପରିମାଣ ସକ

ରକ୍ତନଳୀରେ ତରଳ ପଦାର୍ଥ ବା ରକ୍ତ ପରିମାଣ କମିଗଲେ ଏହି ଅବସ୍ଥା ସୃଷ୍ଟି ହୁଏ ।

ସ୍ୱଳ୍ପ ପରିମାଣ ସକ ବା ହାଇପୋଭୋଲେମିକ ସକ୍ (ଇଂରାଜୀ ଭାଷାରେ Hypovolemic shock) ହୋଇଥିବା କୁହାଯାଏ ଯେତେବେଳେ ରକ୍ତନଳୀରେ ତରଳ ପଦାର୍ଥ ବା ରକ୍ତ ପରିମାଣ କମ ଥାଏ ।[୨] ଏହି ଅବସ୍ଥାରେ ଶରୀର ଭିତର ତନ୍ତୁମାନଙ୍କୁ ଯଥେଷ୍ଟ ରକ୍ତ ସରବରାହ ହୋଇପାରେ ନାହିଁ | [୨] ପ୍ରାରମ୍ଭିକ ଲକ୍ଷଣରେ ସାଧାରଣତଃ ଦୁର୍ବଳତା, କମ ନାଡ଼ି ଚାପ (narrowed pulse pressure) ଓ ଏବଂ ଦୃତ ହୃଦ୍‌ଗତି ହାର ହୁଏ | [୧] [୨] ଅବସ୍ଥା ଖରାପ ଦିଗକୁ ଗତି କଲେ ନିମ୍ନ ରକ୍ତ ଚାପ ଦ୍ୱନ୍ଦ୍ୱ କିମ୍ବା ଉତ୍ତେଜନା ହୋଇପାରେ | [୧] ରୋଗ ଜଟିଳ ହେଲେ ଇଲେକ୍ଟ୍ରୋଲାଇଟ ବ୍ୟତିକ୍ରମ, ବୃକ୍‌କ ବିଫଳତା ଏବଂ ବ‌ହୁମୁଖୀ ଅଙ୍ଗ ବିଫଳତା ହୋଇପାରେ | [୧]

Low volume shock
Video explanation of shock
ବିଭାଗEmergency medicine
ଲକ୍ଷଣInitially: Weakness, narrowed pulse pressure, fast heart rate[୧][୨]
Worsens: low blood pressure, confusion, agitation[୧]
କାରଣFluid loss, blood loss[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and the history of events[୧]
ଚିକିତ୍ସାDepends on the type of fluid lost[୧]
ପୁନଃପୌନିକRelatively common[୧][୩]

ତରଳ ପଦାର୍ଥ କିମ୍ବା କମ ରକ୍ତ ପରିମାଣ ଯୋଗୁ ସକ ହୋଇପାରେ କିନ୍ତୁ ରକ୍ତ ଯୋଗୁ ହେଲେ ତାହାକୁ ହେମୋରେଜିକ ସକ କୁହାଯାଏ | [୧] ବାନ୍ତି, ତରଳ ଝାଡା, ଅତ୍ୟଧିକ ପରିସ୍ରା ଉତ୍ପାଦନ, ଗରମ ପାଣିପାଗ କିମ୍ବା ଅଗ୍ନାଶୟ ପ୍ରଦାହ ଯୋଗୁ ତରଳ ପଦାର୍ଥ କମିଯାଏ । [୧] ଆଘାତ, ପାକସ୍ଥଳୀ-ଅନ୍ତନଳୀ ରକ୍ତସ୍ରାବ କିମ୍ବା ଅଥାନ ଗର୍ଭ ଯୋଗୁ ରକ୍ତ‌ହାନୀ ହୋଇପାରେ । [୧] ଲକ୍ଷଣ ଏବଂ ଘଟଣାର ଇତିହାସ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଇପାରେ | [୧]

ତରଳ ପଦାର୍ଥର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ | [୧] ଯେଉଁମାନେ ରକ୍ତ ହରାଇଛନ୍ତି ସେମାନଙ୍କ ପାଇଁ ରକ୍ତସ୍ରାବ ବନ୍ଦ କରିବା, ରକ୍ତ ପ୍ରସ୍ତୁତକାରୀ ଦ୍ରବ୍ୟ, ଟ୍ରାନେକ୍ସାମିକ୍ ଏସିଡ୍ ଏବଂ ଅସ୍ତ୍ରୋପଚାର ପରାମର୍ଶ ଦିଆଯାଏ । [୪] କେବଳ ତରଳ ପଦାର୍ଥ କମ ଥିଲେ ଶିରାଭ୍ୟନ୍ତର କ୍ରିସ୍ଟାଲଏଡ ତରଳ ପଦାର୍ଥ ସାଧାରଣତଃ ବ୍ୟବହୃତ ହୋଇଥାଏ । [୧] ଏହାର ମୂଳ କାରଣକୁ ମଧ୍ୟ ସମାଧାନ କରାଯିବା ଉଚିତ୍ । [୧] ସ୍ୱଳ୍ପ ପରିମାଣ ସକ ବା ହାଇପୋଭୋଲେମିକ୍ ଶକ୍ କେତେଥର ଘଟେ ତାହା ଅସ୍ପଷ୍ଟ | [୧] ପିଲାମାନେ ଆଘାତପ୍ରାପ୍ତ ହେଲେ ଏହା ସାଧାରଣ୍ୟତଃ ଘଟିଥାଏ | [୧] [୩]  

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Taghavi, S; Askari, R (January 2020). "Hypovolemic Shock". PMID 30020669. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ International Trauma Life Support for Emergency Care Providers (8 ed.). Pearson Education Limited. 2018. pp. 172–173. ISBN 978-1292-17084-8.
  3. ୩.୦ ୩.୧ Atluri, Pavan (2006). The Surgical Review: An Integrated Basic and Clinical Science Study Guide (in ଇଂରାଜୀ). Lippincott Williams & Wilkins. p. 265. ISBN 978-0-7817-5641-9.
  4. Hooper, N; Armstrong, TJ (January 2020). "Hemorrhagic Shock". PMID 29262047. {{cite journal}}: Cite journal requires |journal= (help)