ସ୍ୟାମ୍ ପିତ୍ରୋଡ଼ା
ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦା ବା ଶ୍ୟାମ୍ ପିତ୍ରୋଦା ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ଠାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଟେଲିକମ୍ ଇଞ୍ଜିନିୟର୍ ତଥା ବୈଜ୍ଞାନିକ । ୧୯୬୪ ମସିହାରେ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପଢ଼ିବା ନିମିତ୍ତ ଚିକାଗୋ ଯାତ୍ରା କରିଥିଲେ । ବହୁବର୍ଷ ପରେ ପିତ୍ରୋଦା ତାଙ୍କ ଭାରତ ଯାତ୍ରା ସମୟରେ ସ୍ତ୍ରୀଙ୍କୁ ଫୋନ କଲ୍ଟିଏ କରିପାରି ନ ଥିଲେ । ତେଣୁ ସେ ଭାରତକୁ ଫେରି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହାୟତାରେ ଭାରତର କୋଣ ଅନୁକୋଣକୁ ଟେଲିକମୁନିକେସନ୍ ମାଧ୍ୟମରେ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ । ତାଙ୍କରି ପ୍ରଚେଷ୍ଟାରେ ସି ଡଟ୍ (Center for the Development of Telematics)ର ଶୁଭାରମ୍ଭ ହେଲା । ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ଜଳ ସଂପଦ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଟେଲିକମୁନିକେସନ୍ ସମ୍ପର୍କିତ ପ୍ରଦ୍ୟୋଗିକୀ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ । ସେ ମଧ୍ୟ ଥିଲେ ଭାରତର ଟେଲିକମ୍ ଆୟୋଗ (Telecom Commission)ର ସଂସ୍ଥାପକ ଅଧ୍ୟକ୍ଷ୍ୟ ।
ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ବୈଜ୍ଞାନିକ, ଏଣ୍ଟରପ୍ରିନର |
ବୈବାହିକ-ସାଥୀ | ଅନୁ ଛାୟା |
ୱେବସାଇଟ | www |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦାଙ୍କ ପିତାମାତା ଗୁଜରାଟି ଥିଲେ । ସେ ସାତ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ ।[୧] ସତ୍ୟନାରାୟଣଙ୍କ ପିତାମାତା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ଅତଏବ ଗୁଜରାଟସ୍ଥିତ ବଲ୍ଲଭ ବିଦ୍ୟାନଗରରେ ସେ ସ୍କୁଲ ଶିକ୍ଷା ସମାପ୍ତ କରି ବରୋଦାସ୍ଥିତ ମହାରାଜା ସାୟାଜୀରାଓ ୟୁନିଭରସିଟିରୁ ପଦାର୍ଥବିଜ୍ଞାନ ଏବଂ ଇଲେକ୍ଟ୍ରୋନିକ୍ସରେ ସ୍ନାତୋକତ୍ତର ଶିକ୍ଷା ସମାପ୍ତ କଲେ । ତତ୍ପରେ ସେ ଚିକାଗୋସ୍ଥିତ ଇଲିନୋଇଜ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ Illinois Institute of Technology ଇଲେକ୍ଟ୍ରୋନିକସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ।
କର୍ମଜୀବନ
ସମ୍ପାଦନାପିତ୍ରୋଦା ଦ୍ୱିତୀୟବାର ଯେତେବେଳେ ୨୦୦୪ରେ ଭାରତ ଫେରିଲେ, ଭାରତରେ ବୌଦ୍ଧିକ ଅନୁଷ୍ଠାନ ତଥା ଭିତ୍ତିଭୂମି ଗଠନରେ ଲାଗିପଡିଲେ । ଜାତୀୟ ଜ୍ଞାନ ଆୟୋଗର en:National Knowledge Commission ସେ ଥିଲେ ଅଧ୍ୟକ୍ଷ୍ୟ(୨୦୦୫-୨୦୦୯) । ଉକ୍ତ ପଦବୀରେ ଥାଇ ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭାରତର ବୌଦ୍ଧିକ ଅନୁଷ୍ଠାନ ତଥା ଭିତ୍ତିଭୂମି ସଂପ୍ରସାରଣ ସଂପର୍କିତ ନୀତିଗତ ପରାମର୍ଶ ଦେଉଥିଲେ । ଉକ୍ତ ସମୟରେ ଜାତୀୟ ଜ୍ଞାନ ଆୟୋଗ ଭିନ୍ନ ଭିନ୍ନ ୨୭ଗୋଟି ବିଷୟରେ ପ୍ରାୟ ୩୦୦ରୁ ଅଧିକ ସୁପାରିଶ ପ୍ରଦାନ କରିଥିଲେ ।
ଭାରତରେ ଜାତୀୟ ନବୋନ୍ମେଷ ପରିଷଦର National Innovation Council ଗଠନରେ ସେ ଥିଲେ ମୁଖ୍ୟ ପୁରୋଧା । [୨]
ସି- ସାମ (C-SAM) ନାମକ ସଂସ୍ଥାର ସେ ଥିଲେ ଅଧ୍ୟକ୍ଷ୍ୟ ।[୩] । ଏହାର ମୁଖ୍ୟାଳୟ ଚିକାଗୋଠାରେ ଏବଂ ସିଙ୍ଗାପୁର, ଟୋକିଓ, ପୁନା, ମୁମ୍ବାଇ ଓ ବରୋଦାଠାରେ ଏକାଧିକ ଶାଖା ପ୍ରତିଷ୍ଠା ଲାଭ କରିଥିଲା । ପ୍ରାୟ ୧୦୦ରୁ ଅଧିକ ଉଦ୍ଭାବନ/ଟେକ୍ନୋଲୋଜିର ପେଟେଣ୍ଟ (ସତ୍ତ୍ୱାଧିକାର) ହାସଲ କରିଥିବା ଶ୍ରୀ ପିତ୍ରୋଦା ଜଣେ ଏଣ୍ଟରପ୍ରିନର ଭାବେ ମଧ୍ୟ ଜଣାଶୁଣା । ଅନେକେ ହୁଏତ ଜାଣି ନଥିବେ, ପିତ୍ରୋଦା ଜଣେ ଚିତ୍ରକର ଏବଂ ତବଲା ବାଦକ ମଧ୍ୟ ଥିଲେ ।
ଜାନୁୟାରୀ ୨୦୧୬ରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟର ବୈଷୟିକ ପରାମର୍ଶଦାତା ଭାବେ ନିୟୁକ୍ତି ଦେଲେ ।[୪]
ପୁରସ୍କାର
ସମ୍ପାଦନା- ମିଳିତ ଜାତିସଂଘରେ ପରାମର୍ଶଦାତା ଭାବେ ସେ ୧୯୯୨ରେ କାର୍ଯ୍ୟ କରିଥିଲେ ।
- ଡାଟାକ୍ୱେଷ୍ଟ (en:Dataquest)ଦ୍ୱାରା ଜୀବନ ବ୍ୟାପି ଉପଲବ୍ଧି ନିମନ୍ତେ ସମ୍ମାନ -୨୦୦୨[୫]
- World Network of Young Leaders and Entrepreneursଦ୍ୱାରା ବିଶ୍ୱର ଜଣେ ପ୍ରମୁଖ ନେତାଭାବେ ନିର୍ବାଚିତ-୨୦୦୮ ।[୬]
- ଆନ୍ତର୍ଜାତୀୟ ଟେଲିକମୁନିକେସନ ସଂଘ (en:International Telecommunication Union) (ITU)ଦ୍ୱାରା ବିଶ୍ୱ ଟେଲିକମୁନିକେସନ ଏବଂ ସୂଚନା ସୋସାଇଟି ସମ୍ମାନଦ୍ୱାରା ସମ୍ମାନିତ-୧୭ ମେ, ୨୦୧୧ । ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।
- ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ D.Sc. ଉପାଧି ପ୍ରଦାନ -୧୪ ଜୁଲାଇ, ୨୦୧୦.
- ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମିତ୍ତ ଭାରତ ସରକାରଙ୍କଦ୍ୱାରା ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ- ୨୦୦୯ ।[୯]
- ଭାରତରେ ଟେଲିକମ୍ ଏବଂ ଆଇ.ଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ନିମନ୍ତେ Skoch Challenger Lifetime Achievement Award- ୨୦୦୯ in 2009 for ushering in the telecom and IT revolution in India.
- ଆନ୍ଧ୍ର ୟୁନିଭରସିଟିଦ୍ୱାରା D.Sc ଡିଗ୍ରୀରେ ସମ୍ମାନିତ- ୨୦୦୮
- ଟେଲିକମୁନିକେସନ୍ କ୍ଷେତ୍ରରେ ସାର୍ବଜନିକ ସେବା ନିମନ୍ତେ IEEE Communication Society, Award -୨୦୦୭
- ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା, ଦିଲୀଦ୍ୱାରା ସମ୍ମାନିତ -୩୧ ମାର୍ଚ୍ଚ ୨୦୦୯.
ପ୍ରକାଶିତ ବହି
ସମ୍ପାଦନାପିତ୍ରୋଦାଙ୍କ ସମ୍ପର୍କରେ ପ୍ରକାଶିତ ବହିଗୁଡିକ ଏକ ତାଲିକା :
- IEEE Transactions on Communications, Special Publication on Telecommunication in Developing Countries, Volume COM-24, Number 7, July 1976 (Part II here)
- Exploding Freedom: Roots in Technology, Allied Publishers Limited, 1993
- Foundation for the Future: Human Resource Development, Commonwealth Secretariat, 1993
- Development of Gujarat: People’s Perceptions, Sardar Patel Institute of Economic and Social Research, Ahmedabad, 1997
- Vision, Values, & Velocity, Silicon India, 2001
- March of Mobile Money: The Future of Lifestyle Management, Harper Collins, 2010
ନିକଟରେ ପିତ୍ରୋଦାଙ୍କ ଲିଖିତ " Dreaming Big- My journey to connect India" ପ୍ରକାଶିତ ହୋଇଛି । ଏତଦ୍ ବ୍ୟତୀତ ପିତ୍ରୋଦାଙ୍କ ଜୀବନୀ ଉପରେ ଲିଖିତ ଅନ୍ୟାନ୍ୟ ବହି ହେଉଛି:
- Sam Pitroda: A Biography, by Mayank Chhaya, Konark Publishers Pvt Ltd, 1992
(Part II) This biography of Sam Pitroda by Mayank Chhaya was on the best seller list in India.
ଆଧାର
ସମ୍ପାଦନା- ↑ ୟୁ-ଟବ୍ରେ IM Indore - lecture by sam pitroda part-1
- ↑ "ଆର୍କାଇଭ୍ କପି". Archived from the original on 2015-11-08. Retrieved 2015-10-28.
{{cite web}}
: Cite has empty unknown parameter:|1=
(help) - ↑ "Dr. Sam Pitroda". Corporate bio web page. C-SAM. Archived from the original on 1 September 2013. Retrieved 15 July 2013.
- ↑ "ଶ୍ୟାମ ପିତ୍ରୋଦା ହେଲେ ରାଜ୍ୟର ବୈଷୟିକ ପରାମର୍ଶଦାତା". ସମ୍ବାଦ. 7 January 2016. Archived from the original on 10 January 2016. Retrieved 7 January 2016.
- ↑ "Sam Pitroda: Lifetime Achievement Award 2002". Dataquest. 27 December 2002. Archived from the original on 2 October 2011. Retrieved 15 July 2013.
- ↑ "WNYLE Prominent Leader". Organization web site. Archived from the original on 22 August 2008. Retrieved 15 July 2013.
- ↑ "UIC to award honorary degree to Sam Pitroda". India Tribune. Retrieved 15 July 2013.
- ↑ "Honorary Degrees 1966 - 2010". University of Illinois at Chicago. Archived from the original on 6 June 2014. Retrieved 15 July 2013.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |