ସ୍ରୋତସ୍ୱତୀ

ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନି

ସ୍ରୋତସ୍ୱତୀ ଏକ ଓଡ଼ିଆ ବହି ।[୧] ଏହା ଗାଳ୍ପିକ ଓ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ । ଏହି ପୁସ୍ତକର ତିନୋଟି ଖଣ୍ଡ ଅଛି ।[୨] ପ୍ରଥମ ଭାଗରେ ଶ୍ରୀ ମହାନ୍ତି ତାଙ୍କ ପିଲା ବେଳ ବିଷୟରେ ଲେଖିଛନ୍ତି । ଦ୍ୱିତୀୟ ଖଣ୍ଡଟି ତାଙ୍କ ଛାତ୍ର ଜୀବନ ତଥା ତୃତୀୟ ଖଣ୍ଡଟିରେ ତାଙ୍କ ଚାକିରି, ଲେଖକ ଜୀବନ ଓ ତା ପର ଅବସ୍ଥା ବିଷୟରେ ଲେଖିଛନ୍ତି । ଏହି ପୁସ୍ତକଟି ସେତେବେଳର ଓଡ଼ିଶାର ଏକ ଜୀବଂତ ଚିତ୍ର ଦିଏ । ବିଶେଷ କରି ତୃତୀୟ ଖଣ୍ଡଟିରେ ସେ କୋରାପୁଟ ଜିଲ୍ଲା (୧୯୪୦ରୁ ୧୯୪୫) ଉପରେ ବର୍ଣ୍ଣନା କରିଛନ୍ତି । ସେତେବେଳର କୋରାପୁଟ ଆଦିବାସୀମାନଙ୍କ ଜୀବନଶୈଳୀ ତଥା ସାମଜିକ ଚିତ୍ର ଏଥିରେ ବର୍ଣ୍ଣିତ । ଏହି ପୁସ୍ତକ ମହାନ୍ତି ୧୯୮୨ ବେଳକୁ ଲେଖିଥିଲେ । ପ୍ରଥମ ଖଣ୍ଡ ପ୍ରକାଶ ପାଇଥିଲା ୧୯୯୨, ଦ୍ୱିତୀୟ - ୧୯୯୯ ଓ ତୃତୀୟ ଭାଗ ୨୦୦୦ । ଏହାର ପ୍ରକାଶକ ବିଦ୍ୟାପୁରୀ[୩]

ଭାଗ ସମ୍ପାଦନା

  • ପ୍ରଥମ ଭାଗ (୧୯୯୨, ISBN 81-7411-028-3)
  • ଦ୍ୱିତୀୟ ଭାଗ (୧୯୯୯, ISBN 81-7411-258-8)
  • ତୃତୀୟ ଭାଗ (୨୦୦୦, ISBN 817411-315-0)

ଆଧାର ସମ୍ପାଦନା

ଅଧିକ ପଠନ ସମ୍ପାଦନା