ସ୍ଥାନାନ୍ତରିତ ମାଢ଼ି
ସ୍ଥାନାନ୍ତରିତ ମାଢ଼ି (ଇଂରାଜୀ ଭାଷାରେ dislocated jaw ବା Temporomandibular joint dislocation) କୁହାଯାଏ ଯେତେବେଳେ ମାଢ଼ି ହାଡ଼ର କଣ୍ଡାଇଲ ଟେମ୍ପୋରାଲ ଅସ୍ଥିଠାରୁ ବିସ୍ଥାପିତ ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ପାଟି ବନ୍ଦ କରିବାରେ ଅକ୍ଷମତା, କଥା ହେବା ସମସ୍ୟା, ଚୋବେଇବା ସମସ୍ୟା ଏବଂ କାନ ସାମ୍ନାରେ ଯନ୍ତ୍ରଣା ଅନୁଭବ ହୋଇପାରେ ।[୧] ଉଭୟ ପାର୍ଶ୍ୱର ଗଣ୍ଠି, ଗୋଟିଏ ପାର୍ଶ୍ୱ ଅପେକ୍ଷା ଅଧିକ ପ୍ରଭାବିତ ହୁଏ ।[୧] ଏହା ସହିତ ଅସ୍ଥି ଭଗ୍ନ, ବାହ୍ୟ ଶ୍ରବଣ ନଳୀରେ ଆଘାତ, ଏବଂ କ୍ରାନିଆଲ୍ ସ୍ନାୟୁ ଆଘାତପ୍ରାପ୍ତ ହୋଇ ଜଟିଳ ହୋଇପାରେ ।[୧]
Dislocated jaw | |
---|---|
Temporal mandibular joint (TMJ) dislocation, dislocated mandible | |
ବିଭାଗ | ENT surgery |
ଲକ୍ଷଣ | Inability to close the mouth, problems speaking and chewing, pain in front of the ear[୧] |
କାରଣ | Physical injury, over opening the jaw, connective tissue disorders[୧] |
ବିପଦ କାରକ | Prior loss of teeth[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, medical imaging[୧] |
ସଠିକ ରୋଗ ନିର୍ଣ୍ଣୟ | Mandible fracture, peritonsillar abscess, TMJ dysfunction, tetanus[୧] |
ଔଷଧ | Local anesthesia, procedural sedation, muscle relaxants[୧] |
ଚିକିତ୍ସା | Reduction[୧] |
Prognosis | Generally good[୧] |
ପୁନଃପୌନିକ | 2.5 per 10,000 per year[୨] |
ଏହାର କାରଣ ମଧ୍ୟରେ ଶାରୀରିକ ଆଘାତ, ଅତ୍ୟଧିକ ହାଇ ମାରିବା ସମୟରେ ପାଟି ଅତ୍ୟଧିକ ଖୋଲିବା ଏବଂ କନେକ୍ଟିଭ୍ ତନ୍ତୁ ବ୍ୟାଧି ଭଳି ଅନ୍ତର୍ନିହିତ ଗଠନ ଜନିତ ସମସ୍ୟା ହେତୁ ହୋଇପାରେ ।[୧] ଦାନ୍ତହାନୀ ଏହାର ବିପଦ କାରଣ ହୋଇପାରେ ।[୧] ରୋଗ ନିର୍ଣ୍ଣୟ ପ୍ରାୟତଃ ଲକ୍ଷଣ ଉପରେ ଆଧାରିତ, ଯଦିଓ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ ।[୧] ଏହାର ବିବିଧ ପ୍ରକାର ସନ୍ଧିଚ୍ୟୁତ ମଧ୍ୟରେ ଅଗ୍ରବର୍ତ୍ତୀ, ପଶ୍ଚାତ୍ବର୍ତ୍ତୀ, ଉର୍ଦ୍ଧ୍ୱସ୍ଥ, ବାହ୍ୟ ପାର୍ଶ୍ୱସ୍ଥ ହୋଇପାରେ ।[୧]
ସାଧାରଣତଃ ଏହା 'ବନ୍ଦ ପୁନଃସ୍ଥାପନ' ସହିତ ଚିକିତ୍ସା କରାଯାଇପାରେ ।[୧] ଏହା ହୁଏତ ସ୍ଥାନୀୟ ନିଶ୍ଚେତକ, ପ୍ରଶାନ୍ତିକରଣ କିମ୍ବା ମାଂସପେଶୀ ଆରାମ ଆବଶ୍ୟକ କରିପାରନ୍ତି | [୧] ଗଣ୍ଠି ପୁନସ୍ଥାପନ ନିମନ୍ତ ତଳ ମୋଲାର ଦାନ୍ତ ଉପରେ ବୁଢ଼ା ଅଙ୍ଗୁଳିଦ୍ୱାରା ନିମ୍ନ ଚାପ ପ୍ରୟୋଗ କରି ହାତଦ୍ୱାରା ପଛକୁ ଠେଲି ଦିଆଯାଏ ।[୧] ଯଦି ସ୍ଥାନାନ୍ତର ଦୀର୍ଘ ଦିନ ଧରି ରହିଆସିଛି, ତେବେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୧] ବାରମ୍ବାର ସମସ୍ୟା ହେଲେ ବିଶେଷଜ୍ଞ ସାହାଯ୍ୟରେ ବଟୁଲିନମ୍ ଟକ୍ସିନ୍ ଇଞ୍ଜେକ୍ସନ ଦିଆଯାଇପାରେ ।[୧]
ସ୍ଥାନାନ୍ତରିତ ମାଢ଼ି ପ୍ରତିବର୍ଷ ୧୦,୦୦୦ ଲୋକଙ୍କ ମଧ୍ୟରୁ ପାଇଁ ପ୍ରାୟ ୨ରୁ ୩ ଜଣଙ୍କୁ ଏବଂ କୌଣସି ସମୟରେ ଜନସଂଖ୍ୟାର ପ୍ରାୟ ୫%କୁ ପ୍ରଭାବିତ କରିଥାଏ ।[୨] ଖ୍ରୀ:ପୂ: ୧୫୦୦ରୁ ଗଣ୍ଠି ପୁନଃସ୍ଥାପନ ପ୍ରଣାଳୀ ବିଦ୍ୟମାନ ଥିବା ଲିପିବଦ୍ଧ ହୋଇଛି।[୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Hillam, J; Isom, B (January 2022). "Mandible Dislocation". PMID 31747216.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ Gottlieb, M; Long, B (13 July 2022). "Managing Temporomandibular Joint Dislocations". Annals of emergency medicine. doi:10.1016/j.annemergmed.2022.05.031. PMID 35842342.