ସ୍ତନାଗ୍ର ଦାଗ
ସ୍ତନାଗ୍ର ଦାଗ ବା ବ୍ଲେବ (ଇଂରାଜୀ ଭାଷାରେ nipple bleb) କୁହାଯାଏ ଯେତେବେଳେ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ସ୍ତନାଗ୍ରରେ ଏକ ହାଲୁକା ହଳଦିଆ କିମ୍ବା ଧଳା ଫୋଟକା ଦେଖାଯାଏ ।[୧] ବିଶେଷକରି କ୍ଷୀର ଖୁଏଇବା ସମୟରେ ଏହା ଯନ୍ତ୍ରଣାଦାୟକ ହୋଇପାରେ ।[୧] ସାଧାରଣତଃ ୨ ଦିନ ମଧ୍ୟରେ ତାହା ଉପଶମ ହୋଇଯାଏ । [୪] ଏହା ଜଟିଳ ହେଲେ କ୍ଷୀର ନଳୀ ଅବରୋଧ ହୁଏ ବା ମାଷ୍ଟାଇଟିସ ହୋଇପାରେ ।[୬]
ସ୍ତନାଗ୍ର ଦାଗ | |
---|---|
Milk bleb, blocked nipple pore, milk blister | |
ବିଭାଗ | Family medicine |
ଲକ୍ଷଣ | Yellow or white spot on the nipple[୧] |
ଆକ୍ରାନ୍ତ ସମୟ | Breastfeeding[୧] |
ଅବଧି | 2 days[୨] |
ସଠିକ ରୋଗ ନିର୍ଣ୍ଣୟ | Blocked milk duct[୩] |
ଚିକିତ୍ସା | None, warm soaks, lance with a needle[୪][୧] |
ପୁନଃପୌନିକ | Relatively common[୫][୨] |
ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅତ୍ୟଧିକ ତନ୍ତୁ ବୃଦ୍ଧି, ମୋଟା କ୍ଷୀର କିମ୍ବା ଆଘାତ ଦ୍ୱାରା ସ୍ତନାଗ୍ର ବନ୍ଦ ହୋଇଯାଉଥିବା ବିଶ୍ୱାସ କରାଯାଏ ।[୨] ଅନ୍ତର୍ନିହିତ ସଂକ୍ରମଣର କୌଣସି ପ୍ରମାଣ ନାହିଁ ।[୨] ଆକୃତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୪]
ଯଦି କୌଣସି ଯନ୍ତ୍ରଣା ନାହିଁ ତେବେ କୌଶସି ନିର୍ଦ୍ଦିଷ୍ଟ ଚିକିତ୍ସାର ଆବଶ୍ୟକତା ନାହିଁ ।[୧] ଅନ୍ୟଥା ପ୍ରାରମ୍ଭିକ ଚିକିତ୍ସାରେ ଉଷୁମ ଭିଜେଇବା କିମ୍ବା ଧୀରେ ଧୋଇବା ସହିତ ହୋଇଥାଏ ।[୪] ବେଳେବେଳେ ସେଗୁଡିକ ଏକ ଜୀବାଣୁ ରହିତ ଛୁଞ୍ଚିରେ ଫୋଡ଼ିଦିଆଯାଇପାରେ ।[୪] ଆଇବୁପ୍ରୋଫେନ୍ ମଧ୍ୟ ଦିଆଯାଇପାରେ ।[୭] ସ୍ତନ୍ୟପାନ ଜାରି ରଖିବା ଉଚିତ୍ ।[୧] ଲେସିଥିନ ପରିପୂରକ ସପ୍ଲିମେଣ୍ଟଗୁଡିକ ବ୍ୟବହୃତ ହୋଇଥିବାବେଳେ ଏହାର ଉପକାରୀତା କିମ୍ବା ନିରାପତ୍ତାର ପ୍ରମାଣ ଅସ୍ପଷ୍ଟ ଅଛି ।[୮] [୯] ସେଗୁଡ଼ିକ ଅପେକ୍ଷାକୃତ ସାଧାରଣ | [୫] [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "White spot | Australian Breastfeeding Association". www.breastfeeding.asn.au. Archived from the original on 19 January 2024. Retrieved 26 January 2024.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Milk Bleb: Blister, Causes, Symptoms & Treatment". Cleveland Clinic (in ଇଂରାଜୀ). Archived from the original on 30 September 2023. Retrieved 27 January 2024.
- ↑ "Plugged Milk Ducts and Nipple Blebs" (PDF). Archived (PDF) from the original on 13 June 2023. Retrieved 27 January 2024.
- ↑ ୪.୦ ୪.୧ ୪.୨ ୪.୩ ୪.୪ Walker, Marsha (13 December 2021). Breastfeeding Management for the Clinician: Using the Evidence (in ଇଂରାଜୀ). Jones & Bartlett Learning. p. 502. ISBN 978-1-284-22548-8. Archived from the original on 28 January 2024. Retrieved 26 January 2024.
- ↑ ୫.୦ ୫.୧ "Re: Managing common breastfeeding problems in the community" (in ଇଂରାଜୀ). 27 January 2024. Archived from the original on 18 November 2022. Retrieved 27 January 2024.
{{cite journal}}
: Cite journal requires|journal=
(help) - ↑ Walker, Marsha (13 December 2021). Breastfeeding Management for the Clinician: Using the Evidence (in ଇଂରାଜୀ). Jones & Bartlett Learning. p. 502. ISBN 978-1-284-22548-8. Archived from the original on 28 January 2024. Retrieved 26 January 2024.
- ↑ "Sore, tender and damaged nipples – Te Whatu Ora - Health New Zealand". www.tewhatuora.govt.nz. Archived from the original on 29 September 2023. Retrieved 26 January 2024.
- ↑ "Lecithin". Drugs and Lactation Database (LactMed®). National Institute of Child Health and Human Development. 2006. Archived from the original on 1 September 2023. Retrieved 27 January 2024.
- ↑ "Protocol #6 Plugged Ducts" (PDF). Archived (PDF) from the original on 20 January 2022. Retrieved 27 January 2024.