"ସ୍କାଇପ"[୧] ହେଉଛି ଗୋଟିଏ କମ୍ପ୍ୟୁଟର ଆପ୍ଲିକେସନ ଯାହାଦ୍ୱାରା ଭିଡିଓ କଲ / ଚାଟ (ଯେଉଁଥିରେ କଥାବାର୍ତ୍ତା ଶୁଣାଯିବା ସହ ଆରପଟ ଚିତ୍ର ଦୃଶ୍ୟମାନ ହୁଏ) ଏବଂ ସାଧାରଣ ଟେଲିଫୋନ ସେବା ପ୍ରଦାନ କରିଥାଏ [୨]

ଇତିହାସ ସମ୍ପାଦନା

ସ୍କାଇପ ଆପ୍ଲିକେସନକୁ ପ୍ରଥମେ ୨୦୦୩ ମସିହାରେ ସ୍ୱିଡେନର ନିକଲାସ ଜେନସ୍ଟ୍ରମ ଏବଂ ଡେନମାର୍କର ଜାନସ ଫ୍ରିସ ତିଆରି କରିଥିଲେ । ପରେ ପରେ ଏସ୍ତୋନିଆ ଦେଶର ଆହ୍ତି ହେଂଲା , ପ୍ରିତ କାସେଲାଉ ଓ ଜାନ ଟାଲିନ ଏହାର ସଫ୍ଟୱେଆର ତିଆରି କରିଥିଲେ । ୨୦୦୫ ମସିହାରେ ଇବେ ଏହାକୁ ଅଧିଗ୍ରହଣ କରିଥିଲା ଏବଂ ୨୦୧୧ ମସିହାରେ ମାଇକ୍ରୋସଫ୍ଟ କର୍ପୋରସନ ଏହାକୁ ୮୫୦ କୋଟି ଡଲାର ମୂଲ୍ୟରେ କିଣିନେ‍ଇଥିଲେ [୩]

ବିଶେଷତା ସମ୍ପାଦନା

ସ୍କାଇପଦ୍ୱାରା ମାଗଣା ଭିଡିଓ କଲ କରିହୁଏ, ଯେଉଁଥିରେ ଆର ପଟ ଲୋକଂକୁ ଶୁଣିବା ସହ ଦେଖି ମଧ୍ୟ ହୁଏ । ଏଥିପାଇଁ କେବଳ ସ୍କାଇପ ଖାତା ବା ଆକାଉଣ୍ଟ (ଉଭୟ କଲ୍ କରୁଥିବା ବ୍ୟକ୍ତି ଓ ଯାହାକୁ କଲ କରାଯାଉଛି, ସେ ଦୁଇ ଜଣଂକର) ରହିବା ଆବଶ୍ୟକ । ଏଥିପାଇଁ ୱେବ କ୍ୟାମେରା ସହ ପିସି ବା ଆଗ ପଟ କ୍ୟାମେରା ଥିବା ସ୍ମାର୍ଟ୍‍ ଫୋନ୍‍ ବ୍ୟବହାର କରାଯାଇପାରେ ଏବଂ ଏହି ଉପକରଣ ଗୁଡିକରେ ସ୍କାଇପ ଆପ୍ଲିକେସନ ସ୍ଥାପନା ହୋଇଥିବା ଆବଶ୍ୟକ । ଦ୍ରୁତ ଗତି ସମ୍ପନ୍ନ ଇଣ୍ଟରନେଟ ସେବା ମଧ୍ୟ ଜରୁରୀ (ଦୁଇ ପଟ ଯାକ) ।

ସ୍କାଇପଦ୍ୱାରା ଅକ୍ଷର ବାର୍ତ୍ତା (ଟେକ୍ସ୍ଟ ମେସେଜ୍) ତଥା ଭିଡିଓ ବାର୍ତା ଆଉ ଗୋଟିଏ ସ୍କାଇପ ଆକାଉଣ୍ଟକୁ ପଠାଇହେବ ।

ସ୍କାଇପଦ୍ୱାରା ଗୋଟିଏ ପିସି କିମ୍ବା ମୋବାଇଲରୁ କୌଣସି ଲ୍ୟାଣ୍ଡ ଲାଇନ (ସ୍ଥିର ଫୋନ) ବା ମୋବାଇଲ ଫୋନକୁ କେବଳ ସ୍ୱର ବାଲା (ଭଏସ୍) କଲ ମଧ୍ୟ କରାଯାଇପାରେ । ମାତ୍ର ଏହା ମାଗଣା ନୁହଁ , ଏଥି ପାଇଁ ମୂଲ୍ୟ ପ୍ରଦାନ କରିବାକୁ ପଡିଥାଏ [୪] । ଭାରତ ଭିତରେ ଥିବା ଫୋନ୍‍ ଗୁଡିକୁ ଏହି ଏହି ଭଏସ କଲ୍‍ ସେବା ଉପଲବ୍ଧ ନାହିଁ ।

ସ୍କାଇପ ଆସିଲା ପରେ ସାଧାରଣ ଟେଲିଫୋନ କମ୍ପାନୀ ପ୍ରଦାନ କରୁଥିବା ଆନ୍ତର୍ଜାତୀୟ ଦୂରଭାଷ ସେବା (ଆଇ ଏସ୍‍ ଡି କଲ୍‍) ବ୍ୟବହାର ଅନେକ ମାତ୍ରାରେ କମି ଯାଇଅଛି[୫]

ଆଧାର ସମ୍ପାଦନା

  1. "SKYPE".
  2. "skype". wikipedia. Retrieved 20 November 2016.
  3. "Microsoft Buys Skype for $8.5 Billion. Why, Exactly?". Retrieved 20 November 2016.
  4. "9 Reasons why Skype, WhatsApp and Viber Do Not Undermine Your International Calling Service". www.ipsmarx.com/. Archived from the original on 20 November 2016. Retrieved 20 November 2016.
  5. "Skype Traffic Continues to Thrive". TeleGeography. 15 January 2014. Retrieved 20 November 2016.