ସୌମ୍ୟା ମିଶ୍ର

ପ୍ରଥମ ଓଡ଼ିଆ ମହିଳା ଭାରତୀୟ ପୁଲିସ ସେବା ଅଧିକାରୀ

ସୌମ୍ୟା ମିଶ୍ର, ପ୍ରଥମ ଓଡ଼ିଆ ମହିଳା ଆଇ.ପି.ଏସ(ଭାରତୀୟ ପୁଲିସ ସେବା) ଅଧିକାରୀ ଅଟନ୍ତି । ସେ ୧୯୯୪ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗଦାନ କରିଥିଲେ[୧] ଓ ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟର ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ । [୨] ସେ ପୁଲିସ ବିଭାଗରେ ଅନ୍ୟାନ୍ୟ ପଦବୀରେ ରହି, ବିଜୟୱାଡ଼ା, କରିମନଗର, ସାଇବରାବାଦ, ବିଶାଖାପାଟଣା, ବିଜୟନଗରମୱାରଙ୍ଗଲ ଆଦି ସ୍ଥାନରେ କାର୍ଯ୍ୟ କରିସାରିଛନ୍ତି ।[୩]

ସୌମ୍ୟା ମିଶ୍ର
ଜନ୍ମ
ସୌମ୍ୟା ମିଶ୍ର

ଜାତୀୟତା ଭାରତୀୟ
ପୁରାତନ ଛାତ୍ରଷ୍ଟୁଆର୍ଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ
ଜଣାଶୁଣାଭାରତୀୟ ପୁଲିସ ସେବା ଅଧିକାରୀ
ଜୀବନସାଥୀଦେବବ୍ରତ କଣ୍ଠ
ସମ୍ପର୍କୀୟତଦାଶା(ଭଉଣୀ)

ବାଲ୍ୟଜୀବନ ଓ ଶିକ୍ଷା ସମ୍ପାଦନ କରନ୍ତୁ

କଟକରେ ଜନ୍ମିତ ସୌମ୍ୟା, ଷ୍ଟୁଆର୍ଟ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରୁ ପାଠ ପଢ଼ିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜତତ୍ତ୍ୱରେ ପି.ଏଚ.ଡି ହାସଲ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଓ ଜୁନିୟର ରିସର୍ଚ୍ଚ ସ୍କୋଲାରସିପ ହାସଲ କରିଥିଲେ । ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେବା ପରେ, ସେ ରିସର୍ଚ୍ଚ କାମ ଛାଡି ପୁଲିସ ସେବାରେ ଯୋଗ ଦେଇଥିଲେ । [୪]। ପିଲାଟିଦିନରୁ ସୋମ୍ୟାଙ୍କର ଜଣେ ଆ.ପି.ଏ.ସ ଅଫିସର ହେବା ଉଚ୍ଛା ଥିଲା।

ପରିବାର ସମ୍ପାଦନ କରନ୍ତୁ

ପତି ଦେବବ୍ରତ କଣ୍ଠ ଓ ଦୁଇଟି ସନ୍ତାନଙ୍କୁ ନେଇ ସୌମ୍ୟାଙ୍କ ପରିବାର । ସୋମ୍ୟାଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ଦେବବ୍ରତ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟକରି ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିସାରିଛନ୍ତି । ବର୍ତ୍ତମାନ, ସେ ରାଜନୀତିରେ ସକ୍ରିୟ ଅଛନ୍ତି ।[୫] ସୌମ୍ୟାଙ୍କ କନିଷ୍ଠ ଭଗ୍ନୀ ତଦାଶା ମଧ୍ୟ ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଓ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ କାର୍ଯ୍ୟରତ ।

ଉପାଧୀ ଓ ସମ୍ମାନ ସମ୍ପାଦନ କରନ୍ତୁ

  • ପୁଲିସ ପଦକ - ୨୦୧୪[୬]
  • ଲିଡ଼ ଇଣ୍ଡିଆ ଟେଲିଭିଜନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଆଠଜଣଙ୍କ ମଧ୍ୟରେ ସ୍ଥାନିତ ।[୭]

ଆଧାର ସମ୍ପାଦନ କରନ୍ତୁ