ସେଲପର୍କାଟିନିବ
ସେଲପର୍କାଟିନିବ (ଇଂରାଜୀ ଭାଷାରେ Selpercatinib), ରେଟେଭମୋ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେତେକ ପ୍ରକାରର ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ ଏବଂ ଥାଇରଏଡ କର୍କଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ଆରଇଟି (RET) ଫ୍ୟୁଜନ ପଜିଟିଭ୍ କିମ୍ବା ଆରଇଟି ଜିନ ମ୍ୟୁଟେସନ୍ ଥିବା କ୍ଷେତ୍ରରେ ବ୍ୟବହୃତ ହୁଏ | [୩] [୨] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେବା ପରେ ଏହା ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Retevmo, Retsevmo |
Synonyms | LOXO-292 |
AHFS/Drugs.com | monograph |
MedlinePlus | a620036 |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C29H31N7O3 |
Molar mass | ୫୨୫.୬୧ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଚ୍ଚ ରକ୍ତ ଶର୍କରା, ଶୁଖିଲା ପାଟି, ତରଳ ଝାଡ଼ା, ବୃକ୍କ ସମସ୍ୟା, ଥକାପଣ, ଫୁଲା, କମ୍ ପ୍ଲାଟେଲେଟ୍ ଏବଂ ରାସ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, କ୍ୟୁଟି (QT) ବିସ୍ତାର, ରକ୍ତସ୍ରାବ, ଆଲର୍ଜି ପ୍ରତିକ୍ରିୟା ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ କାଇନେଜ ଇନହିବିଟର ଯାହା ଆରଇଟିକୁ ଅବରୋଧ କରେ ।[୨]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ସେଲପର୍କାଟିନିବକୁ ଅନୁମୋଦନ କରାଯାଇଥିଲା ।[୩] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ବାର୍ଷିକ ପ୍ରାୟ ୨୫୮,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[୬] ବ୍ରିଟେନରେ ମଧ୍ୟ ଏହା ଅନୁମୋଦିତ ହୋଇଛି ।| [୪]
ଆଧାର
ସମ୍ପାଦନା- ↑ "Retsevmo EPAR". European Medicines Agency (EMA). 9 December 2020. Archived from the original on 23 April 2021. Retrieved 23 April 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Retevmo- selpercatinib capsule". DailyMed. Archived from the original on 4 March 2021. Retrieved 31 March 2021.
- ↑ ୩.୦ ୩.୧ ୩.୨ "Selpercatinib Monograph for Professionals". Drugs.com (in ଇଂରାଜୀ). Archived from the original on 21 November 2021. Retrieved 12 October 2021.
- ↑ ୪.୦ ୪.୧ "Selpercatinib". SPS - Specialist Pharmacy Service. 14 February 2020. Archived from the original on 28 October 2020. Retrieved 12 October 2021.
- ↑ "Retsevmo". Archived from the original on 23 April 2021. Retrieved 12 October 2021.
- ↑ "Retevmo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 October 2021.