ସେଫୁରୋକ୍ସାଇମ
ସେଫୁରୋକ୍ସାଇମ, ଏକ ବିକ୍ରୟ ନାମ ଜିନାସେଫ୍, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଅନେକ ଗୁଡ଼ିଏ ସଂକ୍ରମଣର ପ୍ରତିଷେଧ ଓ ଚିକିତ୍ସାରେ ବ୍ୟବହୃତ ହୁଏ ।[୧] ଏଥିମଧ୍ୟରେ ନିମୋନିଆ, ମେନିଞ୍ଜାଇଟିସ୍, ମଧ୍ୟକର୍ଣ୍ଣ ପ୍ରଦାହ, ସେପସିସ୍, ମୂତ୍ରାଙ୍ଗ ସଂକ୍ରମଣ ଏବଂ ଲାଇମ୍ ରୋଗ ଅନ୍ତର୍ଭୁକ୍ତ। [୨] ଏହା ପାଟିରେ କିମ୍ବା ଶିରା ଅଥବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
Clinical data | |
---|---|
Trade names | Zinacef, Ceftin, others |
AHFS/Drugs.com | monograph |
MedlinePlus | a601206 |
data |
|
Pregnancy category |
|
Routes of administration | Intramuscular, intravenous, by mouth |
Legal status | |
Legal status |
|
Pharmacokinetic data | |
Bioavailability | 37% on an empty stomach, up to 52% if taken after food |
Elimination half-life | 80 minutes |
Excretion | Urine 66–100% unchanged |
Identifiers | |
| |
ECHA InfoCard | 100.054.127 |
Chemical and physical data | |
Formula | C16H16N4O8S |
Molar mass | ୪୨୪.୩୮ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଆଲର୍ଜି ପ୍ରତିକ୍ରିୟା ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିଅମ ଡିଫିସିଲ୍ ସଂକ୍ରମଣ, ଆନାଫାଇଲକ୍ସିସ୍ ଏବଂ ଷ୍ଟିଭେନ୍ସ - ଜନସନ ସିଣ୍ଡ୍ରୋମ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଏବଂ ସ୍ତନ୍ୟପାନ ନିରାପଦ ବୋଲି ବିଶ୍ୱାସ କରାଯାଏ । [୪] ଏହା ଏକ ଦ୍ୱିତୀୟ ପିଢ଼ୀର ସେଫାଲୋସ୍ପୋରିନ ଔଷଧ ଯାହା ଜୀବାଣୁଙ୍କର କୋଷ ପ୍ରାଚୀର ତିଆରି କରିବାରେ ବାଧା ପ୍ରଦାନ କରିବା ଫଳରେ ମୃତ୍ୟୁ ହୁଏ ।[୩]
୧୯୭୧ ମସିହାରେ ସେଫୁରୋକ୍ସାଇମ୍ ପେଟେଣ୍ଟ ହୋଇଥିଲା ଏବଂ ୧୯୭୭ ମସିହାରେ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଜ୍ୟରେ ପାଟିଦ୍ୱାରା ନିଆଯାଉଥିବା ଏକ ସପ୍ତାହ ଚିକିତ୍ସା ନିମନ୍ତେ ୨୦୧୯ ସୁଦ୍ଧା ମୂଲ୍ୟ £ ୧୮ ଅଟେ ।[୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୮.୫୦ ଡଲାର ଅଟେ । [୮] ୨୦୧୭ରେ ଏହା ୮୦୦ ହଜାରରୁ ଅଧିକ ପ୍ରେସକ୍ରିପସନ୍ ସହିତ ଯୁକ୍ତରାଷ୍ଟ୍ରରେ ୩୪୨ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା । [୯]
ଆଧାର
ସମ୍ପାଦନା- ↑ ୧.୦ ୧.୧ British national formulary : BNF 76 (76 ed.). Pharmaceutical Press. 2018. p. 518. ISBN 9780857113382.
- ↑ ୨.୦ ୨.୧ "Cefuroxime Sodium Monograph for Professionals". Drugs.com. American Society of Health-System Pharmacists. Archived from the original on 22 March 2019. Retrieved 22 March 2019.
- ↑ ୩.୦ ୩.୧ ୩.୨ "Cefuroxime Sodium Monograph for Professionals". Drugs.com. American Society of Health-System Pharmacists. Archived from the original on 22 March 2019. Retrieved 22 March 2019.
- ↑ "Cefuroxime Use During Pregnancy". Drugs.com. Archived from the original on 22 March 2019. Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 493. ISBN 9783527607495. Archived from the original on 2 March 2019. Retrieved 2 March 2019.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 518. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 6 March 2019. Retrieved 3 March 2019.
- ↑ "Cefuroxime - Drug Usage Statistics". ClinCalc. Archived from the original on 19 June 2020. Retrieved 11 April 2020.