ସୂର୍ଯ୍ୟମଣି ବୈଦ୍ୟ
ସୂର୍ଯ୍ୟମଣି ବୈଦ୍ୟ (ଜନ୍ମ: ୨୨ ଜୁନ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞା । ସୂର୍ଯ୍ୟମଣି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସୂର୍ଯ୍ୟମଣି ବୈଦ୍ୟ | |
---|---|
![]() | |
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
ଅଫିସରେ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ପୂର୍ଣ୍ଣଚନ୍ଦ୍ର ସେଠୀ |
ନିର୍ବାଚନ ମଣ୍ଡଳୀ | ଖଲ୍ଲିକୋଟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ଜୁନ ୧୯୮୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଦୈତାରୀ ବେହେରା |
ବାପା/ମା' | ନିରଞ୍ଜନ ବୈଦ୍ୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଧର୍ମ | ହିନ୍ଦୁ |
ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ
ସୂର୍ଯ୍ୟମଣି ବୈଦ୍ୟ ୧୯୮୮ ମସିହାର ଜୁନ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିରଞ୍ଜନ ବୈଦ୍ୟ ଏବଂ ପତିଙ୍କ ନାମ ଦୈତାରୀ ବେହେରା ।[୧] ସୂର୍ଯ୍ୟମଣିଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ସୂର୍ଯ୍ୟମଣି ବୈଦ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।[୧]
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ଏବେଯାଏଁ କାର୍ଯ୍ୟ କରି ଆସୁଛନ୍ତି ।