ସୂର୍ଯ୍ୟନାରାୟଣ ଦାଶ
ସାମ୍ବାଦିକ, ଐତିହାସିକ, ଗବେଷକ ଓ ଲେଖକ
(ସୂର୍ଯନାରାୟଣ ଦାଶରୁ ଲେଉଟି ଆସିଛି)
ପଣ୍ଡିତ ସୂର୍ଯନାରାୟଣ ଦାଶ (୧ ଜୁଲାଇ ୧୯୦୮[୧] - ୧୧ ଜୁଲାଇ ୧୯୮୨[୨]) ଜଣେ ସାମ୍ବାଦିକ, ଐତିହାସିକ, ଗବେଷକ ଓ ଲେଖକ ଅଟନ୍ତି । ୧୯୦୮ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦଶରଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ପିତା ବାଲୁକେଶ୍ୱର ଦାଶ ଓ ମାତା କ୍ଷିତି ଦେବୀ ।
ସୂର୍ଯ୍ୟନାରାୟଣ ଦାଶ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦଶରଥପୁର, ଗଞ୍ଜାମ ଜିଲ୍ଲା, ଓଡ଼ିଶା | ୧ ଜୁଲାଇ ୧୯୦୮
ମୃତ୍ୟୁ | ୧୧ ଜୁଲାଇ ୧୯୮୨ | (ବୟସ ୭୪)
ବୃତ୍ତି | ସାମ୍ବାଦିକ, ଐତିହାସିକ, ଗବେଷକ, ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଓଡ଼ିଆ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ଓଡ଼ିଆ ସାହିତ୍ୟର ଇତିହାସ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର |
ଶିକ୍ଷା
ସମ୍ପାଦନାସୂର୍ଯ୍ୟନାରାୟଣ ୧୯୪୬-୪୭ରେ ଘରୋଇ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ୟୁନାଇଟେଡ଼ ପ୍ରେସ ଅଫ ଇଣ୍ଡିଆର ସ୍ୱତନ୍ତ୍ର ପ୍ରତିନିଧି ଭାବେ ୧୯୩୧ରୁ ୧୯୪୪ ଯାଏଁ କାମ କରିଥିଲେ । ସେ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠାତା ଓ ୧୯୪୫ରୁ ୧୯୬୫ ପର୍ଯ୍ୟନ୍ତ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ ।
ରଚନାବଳୀ
ସମ୍ପାଦନା- ଉତ୍କଳମଣି ଗୋପବନ୍ଧୁ (୧୯୭୬)
- ଦେଶପ୍ରାଣ ମଧୁସୂଦନ (୧୯୭୧)
- ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ (୧୯୬୬)
- ଓଡ଼ିଆ ସାହିତ୍ୟର ଇତିହାସ, (୪ଟି ଭାଗରେ ପ୍ରକାଶିତ- ୧୯୬୩, ୧୯୬୫ ଓ ୧୯୬୬)
- ଓଡ଼ିଆ ସାହିତ୍ୟର ପରିଚୟ
- ଶ୍ରୀ ଜଗନ୍ନାଥ ମନ୍ଦିର, (୧୯୬୬)
- ପାଇକ ବିଦ୍ରୋହ
- ଉନବିଂଶ ଶତାବ୍ଦୀର ଓଡ଼ିଶା, ୧୯୬୯
- ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସ
- କବିବର ରାଧାନାଥ ଓ ତାଙ୍କ ସାହିତ୍ୟ
- ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ
- ରାଜା ରାମମୋହନ ରାୟ
- ଶ୍ରୀ ରାମାନୁଜ ଚରିତ
- ଶ୍ରୀ ନିମ୍ବାର୍କ
- The Temple of Jagannath
- The History of Greater Orissa
ପୁରସ୍କାର ଓ ସମ୍ମାନ
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା), ୧୯୬୭-ଓଡ଼ିଆ ସାହିତ୍ୟର ଇତିହାସ ବହି ନିମନ୍ତେ[୪]
- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୮
ଆଧାର
ସମ୍ପାଦନା- ↑ ମିଶ୍ର, ଡ. ପୂର୍ଣ୍ଣଚନ୍ଦ୍ର. "ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଶ୍ରୀଜଗନ୍ନାଥପୁରାଣ". ପୌରୁଷ. p. ୪୮. Archived from the original on 4 September 2022. Retrieved 4 September 2022.
- ↑ ମିଶ୍ର, ଡ. ପୂର୍ଣ୍ଣଚନ୍ଦ୍ର. "ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଶ୍ରୀଜଗନ୍ନାଥପୁରାଣ". ପୌରୁଷ. p. ୫୨. Archived from the original on 4 September 2022. Retrieved 4 September 2022.
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 880–. ISBN 978-81-260-1803-1.
- ↑ "AKADEMI AWARDS (1955-2013)". Sahitya Akademi. Retrieved 26 February 2015.