ସୁଲୋଚନା ଗାଡଗିଲ ଭାରତର ଜଣେ ଅନ୍ତରୀକ୍ଷ ବିଜ୍ଞାନୀ meteorologist[୧] ଥିଲେ ଓ ଭାରତର ବାଙ୍ଗାଲୋରସ୍ଥିତ ଜଳବାୟୁସାମୁଦ୍ରିକ ବିଜ୍ଞାନ କେନ୍ଦ୍ରରେ ଅନ୍ତରୀକ୍ଷ ବିଜ୍ଞାନୀ ପଦରେ ଅଧିଷ୍ଠିତା ଥିଲେ । ମୌସୁମୀ 'କିପରି ଓ କାହିଁକି' ବିଷୟରେ ଅନୁଧ୍ୟାନ କରିଥିଲେ । ଏହା ସହ ଅନିଶ୍ଚିତ ବୃଷ୍ଟି, ପର୍ଯ୍ୟାବରଣ ସହ କୃଷି କିପରି କରାଯିବ ସେ ସମ୍ବନ୍ଧରେ ଅନୁଶୀଳନ କରିଥିଲେ । ତାଙ୍କର ଗବେଷଣା ଫଳରେ ମୌସୁମୀ ପ୍ରବାହ ସମୟରେ ମେଘର ଅନୁ-ୠତୁ ପରିବର୍ତ୍ତନର ମୂଳ ତଥ୍ୟ ଆବିଷ୍କାର କରିଥିଲେ[୨] । ମୌସୁମୀ ଗୋଟିଏ ଅତିକାୟ ଜଳ-ସ୍ଥଳ ବାୟୁ ପ୍ରବାହ ନୁହେଁ ଓ ଏହା ଋତୁଗତ ଗ୍ରହ ସ୍କେଲ ସିସ୍ଟମ୍ ପ୍ରବାହ (planetary scale system ) ବୋଲି ପ୍ରତିପାଦିତ କରିଥିଲେ । ଚାଷୀମାନଙ୍କ ସହ ମିଳିତ ଉଦ୍ୟମରେ ଭାରତର ବିଭିନ୍ନ ସ୍ଥାନର ମୌସୁମୀ ପ୍ରବାହ ଅନୁସାରେ କୃଷି ନୀତି ନିର୍ଦ୍ଧାରଣ କରିଥିଲେ[୩]

ସୁଲୋଚନା ଗାଡ଼ଗିଲ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନPune University
ବୈବାହିକ-ସାଥୀମାଧବ ଗାଡ଼ଗିଲ
ବିଜ୍ଞାନୀ ଜୀବନ
କ୍ଷେତ୍ରOceanography, Meteorology

ପ୍ରାକ ଜୀବନ ଓ ଶିକ୍ଷା ସମ୍ପାଦନା

ପୁଣେରେ ସୁଲୋଚନା ୧୯୪୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଅତି ବିଶିଷ୍ଟ ବଂଶର ଦାୟାଦ ଥିଲେ । ତାଙ୍କର ପ୍ରପିତାମହ ଟଙ୍କ (Tonk) ରାଜ୍ୟର ମନ୍ତ୍ରୀ ଥାଇ ଲୋକଙ୍କ ସାହାଯ୍ୟରେ ଭୀଷଣ ମରୁଡ଼ିର ମୁକାବିଲା କରିଥିଲେ । ତାଙ୍କର ପିତା ଓ ପିତାମହ ସେ ସମୟର ପ୍ରତିଷ୍ଠିତ ଚିକିତ୍ସକ ଥିଲେ । ପିତାମହ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ । ସୁଲୋଚନାଙ୍କ ମାଆ ଜଣେ ମରାଠୀ ଲେଖିକା ଥିଲେ[୪]
ସୁଲୋଚନା ତାଙ୍କର ଆଦ୍ୟ ଶିକ୍ଷା ପୁଣେରେ ମରାଠୀ ଭାଷା ମାଧ୍ୟାମରେ ଆରମ୍ଭ କରିଥିଲେ । ଆନ୍ଧ୍ର ପ୍ରଦେଶର ଋଷି ଭାଲି ବୋର୍ଡିଙ୍ଗ ସ୍କୁଲରେ (Rishi Valley, a boarding school)ଇଂରାଜୀ ଭାଷାରେ ହାଇସ୍କୁଲ ଶିକ୍ଷା ଲାଭ କରିଥିଲେ । ପରେ ସେ ପୁଣେ ଫେରିଆସି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ନ୍ୟାଚୁରାଲ ସାଇନ୍ସରେ ସ୍ନାତକ ଶିକ୍ଷା ଲାଭ କରିଥିଲେ । ଏହି ସମୟରେ ସେ ତାଙ୍କର ସହପାଠୀ ମାଧବଙ୍କ ସହ ମିଳିତ ଭାବରେ ବିଜ୍ଞାନକୁ ବୃତ୍ତି ହିସାବରେ ନେବାକୁ ସିଦ୍ଧାନ୍ତ କଲେ । ଦୁଇଜଣଯାକ ହାର୍ଭାର୍ଡରେ ବୃତ୍ତି ପାଇ ପ୍ରବେଶ କରିଥିଲେ ।

ଭାରତକୁ ପ୍ରତ୍ୟାଗମନ ସମ୍ପାଦନା

ହାର୍ଭାର୍ଡରୁ ୧୯୭୧ ମସିହାରେ ସେ ତାଙ୍କର ସ୍ୱାମୀ ମାଧବଙ୍କ ସହ ଭାରତକୁ ଫେରି ଆସିଥିଲେ । ଦୁଇ ବର୍ଷ ନିମନ୍ତେ ସେ ସି.ଏସ୍.ଆଇ.ଆର. ପୁଲ ଅଫିସର ଭାବେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟିଓରୋଲୋଜିରେ Indian Institute of Tropical Meteorology ଅବସ୍ଥାପିତ ହୋଇଥିଲେ । ଏହି ସମୟରେ ସେ ଆର୍. ଅନନ୍ତକ୍ରିସ୍ନନ୍ ଓ ଦି.ଆର୍.ସିକ୍କାଙ୍କ ଭଳି ବୈଜ୍ଞାନିକଙ୍କ ସହ କାମ କରିଥିଲେ । ଥିଓରିଟିକଲ୍ ସ୍ଟଡି ସେଣ୍ଟରରେ କାମ କରିନା ନିମନ୍ତେ ରଖାହୋଇଥିଲେ । ଏହିଠାରୁ ଏକ ନୂଆ ଅନୁସ୍ଠାନ Centre for Atmospheric and Oceanic Sciences (CAOS) ଜନ୍ମ ନେଲା[୫]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ମାଧବ ଗାଡ଼ଗିଲଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ଅଛନ୍ତି ।

ଆଧାର ସମ୍ପାଦନା

  1. "Indian Fellow: Sulochana Gadgil". Indian National Science Academy. Retrieved 25 November 2012.
  2. "Sikka, D., and S. Gadgil, 1980: On the maximum cloud zone and the ITCZ over Indian longitudes during the Southwest Monsoon." Monthly Weather Review, vol.108, 1840-1853".
  3. "Sulochana Gadgil: Research Interests". IISc. Retrieved 25 November 2012.
  4. "Interview with Sulochana Gadgil". WMO. Retrieved September 09,2013. {{cite web}}: Check date values in: |accessdate= (help)
  5. Gadgil, Sulochana. "My tryst with the Monsoon" (PDF). Indian Academy of Sciences. Retrieved 25 November 2012.