ଜଳବାୟୁ

ଜଳବାୟୁ କ‌ହିଲେ ଦୀର୍ଘ ୩୦ ବର୍ଷର ସ୍ୱାଭାବିକ ପାଣିପାଗର ହାରାହାରି ପରିସଂଖ୍ୟାନ‌କୁ ବୁଝାଏ ।
Map of world dividing climate zones, largely influenced by latitude. The zones, going from the equator upward (and downward) are Tropical, Dry, Moderate, Continental and Polar. There are subzones within these zones.
Worldwide Köppen climate classifications


ଜଳବାୟୁ (ଇଂରାଜୀ ଭାଷାରେ Climate) କ‌ହିଲେ ଦୀର୍ଘ ୩୦ ବର୍ଷର ସ୍ୱାଭାବିକ ପାଣିପାଗର ହାରାହାରି ପରିସଂଖ୍ୟାନ‌କୁ ବୁଝାଏ । [୧][୨] ବାୟୁମଣ୍ଡଳର ଚାପ, ଆର୍ଦ୍ରତା, ଉତ୍ତାପ, ଆର୍ଦ୍ରତା, ପବନ ଓ ପ୍ରେସିପିଟେସନ‌କୁ ହିସାବକୁ ନେଇ ଏହି ଜଳବାୟୁ ବିଷୟରେ ପୁର୍ବାନୁମାନ କରାଯାଏ । ବ୍ୟାପକ ଅର୍ଥରେ ସମୁଦ୍ର ଓ ପୃଥିବୀରେ ଥିବା ବରଫକୁ ଜଳବାୟୁ ମଣ୍ଡଳର (climate system) ଅଂଶ ଭାବରେ ହିସାବକୁ ନେଲେ ଯାହା ବୁଝାଏ ତାହାକୁ ଜଳବାୟୁ କୁହାଯାଏ । [୧] କୌଣସି ସ୍ଥାନର ଜଳବାୟୁ ତାହାର ଦ୍ରାଘିମା, ଇଲାକା (terrain), ଉଚ୍ଚତା (altitude), ଜଳ ଭଣ୍ଡାର (water bodies) ଓ ତାହାର ସ୍ରୋତ ଅନୁସାରେ ପ୍ରଭାବିତ ହୁଏ ।

ସାଧାରଣ ଭାବରେ କୌଣସି ସ୍ଥାନର ଜଳବାୟୁର ବର୍ଣ୍ଣନା କରିବାକୁ କ‌ହିଲେ ଉକ୍ତ ସମୟରେ ସେଠାକାର ଜଳବାୟୁ ସିସ୍ଟମର ଅବସ୍ଥାକୁ ବୁଝାଏ ।

ବିଭିନ୍ନ ହାରାହାରି ଅବକ୍ଷେପନ ବା ପ୍ରେସିପିଟେସନ ତ‌ଥା ଉତ୍ତାପ ଓ ସ୍ୱାଭାବିକ ପରିବର୍ତ୍ତନଶୀଳତାର ପରିସୀମାକୁ ନେଇ ଜଳବାୟୁର ବର୍ଗୀକରଣ କରାଯାଏ । ସାଧାରଣରେ ବ୍ୟବ‌ହୃତ ବର୍ଗୀକରଣ ସ୍କିମକୁ କୋପାନ କ୍ଲାଇମେଟ କ୍ଲାସିଫିକେସନ (Köppen climate classification) କୁହାଯାଏ ।[୩] ଯାହା ସନ ୧୯୪୮ରୁ ବ୍ୟବ‌ହାର ହେଉଥିବା ଏଭାପୋଟ୍ରାନ୍ସପିରେସନ ସ‌ହିତ ଯେଉଁଥିରେ ଉତ୍ତାପ ଓ ପ୍ରେସିପିଟେସନ ଖବର ନିଆଯାଇ ବାୟୋଲୋଜିକାଲ ଡାଇଭରସିଟି ଓ କିପରି ଜଳବାୟୁ ପରିବର୍ତ୍ତନ ପ୍ରଭାବିତ କରୁଛି, ତାହା ଅନୁଶୀଳନ କରାଯାଏ । ବର୍ଗେରନ ଓ ସ୍ପାସିଆଲ ସିନୋପ୍ଟିକ କ୍ଲାସିଫିକେସନ ସିସ୍ଟମରେ ବାୟୁ ପିଣ୍ଡର ମୂଳ ଉତ୍ସ ଉପରେ କେନ୍ଦ୍ରୀଭୁତ କରାଯାଇ ବର୍ଗୀକରଣ କରାଯାଏ ।

ପାଲିଓକ୍ରଲାମାଟୋଲୋଜିରେ (Paleoclimatology) ପୁରାତନ କାଳର ଜଳବାୟୁ ବିଷୟର ଅନୁଶୀଳନ ହୁଏ । ଊନବିଂଶ ଶତାବ୍ଦୀ ପୁର୍ବରୁ ବ‌ହୁତ ସ୍ୱଳ୍ପ ସଳଖ ପର୍ଯ୍ୟବେକ୍ଷଣ ମିଳୁଥିଲା, ଅଳ୍ପ ଜଳବାୟୁର ହେଉଥିବାରୁ ପ୍ରୋକ୍ସି ଭାରିଏବଲରେ ନନ-ବାୟୋଟିକ ପ୍ରମାଣ ଯେପରିକି ହ୍ରଦ ଶ‌ଯ୍ୟା, ଓ ବରଫ କୋରରେ (ice cores) ମିଳୁଥିବା ସେଡିମେଣ୍ଟର ପ୍ରୋକ୍ସି ଭାରିଏବଲରୁ (proxy variables) ପାଲିଓକ୍ଲାଇମେଟ ଅନୁମାନ କରାଯାଉଥିଲା ଓ ଡେଣ୍ଡ୍ରୋକ୍ରୋନୋଲୋଜି ବା ବୃକ୍ଷ ମୁଦ୍ରିକା (tree rings) ତ‌ଥା କୋରାଲରୁ ବାୟୋଟିକ ପ୍ରମାଣ ମିଳୁଥିଲା । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଜଳବାୟୁର ଗାଣିତିକ ମଡେଲକୁ (Climate models) କୁହାଯାଏ । ଅନେକ ଗୁଡ଼ିଏ କାରକ ଯୋଗୁ ଜଳବାୟୁ ପରିବର୍ତ୍ତନ ହୋଇପାରେ । ଜାଗତିକ ଉଷ୍ମତା ଫଳରେ ପୁନର୍ବଣ୍ଟନ ହୁଏ । ଉଦାହରଣ ସ୍ୱରୂପ ହାରାହାରି ଉତ୍ତାପରେ ୩°ସେ ପରିବର୍ତ୍ତନ ହେଲେ ୩୦୦-୪୦୦ କି:ମି: ଦ୍ରାଘିମା ବା ୫୦୦ମାଇଲ ଉଚ୍ଚତାକୁ ଆଇସୋଥର୍ମ ସିଫ୍ଟ ହୁଏ । ତେଣୁ ପ୍ରାଣୀମାନେ ଏଲିଭେସନ ଯୋଗୁ ଉପରକୁ ଓ ଦ୍ରାଘିମା ଯୋଗୁ ମେରୁ ଦିଗକୁ ଗତି କରନ୍ତି । [୪][୫]

ସଂଜ୍ଞାସମ୍ପାଦନ କରନ୍ତୁ

ଜଳବାୟୁ ଓ ପାଣିପାଗ ମଧ୍ୟରେ ଫରକ‌କୁ ଏକ ଜନପ୍ରିୟ ଶବ୍ଦାବଳୀରେ ପ୍ରକାଶ କରାଯାଏ: "ତୁମେ ଯାହା ଆଶା କର ତାହା ଜଳବାୟୁ, ତୁମେ ଯାହା ପାଅ ତାହା ପାଣିପାଗ ।" ଐତିହାସିକ ସମୟରୁ ଦ୍ରାଘିମା, ଉଚ୍ଚତା, ଜଳ-ସ୍ଥଳର ଅନୁପାତ ଓ ସମୁଦ୍ର-ପର୍ବତ ଭଳି ଅନେକ ଗୁଡ଼ିଏ ସ୍ଥିର ଭାରିଏବଲ ଅଛି । ପ୍ଲେଟ ଟେକ୍ଟିନିକସ ଯୋଗୁ ଏମାନଙ୍କର ନିୟୁତ ନିୟୁତ ବର୍ଷ ଧରି ପରିବର୍ତ୍ତନ ହୋଇଆସୁଛି । ଅନ୍ୟାନ୍ୟ ନିର୍ଦ୍ଧାରକମାନଙ୍କ ମଧ୍ୟରେ ସମୁଦ୍ରର ଥର୍ମୋହାଲାଇନ ସଞ୍ଚାଳନ ଯୋଗୁ ଅନ୍ୟାନ୍ୟ ସମୁଦ୍ର ବେସିନ ଅପେକ୍ଷା ଆଟଲାଣ୍ଟି ସମୁଦ୍ରରେ ୫ °ସେ (୯ °ଫା) ଉଷ୍ମତା ବୃଦ୍ଧି ହେଉଛି ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Planton, Serge (France; editor) (2013). "Annex III. Glossary: IPCC – Intergovernmental Panel on Climate Change" (PDF). IPCC Fifth Assessment Report. p. 1450. Archived from the original (PDF) on 2016-05-24. Retrieved 25 July 2016.
  2. Shepherd, Dr. J. Marshall; Shindell, Drew; O'Carroll, Cynthia M. (1 February 2005). "What's the Difference Between Weather and Climate?". NASA. Retrieved 13 November 2015.
  3. C. W. Thornthwaite (1948). "An Approach Toward a Rational Classification of Climate" (PDF). Geographical Review. 38 (1): 55–94. doi:10.2307/210739. JSTOR 210739.
  4. Hughes, Lesley (2000). Biological consequences of globalwarming: is the signal already. p. 56.
  5. Hughes, Leslie (1 February 2000). "Biological consequences of global warming: is the signal already apparent?". Trends in Ecology and Evolution. 15 (2): 56–61. doi:10.1016/S0169-5347(99)01764-4. Retrieved November 17, 2016.