ସୁଲିଣ୍ଡାକ ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଗାଉଟ, ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ୍ ଭଳି ରୋଗମାନଙ୍କରେ ଏହା ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ ।[୩] ଏହି ଔଷଧର ପ୍ରଭାବ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୧]

ସୁଲିଣ୍ଡାକ
Clinical data
Trade namesClinoril, others
AHFS/Drugs.commonograph
MedlinePlusa681037
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityApproximately 90% (Oral)
Metabolism?
Onset of action1 hr[୧]
Elimination half-life7.8 hours, metabolites up to 16.4 hours
Duration of actionUp to 16 hr[୧]
ExcretionKidney (50%) and fecal (25%)
Identifiers
  • {(1Z)-5-fluoro-2-methyl-1-[4-(methylsulfinyl)benzylidene]-1H-indene-3-yl}acetic acid
ECHA InfoCard100.048.909 Edit this at Wikidata
Chemical and physical data
FormulaC20H17FO3S
Molar mass୩୫୬.୪୧ g·mol−1
3D model (JSmol)
Melting point182 to 185 °C (360 to 365 °F) (decomp.)
  • O=S(c1ccc(cc1)\C=C3/c2ccc(F)cc2\C(=C3C)CC(=O)O)C
  • InChI=1S/C20H17FO3S/c1-12-17(9-13-3-6-15(7-4-13)25(2)24)16-8-5-14(21)10-19(16)18(12)11-20(22)23/h3-10H,11H2,1-2H3,(H,22,23)/b17-9- checkY
  • Key:MLKXDPUZXIRXEP-MFOYZWKCSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ମୁଣ୍ଡବିନ୍ଧା ଏବଂ ପାକସ୍ଥଳୀରେ ଅସୁବିଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ପାନକ୍ରିଆଟାଇଟିସ, ଆଲର୍ଜି ପ୍ରତିକ୍ରିୟା, ବୃକ୍‌କ ସମସ୍ୟା, ପାକସ୍ଥଳୀ ରକ୍ତସ୍ରାବ ଏବଂ ହୃଦଘାତ ହୋଇପାରେ ।[୨] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୨] ଏହା କ‌କ୍ସ-୧ ଓ କ‌କ୍ସ-୨ମାନଙ୍କୁ (COX-1 ଏବଂ COX-2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ।[୨]

୧୯୬୯ ମସିହାରେ ସୁଲିଣ୍ଡାକ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ଏହି ଔଷଧର ୨୦୦ମିଗ୍ରା ବିଶିଷ୍ଟ ୫୬ଟି ଟାବଲେଟର ମୂଲ୍ୟ ୪୦ ପାଉଣ୍ଡ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫ ଡଲାର ଅଟେ । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Aschenbrenner, Diane S.; Venable, Samantha J. (2009). Drug Therapy in Nursing (in ଇଂରାଜୀ). Lippincott Williams & Wilkins. p. 411. ISBN 978-0-7817-6587-9. Archived from the original on 2021-10-15. Retrieved 2021-10-15.
  2. ୨.୦ ୨.୧ ୨.୨ ୨.୩ ୨.୪ "Sulindac Monograph for Professionals". Drugs.com (in ଇଂରାଜୀ). Archived from the original on 30 September 2020. Retrieved 15 October 2021.
  3. ୩.୦ ୩.୧ ୩.୨ ୩.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1213. ISBN 978-0-85711-369-6.{{cite book}}: CS1 maint: date format (link)
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 517. ISBN 9783527607495. Archived from the original on 2021-07-26. Retrieved 2020-10-17.
  5. "Sulindac Prices, Coupons & Savings Tips - GoodRx". GoodRx. Retrieved 15 October 2021.