ସୁଲଗ୍ନା ମହାନ୍ତି

ଓଡ଼ିଆ ଗାଳ୍ପିକା

ସୁଲଗ୍ନା ମହାନ୍ତି ଜଣେ ଭାରତୀୟ ପ୍ରାଧ୍ୟାପିକା ଏବଂ ଓଡ଼ିଆ-ଭାଷୀ ଲେଖିକା, ଔପନ୍ୟାସିକା, ଚିତ୍ରନାଟ୍ୟ ଲେଖିକା ତଥା କାହାଣୀକାର । ତାଙ୍କ ରଚିତ କାହାଣୀକୁ ନେଇ ଓଡ଼ିଆ କଥାଚିତ୍ର ଫାଲଗୁନ ଚୈତ୍ର ନିର୍ମତ ହୋଇଥିଲା ।[୧]

ସୁଲଗ୍ନା ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୨୩ ମାର୍ଚ୍ଚ
ଭବାନୀପାଟଣା, କଳାହାଣ୍ଡି
ବୃତ୍ତି
  • କ୍ଷୁଦ୍ରଗଳ୍ପ ଲେଖିକା
  • ଔପନ୍ୟାସିକା
  • କାହାଣୀକାର
  • ଚିତ୍ରନାଟ୍ୟ ଲେଖିକା
ଭାଷାଓଡ଼ିଆ
ନାଗରିକତାଭାରତୀୟ
ଶିକ୍ଷାଇଂରାଜୀରେ ପିଏଚ୍.ଡି.
ଶିକ୍ଷାନୁଷ୍ଠାନଆଇଆଇଟି, ଭୁବେଶ୍ୱର
ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଫାଲଗୁନ ଚୈତ୍ର
ନାଲିଚୁଡ଼ା (ଗଳ୍ପ ସଂକଳନ)
ଜୀବନସାଥୀରିତ୍ୱିକ ପଟ୍ଟନାୟକ

ଦସ୍ତଖତOdia Signature of Sulagna Mohanty

ଜୀବନୀ ସମ୍ପାଦନା

ସୁଲଗ୍ନା ଭବାନୀପାଟଣାଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ଆଇଆଇଟି ଭୁବନେଶ୍ୱରରୁ ପିଏଚ୍‌ଡି କରିଛନ୍ତି ।

ସାହିତ୍ୟକୃତି ସମ୍ପାଦନା

ସେ ସୋସିଆଲ୍ ମିଡ଼ିଆ ଜରିଆରେ ପ୍ରଥମେ କ୍ଷୁଦ୍ର ଗପ ଲେଖିବା ଆରମ୍ଭ କରି[୨] ପରେ ଦୈନିକ ସମ୍ବାଦପତ୍ର ସମାଜରେ ସମ୍ପାଦକୀୟ ସ୍ତମ୍ଭ ରଚନା କରିଥିଲେ । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ଜଣାଶୁଣା ପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ ହୋଇଥାଏ । ରେଡିଓ ଚକୋଲେଟ୍‌ରେ ତାଙ୍କ ଗପଗୁଡ଼ିକର ଆର୍‌ଜେ ସଂଗ୍ରାମଙ୍କଦ୍ୱାରା ରେକର୍ଡ଼ କରାଯାଇ କଥାଟିଏ ଶୀର୍ଷକରେ ପ୍ରସାରିତ ହେଉଥିଲା ।

ରଚନାବଳୀ ସମ୍ପାଦନା

  • ନାଲିଚୁଡ଼ା - ୨୦୧୭ (ବର୍ଷା ପବ୍ଲିକେଶନ୍, ଭୁବେଶ୍ୱର)
  • ଆନିର ରୋଷେଇ ଘର - ୨୦୧୯ (ଆଦିଶକ୍ତି ପ୍ରକାଶନୀ, ଭବାନୀପାଟଣା)
  • ପରିଧି
  • ଭାଲୁଗୋଡ଼
  • ୯୦'ସ୍ ନୋଷ୍ଟାଲ୍‌ଜିଆ (ଇଂରାଜୀ ଇ-ବୁକ୍, ଶୁଭପଲ୍ଲବ ପବ୍ଲିକେଶନ)
  • ୱାଇଲ୍ଡ ଫ୍ଲାୱାର୍ସ୍ (ଇଂରାଜୀ ଇ-ବୁକ୍, ଶୁଭପଲ୍ଲବ ପବ୍ଲିକେଶନ)

କଥାଚିତ୍ର ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ୱାରା #SheInspiresUs କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।[୪]

ଆଧାର ସମ୍ପାଦନା

  1. "ଫାଲ୍‍ଗୁନ ଚୈତ୍ର". ସକାଳ (in Odia). 5 February 2023. Archived from the original on 5 February 2023. Retrieved 5 March 2023.{{cite news}}: CS1 maint: unrecognized language (link)
  2. କୁଷ୍ମାଣ୍ଡ, ଅକାଳ (2019-03-24). "ସୁଲଗ୍ନା ମହାନ୍ତିଙ୍କ ସ‌ହ ସାକ୍ଷାତକାର – ଶୁଭପଲ୍ଲବ (Shubhapallaba Odia Magazine) Online Web Portals". ଶୁଭପଲ୍ଲବ (Shubhapallaba Odia Magazine) (in ଆମେରିକୀୟ ଇଂରାଜୀ). Retrieved 2024-03-21.
  3. Hashtag, Bureau The News (2023-01-24). "Odia movie 'Phalguna Chaitra' by director duo Sisir-Peenaki set to release soon". The News Hash Tag (in ଆମେରିକୀୟ ଇଂରାଜୀ). Retrieved 2023-03-05.
  4. "ପ୍ରଧାନମନ୍ତ୍ରୀଙ୍କ #SheInspiresUsରେ ଓଡ଼ିଆ ଲେଖିକା ସୁଲଗ୍ନା ମହାନ୍ତି". Odisha Sambad (in ଆମେରିକୀୟ ଇଂରାଜୀ). 2020-03-06. Archived from the original on 20 April 2020. Retrieved 2024-03-21.

ବାହାର ଲିଙ୍କ୍ ସମ୍ପାଦନା