ସୁଲଗ୍ନା ପାଣିଗ୍ରାହୀ
ସୁଲଗ୍ନା ପାଣିଗ୍ରାହୀ (ଜନ୍ମ:୩ ଫେବୃଆରୀ, ବ୍ରହ୍ମପୁର, ଓଡ଼ିଶା) ଜଣେ ଓଡ଼ିଆ ଏବଂ ଭାରତୀୟ ଟେଲିଭିଜନ ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ । [୧] ସେ ଟେଲିଭିଜନ ଧାରାବାହିକ 'ଅମ୍ବରଧାରା'ର ମୁଖ୍ୟ ଚରିତ୍ରରେ ଅଭିନୟ କରି ତାଙ୍କ ଅଭିନୟ ଜୀବନର ଅୟମାରମ୍ଭ କରିଥିଲେ ।
ସୁଲଗ୍ନା ପାଣିଗ୍ରାହୀ | |
---|---|
Background information | |
ଜନ୍ମ | ୩ ଫେବୃଆରୀ ବ୍ରହ୍ମପୁର, ଓଡ଼ିଶା |
ପେଷା | ବଲିଉଡ ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୦୭-ଏବେଯାଏଁ |
କର୍ମଜୀବନ
ସମ୍ପାଦନାସୁଲଗ୍ନା ଟେଲିଭିଜନ ଧାରାବାହିକ ଅମ୍ବରଧାରାରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେଥିରେ ଧାରା ଚରିତ୍ରରେ ଅଭିନୟ କରିଥିଲେ, ଦୁଇ ଯମଯ ଭଉଣିଙ୍କ ସଂଯୋଗ କାହାଣୀ ଉପରେ ଧାରାବାହିକ ପର୍ଯ୍ୟବସିତ ଥିଲା ।.[୨] ଧାରାବାହିକ ସେପ୍ଟେମ୍ବର ୨୦୦୭ଠାରୁ ମାର୍ଚ୍ଚ ୨୦୦୮ ପର୍ଯ୍ୟନ୍ତ ସୋନି ଏଣ୍ଟର୍ଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହୋଇଥିଲା । ତାଙ୍କର ଦ୍ୱିତିୟ ଧାରାବାହିକ ହେଉଛି "ଦୋ ସହେଲିଆଁ", ଏଥିରେ ସେ ମୈଥେଲି ଚରିତ୍ରାଭିନୟ କରିଥିଲେ । ଏହା ରାଜସ୍ଥାନର ଏକ ଗ୍ରାମର ଦୁଇ ଉତ୍ତମ ବାନ୍ଧବିଙ୍କ କାହାଣୀ ଉପରେ ଧାରାବାହିକ ଆଧାରିତ ।[୩] ମାର୍ଚ୍ଚ ୨୦୧୦ଠାରୁ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ଏହା "ଜି ଟିଭି"ରେ ପ୍ରସାରିତ ହୋଇଥିଲା ।[୪] ଏହା ପରେ ସେ ଏକ ଖଳନାୟିକା ଭୁମିକାରେ ଆସିଥିଲେ ଧାରାବାହିକ "ବିଦାୟି"ରେ, ଏଥିରେ ସେ "ସାକ୍ଷୀ" ଚରିତ୍ରରେ ଅଭିନୟ କରିଥିଲେ ।[୫][୬]
ବ୍ୟକ୍ତିଗତ ଜୀବନ
ସମ୍ପାଦନାବ୍ରହ୍ମପୁରର ସୁଲଗ୍ନା ପାଣିଗ୍ରାହୀ ବିଗତ ୧୦ ବର୍ଷ ହେଲା ସେ ଦିଲ୍ଲୀରେ ବାସ କରୁଥିଲେ । ୨୦୦୭ରୁ ସେ ମୁମ୍ବାଇରେ ରହୁଛନ୍ତି । ଆର୍ମି ପବ୍ଲିକ୍ ସ୍କୁଲ୍, ଧଉଲ କୁଆଁ, ଦିଲ୍ଲୀରୁ ସେ ତାଙ୍କ ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କ ମାତା ଜଣେ ଗୃହିଣି, ପିତା ଭାରତୀୟ ସ୍ଥଳବାହିନୀରେ ଚାକିରି କରନ୍ତି ଏବଂ ସାନ ଭଉଣୀ ଦିଲ୍ଲୀରେ ପଢୁଛନ୍ତି ।
ଟେଲିଭିଜନ ଧାରାବାହିକ
ସମ୍ପାଦନା- ଅମ୍ବର ଧାରା (ଧରା)
- ଦୋ ସହେଲିଆଁ (ମୈଥିଲୀ)
- ବିଦାୟି (ସାକ୍ଷୀ ରାଜବଂଶ୍)
ଚଳଚ୍ଚିତ୍ର ଜଗତକୁ ଅବଦାନ
ସମ୍ପାଦନା- ମର୍ଡର ୨ (୨୦୧୧) - ରେଶମା
ଆଧାର
ସମ୍ପାଦନା- ↑ Shukla, Soumil (12 July 2011). "In Conversation with Sulagna Panigrahi". Filmitadka.in. Retrieved 2011-08-10.
- ↑ "Sulagna Panigrahi: Time for a break". The Times of India. 1 February 2011. Archived from the original on 2012-09-19. Retrieved 2011-08-10.
- ↑ Chakrabarti, Sujata (10 February 2010). "Caste based storylines on daily soaps find big audience in villages". Daily News and Analysis. Retrieved 2011-08-10.
- ↑ "Do Saheliyan off air in four months". The Times of India. 8 July 2010. Archived from the original on 2012-09-19. Retrieved 2011-08-10.
- ↑ "Sulagna Panigrahi to enter Bidaai". Oneindia Entertainment. 2 August 2010. Archived from the original on 14 July 2012. Retrieved 26 January 2011.
- ↑ TNN (30 July 2010). "Sulagna Panigrahi enters Bidaai". The Times of India. Archived from the original on 2012-09-19. Retrieved 2011-08-10.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁଲଗ୍ନା ପାଣିଗ୍ରାହୀ