ସୁରେଶ ଛୋଟରାୟ

ଓଡ଼ିଆ ଲେଖକ

ସୁରେଶ ଛୋଟରାୟ, ଜଣେ ଓଡ଼ିଆ ଲେଖକ । ସେ ଉଭୟ ଗଦ୍ୟ ଓ ପଦ୍ୟ ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି ।

ସୁରେଶ ଚନ୍ଦ୍ର ଛୋଟରାୟ
ଜନ୍ମ ଓ ଜନ୍ମସ୍ଥାନ୧୯୫୮
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରବୀଣାପାଣି ଗଳ୍ପ ପୁରସ୍କାର - ୨୦୨୨

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସୁରେଶ, ୧୯୫୮ ମସିହାରେ ଖୋର୍ଦ୍ଧା ଜିଲ୍ଲାର ପାଟବନ୍ଧଠାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ସେ ସାହିତ୍ୟ ଅନୁରାଗୀ ଥିଲେ ଓ ପଢ଼ିବାକୁ ଭଲ ପାଉଥିଲେ । ହାଇସ୍କୁଲରେ ପଢ଼ିବା ବେଳରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ବଡ଼ ଭାଇ ଓ ମାମୁଁ ଉଭୟ ଲେଖକ ଥିଲେ । ସେମାନଙ୍କଭଳି ଛପାଅକ୍ଷରରେ ନିଜ ନାମ ଦେଖିବାକୁ ଇଚ୍ଛାକରି ସେ ବିଭିନ୍ନ ପତ୍ରପତ୍ରିକାକୁ ନିଜ କବିତା ପଠାଇବା ଆରମ୍ଭ କରିଥିଲେ । ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ କବିତା ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ଶିଶୁ ସଂସାର କାର୍ଯକ୍ରମରେ ସ୍ଥାନପାଇଥିଲା ।

ରଚନାବଳୀ ସମ୍ପାଦନା

  • ମୋ ଶବ ଓ ଅନ୍ୟାନ୍ୟ ଗଳ୍ପ
  • ନିଜେ ନିଜର ସାମ୍ନାରେ
  • ସ୍ୱପ୍ନ ଖୋଜା ମଣିଷ
  • ନୀଳ ଆଖିର ମାୟା
  • ଦୁଃଖ ସୁଖର ଦୃଶ୍ୟ
  • ଡାଏରି ଗଳ୍ପ
  • ବାଟବଣା ବାଟୋଇର ଚମ୍ପୂ
  • ପାପୁଲିଏ ଖୁସି
  • ସପନର ପଥେ ପଥେ
  • ମୁଠାଏ ପ୍ରଜାପତିର ଡେଣା
  • ପୂଜା ଫୁଲ
  • ଅରଣ୍ୟେ ଅଜଗର ପ୍ରାୟେ
  • ମହାନାୟକ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର
  • ବାରିପଦା ବହିମେଳା ପୁରସ୍କାର
  • ରାଜ୍ୟ ଯୁବ ପୁରସ୍କାର[୧]
  • ବୀଣାପାଣି ଗଳ୍ପ ପୁରସ୍କାର - ୨୦୨୨[୨]

ଆଧାର ସମ୍ପାଦନା

  1. "ଅଳ୍ପ ଆଳାପ". www.sambadepaper.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 29 May 2023. Retrieved 29 May 2023.
  2. "ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସପ୍ତବିଂଶ ତମ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ". www.nagrajnews.com. nagraj news. Archived from the original on 29 May 2023. Retrieved 29 May 2023.