ସୁରେନ୍ଦ୍ର ଲାଠ

ଭାରତୀୟ ରାଜନୀତିଜ୍ଞ

ସୁରେନ୍ଦ୍ର ଲାଠ (ଜନ୍ମ: ୩୦ ନଭେମ୍ବର ୧୯୪୯) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ ୦୩ ଅପ୍ରେଲ ୨୦୦୨ରୁ ରାଜ୍ୟ ସଭାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୬ ବର୍ଷ ପରେ ୦୨ ଅପ୍ରେଲ ୨୦୦୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା ।[][] ବିମୁଦ୍ରୀକରଣ ପୂର୍ବରୁ ଓଡ଼ିଶାରେ ବିଜେପି ୧୮ଟି ଜିଲ୍ଲାରେ ଜମି କିଣିଥିଲା ବୋଲି ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡ଼ାରେ ୨ ଏକର ଜମି ୪୫ ଲକ୍ଷ ଟଙ୍କା ବିନିମୟରେ ସୁରେନ୍ଦ୍ର ଲାଠ କିଣିଥିଲେ ବୋଲି ଆଭିଯୋଗ ହୋଇଥିଲା ।[]

ସୁରେନ୍ଦ୍ର ଲାଠ
ସଭ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୨୦୦୨ - ୨୦୦୮[]
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-11-30) ୩୦ ନଭେମ୍ବର ୧୯୪୯ (ବୟସ ୭୪)
ସମ୍ବଲପୁର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଘରସମ୍ବଲପୁର
  1. "ବାପାଙ୍କ ପରି ଉପନିର୍ବାଚନରେ ସାଂସଦ ହେଲେ; କିନ୍ତୁ ମା'ଙ୍କ ସହ ରାଜ୍ୟସଭା ଯାଇଥିବା ଦିଲ୍ଲୀପଙ୍କ ପାଇଁ ଇସ୍ତଫା ଦେବେ!". Bartaman Odisha. 18 December 2018. Archived from the original on 5 January 2019. Retrieved 26 December 2018.
  2. "India Votes website". Retrieved 4 March 2016.
  3. "List of Former Members of Rajya Sabha (Term Wise)". 164.100.47.5. Rajya Sabha. Retrieved 26 December 2018.
  4. "'Outsider' irks Orissa BJP". The Telegraph (Calcutta). 13 March 2008. Retrieved 4 March 2016.
  5. "ବିମୁଦ୍ରାକରଣ ପୂର୍ବରୁ ବିଜେପି ଓଡ଼ିଶାରେ ଜମି କିଣିଛି: କଂଗ୍ରେସ | Odisha Reporter". odishareporter.in. 30 November 2016. Retrieved 26 December 2018.

ବାହାର ଆଧାର

ସମ୍ପାଦନା