ସୁମିତା ଦେବୀ

ବଙ୍ଗଳାଦେଶୀ ଅଭିନେତ୍ରୀ

ନିଲୁଫର ବେଗମ (୨ ଫେବୃଆରୀ ୧୯୩୬ - ୬ ଜାନୁଆରୀ ୨୦୦୪) ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ ଥିଲେ । ଜନ୍ମବେଳେ ତାଙ୍କର ନାମ ଥିଲା ହେନା ଭଟ୍ଟାଚାର୍ଯ୍ୟ ଏବଂ ପରେ ଅଭିନୟ ଜଗତରେ ସୁମିତା ଦେବୀ ନାମରେ ପରିଚିତ ହୋଇଥିଲେ ।[୧] ତାଙ୍କର ୪୫ ବର୍ଷର ଅଭିନୟ ଜୀବନ ଭିତରେ ସେ ପାଖାପାଖି ୨୦୦ ଚଳଚ୍ଚିତ୍ର ଏବଂ ୧୫୦ଟି ରେଡ଼ିଓ ଓ ଟିଭି ନାଟକରେ କାମ କରିଥିଲେ ।[୨] ୧୯୭୧ ମସିହାରେ ସେ ସ୍ୱାଧୀନ ବାଂଲାର ବେତାର କେନ୍ଦ୍ରର ଜଣେ କଳାକାର ଭାବରେ କାମ କରିଥିଲେ ।[୩] ଜଣେ ପ୍ରଯୋଜିକା ଭାବରେ ସେ ୫ଟି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୧]

ସୁମିତା ଦେବୀ
Born
ହେନା ଭଟ୍ଟାଚାର୍ଯ୍ୟ

(1936-02-02)୨ ଫେବୃଆରୀ ୧୯୩୬
ମାଣିକଗଞ୍ଜ ଜିଲ୍ଲା, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଇଣ୍ଡିଆ
Died୬ ଜାନୁଆରୀ ୨୦୦୪(2004-01-06) (ବୟସ ୬୭)
Other namesନିଲୁଫର ବେଗମ
Occupation(s)ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା
Spouse(s)ଅମୂଲ୍ୟ ଲହରୀ
ଜାହିର ରାଇହନ
(m. ୧୯୬୨; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସୁମିତା ଦେବୀ ୨ ଫେବୃଆରୀ ୧୯୩୬ରେ ବ୍ରିଟିଶ ଇଣ୍ଡିଆର ବାଂଲା ପ୍ରେସିଡେନ୍ସି ଅନ୍ତର୍ଗତ ମାଣିକଗଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

ସୁମିତା ଦେବୀ ୧୯୫୯ ମସିହାରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪] ସେ ଆକାଶ ଆର୍ ମାଟି କଥାଚିତ୍ର ଜରିଆରେ ପୂର୍ବ ପାକିସ୍ତାନ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ସେହିବର୍ଷ ସେ ଏଇ ଦେଶ ତମର ଆମର କଥାଚିତ୍ରରେ ଅଭିନୟ କରିଥିଲେ ।[୫] ସେତେବେଳେ ସେ ପଶ୍ଚିମ ପାକିସ୍ତାନରେ ପ୍ରଯୋଜିତ ଚଳଚ୍ଚିତ୍ରରେ ପୂର୍ବ ପାକିସ୍ତାନରୁ ଅଭିନୟ କରିଥିବା ପ୍ରଥମ ଅଭିନେତ୍ରୀ ଥିଲେ । ଏହି କଥାଚିତ୍ରଟି ଥିଲା ଧୂପଛାୟା[୨]

୧୯୬୭ ମସିହାରେ ସୁମିତା ଦେବୀ ନିଜେ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । ସେ ସମୁଦାୟ ୫ଟି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ରଗୁଡ଼ିକ ହେଲା, ୧୯୬୭ର ଆଗୁନ ନିୟେ ଖେଲା, ୧୯୬୮ର ମମେର ଆଲୋ, ୧୯୬୯ରେ ମାୟାର ସଂସାର, ୧୯୭୦ରେ ଆଦର୍ଶ ଛାପାଖାନା ଓ ନୂତନ ପ୍ରଭାବ ।

ବ୍ୟକ୍ତିଗତ ଜୀବନ ଏବଂ ମୃତ୍ୟୁ ସମ୍ପାଦନା

ସୁମିତା ଦେବୀ ପ୍ରଥମ ଅମୂଲ୍ୟ ଲାହିରୀଙ୍କୁ ବିବାହ କରିଥିଲେ, କିନ୍ତୁ ତାଙ୍କର ଏହି ବିବାହ ମାତ୍ର ଅଳ୍ପଦିନ ତିଷ୍ଠି ରହିଥିଲା ।[୧] ଏହି ଦମ୍ପତି ଅଲଗା ହେବାପରେ ୧୯୬୨ରେ ସେ ଚଳଚ୍ଚିତ୍ର ନିର୍ମାତା ଜାହିର ରାଇହାନଙ୍କୁ ବିବାହ କରିଥିଲେ । ଜାହିରଙ୍କୁ ବିବାହ କରିବାପରେ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ନାମ ମଧ୍ୟ ନିଲୁଫର ବେଗମକୁ ପରିବର୍ତ୍ତନ ହୋଇଥିଲା । ଜାହିର ଏବଂ ତାଙ୍କର ଅନଳ ଏବଂ ବିପୁଳ ନାମରେ ଦୁଇଟି ପୁଅ ଅଛନ୍ତି ।[୬][୭] ତାଙ୍କର ଆଉ ଏକ ପୁଅ ଓ ଝିଅ ଅଛନ୍ତି ।[୩] ୧୯୭୨ରେ ବଙ୍ଗଳାଦେଶରେ ଯୁଦ୍ଧ ଚାଲିଥିବେଳେ ଜାହିର ରାଇହାନ କେଉଁଆଡ଼େ ଉଭାନ ହୋଇଯାଇଥିଲେ । ଏହାପରେ ବଙ୍ଗଳାଦେଶ ସରକାର ତରଫରୁ ମହମ୍ମଦପୁର ଥାନାଠାରେ ସୁମିତା ଦେବୀଙ୍କୁ ୭.୫ କାଠ ଜମି ଦିଆଯାଇଥିଲା ।[୮]

୬ ଜାନୁଆରୀ ୨୦୦୪ରେ ସୁମିତା ଦେବୀଙ୍କର ମୃତ୍ୟ ହୋଇଥିଲା । ମସ୍ତିଷ୍କରୁ ରକ୍ତସ୍ରାବ ହେବା କାରଣରୁ ସେ ବଙ୍ଗଳାଦେଶର ଢାକାସ୍ଥିତ ବାଂଲାଦେଶ ମେଡିକାଲ ହସ୍ପିଟାଲଠାରେ ମୃତ୍ୟୁବରଣ କରିଥିଲେ । ସେ ହସ୍ପାତାଳରେ ଭର୍ତ୍ତି ହେବା ଆଗରୁ ତାଙ୍କର ବୃକକ ଏବଂ ଯକୃତ କାମ କରିବା ବନ୍ଦ କରିଦେଇଥିଲା । ତାଙ୍କର ଚିକିତ୍ସା ଆରମ୍ଭ ହେବାବେଳକୁ ସେ କୋମାରେ ଥିଲେ ।[୨]

ପୁରସ୍କାର ସମ୍ପାଦନା

 
୧୯୬୩ରେ କଞ୍ଚେର ଦୟାଲ କଥାଚିତ୍ରରେ ଦେବୀ[୯]

୧୯୬୨ ମସିହାରେ ସୁମିତାଙ୍କୁ ଅଲ୍ ପାକିସ୍ତାନ କ୍ରିଟିକ୍ ପୁରସ୍କାର ମିଳିଥିଲା । ଏହାପରେ ୧୯୬୪ରେ ନିଗାର ଫିଲ୍ମ ଆୱାର୍ଡ଼ରେ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ମିଳିଥିଲା । ପରବର୍ତ୍ତୀ ସମୟରେ ସେ ବଙ୍ଗଳାଦେଶ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱାର୍ଡ଼ ଓ ଟେଲିଭିଜନ ରିପୋର୍ଟରସ୍ ଆସୋସିଏସନ୍ ଅଫ ବଙ୍ଗଳାଦେଶ ଆୱାର୍ଡ଼ ପାଇଥିଲେ । ୨୦୦୨ ମସିହାରେ ତାଙ୍କୁ ଅଗରତାଲା ମୁ୍କ୍ତିଯୋଦ୍ଧା ଆୱାର୍ଡ଼ ଓ ଜନକାନ୍ଥ ଗୁଣିଜନ ଆଣ୍ଡ ପ୍ରତିଭା ସମ୍ମାନ ପୁରସ୍କାର ପାଇଥିଲେ ।[୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Islam, Sirajul (2012). "Devi, Sumita". In Islam, Sirajul; Mohanta, Sambaru (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  2. ୨.୦ ୨.୧ ୨.୨ "Adieu to a great actress". The Daily Star. 2004-01-07. Archived from the original on 2018-03-25. Retrieved 2018-09-20.
  3. ୩.୦ ୩.୧ "Sumita Devi passes away". The Daily Star. 2004-01-07. Archived from the original on 2018-09-20. Retrieved 2018-09-20.
  4. "Sumita Devi fighting for life". The Daily Star. 2003-11-20. Archived from the original on 2014-09-24. Retrieved 2018-09-20.
  5. "In Transition: Farida Yasmin (1940-2015)". The Daily Star (in ଇଂରାଜୀ). 2015-08-10. Retrieved 2018-09-20.
  6. "Govt orders to restore Zahir Raihan's house". The Daily Star (in ଇଂରାଜୀ). 2011-02-13. Retrieved 2018-09-20.
  7. "প্রধানমন্ত্রীর সহায়তা কামনা". Prothom Alo (in Bengali). 2015-03-12. Retrieved 2018-09-20.
  8. "Govt orders to restore Zahir Raihan's house". The Daily Star (in ଇଂରାଜୀ). 2011-02-13. Retrieved 2018-09-20.
  9. "Chalachitravidhya: New book on film study by Anupam Hayat". The Daily Star. 2004-04-12. Retrieved 2018-09-20.
  10. "Poet Abul Hossain, Actress Sumita get Janakantha Sammanona". The Daily Star (in ଇଂରାଜୀ). 2003-01-04. Retrieved 2018-09-20.

ବାହାର ଆଧାର ସମ୍ପାଦନା