ସୁମନ ରାଓ

ଭାରତୀୟ ମଡେଲ

ସୁମନ ରତନ ସିଂହ ରାଓ (ଜନ୍ମ: ୨୩ ନଭେମ୍ବର ୧୯୯୮) ଜଣେ ଭାରତୀୟ ମଡେଲ ଏବଂ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜୟୀନି ଅଟନ୍ତି ।[୧][୨] ୨୦୧୯ ମସିହାର ଭାରତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଫେମିନା ମିସ୍ ଇଣ୍ଡିଆର ସେ ବିଜେତା ଥିଲେ । ୨୦୧୯ ମସିହାର ଯୁକ୍ତ ରାଜ୍ୟର ଏକ୍ସେଲ୍ ଲଣ୍ଡନରେ ହୋଇଥିବା ମିସ୍ ୱାଲ୍ଡ ପ୍ରତିଯୋଗିତାରେ ସେ ଭାଗନେଇଥିଲେ ଏବଂ ପ୍ରତିଯୋଗିତାର ୩ୟ ସ୍ଥାନରେ ରହିଥିଲେ । ଏଥିସହ ସେ ଏହି ପ୍ରତିଯୋଗିତାରେ ମିସ୍ ଏସିଆ ଟାଇଟେଲ ଜିତିଥିଲେ ।[୩]

ସୁମନ ସିଂହ ରାଓ
ଜନ୍ମ (1998-11-23) ୨୩ ନଭେମ୍ବର ୧୯୯୮ (ବୟସ ୨୫)
ଶିକ୍ଷାନୁଷ୍ଠାନମୁମ୍ବାଇ ବିଶ୍ୱବିଦ୍ୟାଳୟ
ବୃତ୍ତିସମୂହ
  • ମଡେଲ
  • ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବିଜୟୀନି
ଉଚ୍ଚତା୧୭୩ ସେମି
Titleଫେମିନା ମିସ୍ ରାଜସ୍ଥାନ ୨୦୧୯
ଫେମିନା ମିସ୍ ଇଣ୍ଡିଆ ୨୦୧୯
ମିସ୍ ୱାଲ୍ଡ ଏସିଆ ୨୦୧୯
Beauty pageant titleholder
Hair colorକଳା
Eye colorବାଦାମୀ
Major
competition(s)
ଫେମିନା ମିସ୍ ରାଜସ୍ଥାନ ୨୦୧୯
(ବିଜେତା)
ଫେମିନା ମିସ୍ ଇଣ୍ଡିଆ ୨୦୧୯
(ବିଜେତା)
ମିସ୍ ୱାଲ୍ଡ ୨୦୧୯
(୩ୟ)

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ସୁମନ ରାଓ ୧୯୯୮ ମସିହାର ନଭେମ୍ବର ମାସ ୨୩ ତାରିଖରେ ରାଜସ୍ଥାନର ଉଦୟପୁର ଅଞ୍ଚଳର ଆଇଦାନା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପା, ରତନ ସିଂହ ରାଓ, ଜଣେ ଗହଣା ଏବଂ ଅଳଙ୍କାର ବେପାରୀ ଏବଂ ତାଙ୍କ ମାଆ ସୁଶୀଳା କନୱର୍ ରାଓ ଜଣେ ଗୃହିଣୀ । ଜିତେନ୍ଦ୍ର ଏବଂ ଚିରାଗ ନାମକ ତାଙ୍କର ଦୁଇ ଜଣ ଭାଇ ଅଛନ୍ତି ।[୫] ସୁମନାଙ୍କୁ ମାତ୍ର ୧ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପରିବାର ମୁମ୍ବାଇ ଆସିଯାଇଥିଲେ । ସେ ନବି ମୁମ୍ବାଇର ମହାତ୍ମା ସ୍କୁଲ ଅଫ୍ ଆକାଡେମିକ୍‌ସ୍ ଆଣ୍ଡ ସ୍ପୋର୍ଟସ୍ ସ୍କୁଲରେ ପଢ଼ୁଥିଲେ । ଏବେ ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଚାଟାର୍ଡ୍ ଆକାଉଣ୍ଟାଣ୍ଟ ପଢ଼ୁଛନ୍ତି ।[୬] ତାଙ୍କର ମାତୃଭାଷା ମେୱାରୀ ଏବଂ ଏହା ବ୍ୟତୀତ ସେ ହିନ୍ଦୀ ଏବଂ ଇଂରାଜୀରେ କଥାବାର୍ତ୍ତା କରନ୍ତି ।[୭] ଏତଦ୍ ବ୍ୟତୀତ ସେ ମଧ୍ୟ ଜଣେ ପ୍ରଶିକ୍ଷୀତା କଥକ ନର୍ତ୍ତକୀ ।[୮]

ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସମ୍ପାଦନା

୨୦୧୮ ମସିହାରେ ସୁମନ ମିସ୍ ନବି ମୁମ୍ବାଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେଇଥିଲେ, ଯେଉଁଥିରେ ସେ ୨ୟ ହୋଇଥିଲେ ।[୯] ଏହାପରେ ସେ ୨୦୧୯ ମସିହାର ଫେମିନା ମିସ୍ ଇଣ୍ଡିଆ ରାଜସ୍ଥାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଏହି ପ୍ରତିଯୋଗିତା ଜିତିଯାଇଥିଲେ ଏବଂ ୨୦୧୯ ମସିହାର ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ରାଜସ୍ଥାନରୁ ପ୍ରତିନିଧିତ୍ୱ କରିଥିଲେ ।[୧୦] ୨୦୧୯ ମସିହାର ଜୁନ ମାସ ୧୫ ତାରିଖରେ ସେ ଏହି ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତା ଜିତିଥିଲେ । ମୁମ୍ବାଇର ସର୍ଦାର ବଲ୍ଲଭ ଭାଇ ପଟେଲ ଇଣ୍ଡୋର୍ ଷ୍ଟାଡିଅମ୍‌ରେ ତାଙ୍କୁ ଫେମିନା ମିସ୍ ଇଣ୍ଡିଆ ୱାଲ୍ଡ ମୁକୁଟ ପିନ୍ଧାଇଥିଲେ ପୂର୍ବ ବର୍ଷର ବିଜୟୀନି ଅନୁକ୍ରୀତି ବାସ ।[୧୧][୧୨] ଏହି ପ୍ରତିଯୋଗିତାରେ ସେ ମଧ୍ୟ 'ମିସ୍ ରାମ୍ପୱାକ୍' ପୁରସ୍କାର ଜିତିଥିଲେ ।[୧୩]

ମିସ୍ ୱାଲ୍ଡ ୨୦୧୯ ସମ୍ପାଦନା

ସୁମନ ରାଓ ୬୯ତମ ମିସ୍ ୱାଲ୍ଡ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୨୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସେ ୩ୟ ସ୍ଥାନରେ ରହିଥିଲେ ।[୧୪] ପିଏର୍ସ ମୋର୍ଗାନଙ୍କ ଅଧିନରେ ବିଚାର କରାଯାଉଥିବା ଏହି ପ୍ରତିଯୋଗିତାରେ ହେଡ୍-ଟୁ-ହେଡ୍ ଚ୍ୟାଲେଞ୍ଜ୍‌ର ପ୍ରଥମ ଭାଗ ସେ ଜିତିଥିଲେ ।[୧୫] ବାଂଲାଦେଶ ବିରୁଦ୍ଧରେ ଥିବା ତାଙ୍କର ଏହି ପ୍ରତିଯୋଗିତାରେ ସେ ବିଜୟୀନି ହୋଇଥିଲେ ଏବଂ ଶ୍ରେଷ୍ଠ ୪୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।[୧୬]

ସୁମନଙ୍କର ବିଉଟି ଉଇଥ୍ ଏ ପର୍‌ପୋସ୍ ପ୍ରକଳ୍ପ ଶ୍ରେଷ୍ଠ ୧୦ଟି ପ୍ରକଳ୍ପ ମଧ୍ୟରେ ସ୍ଥାନ ପାଇଥିଲା ।[୧୭] ତାଙ୍କର ଏହି ପ୍ରକଳ୍ପଟିର ନାମ ଥିଲା 'ପ୍ରୋଜେକ୍ଟ ପ୍ରଗତି', ଯେଉଁଥିରେ ସେ ଆଦିବାସୀ ତଥା ଆଦିମ ଜନଜାତିର ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭଳଶୀଳ କରାଇବା ପାଇଁ କାର୍ଯ୍ୟ କରିବାର ଯୋଜନା କରିଥିଲେ ।[୧୮] ଆଲୋବେରା ବା ଘିକୁଆଁରୀ ଏବଂ ଗୋଲାପରୁ ସୌନ୍ଦର୍ଯ୍ୟ ଉପକରଣ ଏବଂ ଜେଲ୍‌ଆଦି ପ୍ରସ୍ତୁତ କରିବାପାଇଁ ସେ ମେସିନ୍ କିଣିଥିଲେ, ଯାହାକୁ ବ୍ୟବହାର କରି ମହିଳାମାନେ ସେମାନଙ୍କର ଗାଁମାନଙ୍କରେ ସହଜରେ ବିଭିନ୍ନ ଜିନିଷ ଆଦି ପ୍ରସ୍ତୁତ କରିପାରିବେ । ତାଙ୍କର ଏହି ପ୍ରକଳ୍ପକୁ ପ୍ରିନ୍ସେସ୍ ଦିବ୍ୟା କୁମାରୀ ଫାଉଣ୍ଡେସନ୍ ତରଫରୁ ସାହାଯ୍ୟ ମିଳିଥିଳା, ଯାହାର ଫଳ ସ୍ୱରୂପ ସେ ଏହି ଶିକ୍ଷାକେନ୍ଦ୍ର ଜରିଆରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ହସ୍ତତନ୍ତ, ଘର ସଜେଇବା ପାଇଁ ହସ୍ତଶିଳ୍ପ ଉପକରଣ ଏବଂ ଗହଣା ଅଳଙ୍କାର ଆଦି ପ୍ରସ୍ତୁତି ପାଇଁ ତାଲିମ ଦେଇପାରିଥିଲେ । ତାଙ୍କର ଏହି ପ୍ରକଳ୍ପ ମାଧ୍ୟରେ ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକ ଜୟପୁର ସିଟି ପାଲେସ୍‌ରେ ଉପଲବ୍ଧ ହେବା ସହ ତାଙ୍କର ଅନ୍‌ଲାଇନ୍ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି ।[୧୯] ପରବର୍ତ୍ତୀ ସମୟରେ ସେ ଭାରତ ସେବାଶ୍ରମ ସଂଘ ସହ ମଧ୍ୟ ମିଶି ତାଙ୍କ ପ୍ରକଳ୍ପର ଦ୍ରବ୍ୟଗୁଡ଼ିକୁ ବିକ୍ରୟ ବ୍ୟବସ୍ଥା କରାଇଛନ୍ତି ।[୨୦][୨୧]

ଆଧାର ସମ୍ପାଦନା

  1. "Femina Miss India 2019: Suman Rao was crowned Miss India World 2019, Shivani Jadhav Miss Grand India and Shreya Shanker Miss India United Continents". Indian Express. 16 June 2019.
  2. "Who is Suman Rao? Check out the Miss India 2019's 7 most stunning photos". Times Now. 16 June 2019.
  3. "Miss World 2019 winner is Miss Jamaica Tony-Ann Singh, India's Suman Rao is second runner-up". India Today. 14 December 2019.
  4. "My community sees me as a ray of hope: Miss India winner Suman Rao". The Pioneer. 18 June 2019.
  5. Neha Chaudhary (18 June 2019). "fbb Colors Femina Miss India World 2019 Suman Rao: 'Even though I live in Mumbai, I have not forgotten my roots'". The Times of India.
  6. "Miss India 2019, Suman Rao contestant profile". ETimes. Retrieved 16 June 2019.
  7. Shukla, Richa (26 August 2019). "Suman Rao, 'My Miss India journey began from the Pink City'". The Times of India.
  8. Reiher, Andrea (11 December 2019). "Suman Rao, Miss India World 2019: 5 Fast Facts to Know".
  9. "5 lesser-known facts about Suman Rao - the Indian contestant at Miss World 2019". Times Now. 12 December 2019.
  10. "Suman Rao from Rajasthan Crowned Miss India 2019". News18. 16 June 2019.
  11. "Miss India 2019 winner is Rajastan's Suman Rao". Asian News International.
  12. Press Trust of India (16 June 2019). "Suman Rao crowned Miss India World". Deccan Herald.
  13. "Fbb Colors Femina Miss India 2019: Sub contest winners". ETimes. 2 June 2019.
  14. "Miss World 2019 Results: Talent, Sports & Top Model". 12 December 2019.
  15. "Miss World 2019 in London: All you need to know about the ceremony on December 14". Indian Express. 12 December 2019.
  16. "Femina Miss India 2019, Suman Rao's journey at Miss World". beautypageants.in. 12 December 2019.
  17. "Miss World 2019 Beauty With a Purpose Finalists: Suman Rao Makes It to Top 10 List Ahead of the Finale Night, Meet the Contestants With Names". 12 December 2019.
  18. "Miss India 2019, Suman Rao in Udaipur". Udaipur Times. 26 June 2019.
  19. "Miss India 2019, Suman Rao, Teams Up With Princess Diya Kumari Foundation For Her Project Pragati". Archived from the original on 24 November 2020. Retrieved 25 November 2019.
  20. "Beauty with a good heart". The Hans India. 19 September 2019.
  21. "Miss India 2019, Suman Rao's Beauty with a Purpose project for Miss World 2019". The Times of India. 10 December 2019.

ବାହାର ଆଧାର ସମ୍ପାଦନା