ସୁବାସ ଚନ୍ଦ୍ର ମିଶ୍ର
ସୁବାସ ଚନ୍ଦ୍ର ମିଶ୍ର (ଜନ୍ମ: ୧ ଜୁଲାଇ ୧୯୫୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ପ୍ରାବନ୍ଧିକ, ଗବେଷକ ତଥା ସଂକଳକ । ସେ ୨୦୦୪ ମସିହାରେ ଆଜ୍ଞା ପାଇଁ ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସୁବାସ ଚନ୍ଦ୍ର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବୋଡ଼ିଗାଁ, କାମତା-କୁମୁଲି, ନବରଙ୍ଗପୁର | ୧ ଜୁଲାଇ ୧୯୫୦
ବୃତ୍ତି | ଶିକ୍ଷକତା |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ଶୈଳୀ | କଥାକାର ଏବଂ ଗବେଷକ |
ସାହିତ୍ୟ କୃତି | ଆଜ୍ଞା |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪) |
ପିତାମାତା | ମହେଶ୍ୱର ମିଶ୍ର (ପିତା), ମୁକ୍ତା ଦେବୀ (ମାତା) |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାସୁବାସ ଚନ୍ଦ୍ର ମିଶ୍ର ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ସଂଗଠକ, ସ୍ତମ୍ବଲେଖକ, ଆଦିବାସୀ ଭାଷା ଓ ସଂସ୍କୃତିର ଗବେଷକ । ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ଦିଗରେ ସେ ନିରବଚ୍ଛିନ୍ନ ପ୍ର୍ୟୟାସରତ ।[୨][୩]
ରଚନାବଳୀ
ସମ୍ପାଦନା- ଚୈତ୍ରଗାନ
- ସହିଦ ଲକ୍ଷ୍ମଣ ନାଏକ
- ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ
- କୋରାପୁଟର ଗାନ୍ଧି (ରାଧାକୃଷ୍ଣ ବିଶ୍ୱାସରାୟଙ୍କ ଜୀବନୀ)
- ଶହୀଦ ବଗାପୂଜାରୀ
- ବିପ୍ଳବୀ ଲକ୍ଷ୍ମୀଚନ୍ଦ୍ର ଦାସ
- ଜଣେ ସ୍ୱାଧୀନତା ସଂଗ୍ରାମୀର କାହାଣୀ : ରବିସିଂ ମାଝୀଙ୍କ ଜୀବନୀ
- ଆଜ୍ଞା (ବିଶ୍ୱନାଥ ପଟ୍ଟନାୟକଙ୍କ ଜୀବନୀ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ୨୦୦୪: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ)
- ରାଜା ସୁଢ଼ଳ ଦେବ ସ୍ମାରକୀ ସମ୍ମାନ
ଆଧାର
ସମ୍ପାଦନା- ↑ http://odishasahityaakademi.org/English/sahitya-award10.php
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୮୧. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଅ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୩୮.