ସୁବର୍ଣ୍ଣ ଜଳେଶ୍ୱର ମନ୍ଦିର

ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର

ସୁବର୍ଣ୍ଣ ଜଳେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ଶୈବ ମନ୍ଦିର ଅଟେ । ଏହି ମନ୍ଦିର ସୋମବଂଶୀୟ ରାଜାଙ୍କଦ୍ୱାରା ଦଶମ ଶତାବ୍ଦୀରେ ନିର୍ମିତ ।

ସୁବର୍ଣ୍ଣ ଜଳେଶ୍ୱର ମନ୍ଦିର
ସୁବର୍ଣ୍ଣ ଜଳେଶ୍ୱର ମନ୍ଦିର, ଭୁବନେଶ୍ୱର
ସୁବର୍ଣ୍ଣ ଜଳେଶ୍ୱର ମନ୍ଦିର, ଭୁବନେଶ୍ୱର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନଭୁବନେଶ୍ୱର
Countryଭାରତ

ଅବସ୍ଥିତି ସମ୍ପାଦନା

ସୁବର୍ଣ୍ଣ ଜଳେଶ୍ୱର ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରରୁ ବିନ୍ଦୁ ସାଗର ପର୍ଯ୍ୟନ୍ତ ଯାଇଥିବା କୋଟିତୀର୍ଥେଶ୍ୱର ରାସ୍ତାର ବାମପାର୍ଶ୍ୱରେ ଅବସ୍ଥିତ ।

ବିବରଣୀ ସମ୍ପାଦନା

ମନ୍ଦିର ଯେଉଁ ସ୍ଥାନରେ ଅବସ୍ଥିତ, ସେଠାରେ ପୂର୍ବରୁ ସ୍ୱର୍ଣ୍ଣକାରମାନେ ବସବାସ କରୁଥିଲେ । ଏହି କାରଣରୁ ମନ୍ଦିରଟିର ନାମ ସୁବର୍ଣ୍ଣକାର ବୋଲି ବିଶ୍ୱାସ କରାଯାଏ । ସୁବର୍ଣ୍ଣ ଜଳେଶ୍ୱର ମନ୍ଦିରର ବିମାନ ରେଖା ଶୈଳୀରେ ନିର୍ମିତ, ମାତ୍ର ଏହାର ଜଗମୋହନ ନାହିଁ । ପଞ୍ଚରଥ ଶୈଳୀରେ ଏହି ମନ୍ଦିର ତିଆରି ହୋଇଛି । ମନ୍ଦିର ଦ୍ୱାରରେ ନବଗ୍ରହ ପ୍ୟାନେଲ ଦେଖାଯାଏ, କିନ୍ତୁ ନବଗ୍ରହଙ୍କ ଦ୍ୱିପାର୍ଶ୍ୱରେ ଦୁଇ ଗଣଙ୍କର ମୂର୍ତ୍ତି ରହିଛି । ଯମୁନା ଏବଂ ଗଙ୍ଗା ନାମକ ଦୁଇଜଣ ଦେବୀଙ୍କ ମୂର୍ତ୍ତି ସୁବର୍ଣ୍ଣ ଜଳେଶ୍ୱର ମନ୍ଦିରର ଦ୍ୱାରପାଳ ଭାବେ ଅବସ୍ଥାପିତ । ଗଙ୍ଗା ନିଜ ସହଚରୀଙ୍କ ଏବଂ ଅସ୍ପଷ୍ଟ ଦେଖାଯାଉଥିବା କୌଣସି ବାହାନ ସହିତ ଥିବା ବେଳେ ଯମୁନାଙ୍କ ମୂର୍ତ୍ତି ନିଜ ବାହାନ କଇଁଚ ସହିତ ଅଛନ୍ତି । ମନ୍ଦିର ସମ୍ମୁଖରେ ନନ୍ଦିଙ୍କ ମୂର୍ତ୍ତି ଏବଂ ଦେବୀ ଧରଣୀଙ୍କ ମୂର୍ତ୍ତି ରହିଛି ।

ଛବି ସମ୍ପାଦନା