ପର୍ଶୁରାମେଶ୍ୱର ମନ୍ଦିର
ପର୍ଶୁରାମେଶ୍ୱର ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଗୋଟିଏ । ଏହା ସବୁଠୁ ଭଲ ଭାବେ ସରଂକ୍ଷିତ ହୋଇଥିବା ଏକ ପୁରୁଣା ଉତ୍କଳୀୟ ମନ୍ଦିର ଏବଂ ଏହାର ନିର୍ମାଣ ଖ୍ରୀ.ଅ.୭ମରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳୋଦଭବ କାଳରେ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ନଗର ଶୈଳୀର ଏହି ମନ୍ଦିରଟି ଖ୍ରୀ.ଅ. ୬୫୦ରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ, ତଥା ଏହି ମନ୍ଦିର ୧୦ମ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ହୋଇଥିବା ମନ୍ଦିର ସମୂହର ସମସ୍ତ ବିଶେଷତ୍ୱ ବହନ କରେ ।
ପର୍ଶୁରାମେଶ୍ୱର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ଭୁବନେଶ୍ୱର |
Country | ଭାରତ |
ପର୍ଶୁରାମେଶ୍ୱର ମନ୍ଦିରରେ ବିମାନ, ଗର୍ଭଗୃହ ବ୍ୟତୀତ ଏକ ବାଡ଼ ରହିଛି । ଏହି ମନ୍ଦିରରେ ଜଗମୋହନ କୁହାଯାଉଥିବା ଏକ ବିଶେଷ ଅଂଶ ଦେଖିବାକୁ ମିଳେ, ଯାହା ପୂର୍ବବର୍ତ୍ତୀ ମନ୍ଦିର ସମୂହରେ ନଥିଲା । ଶୈବ ମନ୍ଦିର ହୋଇଥିବା ସତ୍ତ୍ୱେ ଏଠାରେ ସାଧାରଣତଃ ଶାକ୍ତ ମନ୍ଦିରମାନଙ୍କରେ ଦେଖିବାକୁ ମିଳୁଥିବା ଅନେକ ମୂର୍ତ୍ତୀ ରହିଛି । ସପ୍ତମାତୃକାଙ୍କ ମୂର୍ତ୍ତି ସ୍ଥାନ ପାଇବାରେ ଏହା ହେଉଛି ଭୁବନେଶ୍ୱରରେ ଥିବା ପ୍ରଥମ ମନ୍ଦିର । ଏହି ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ସରଂକ୍ଷିତ । ଜୁନ-ଜୁଲାଇ ମାସରେ ପାଳିତ ପର୍ଶୁରାମାଷ୍ଟମୀ ଏହି ମନ୍ଦିରରେ ହେଉଥିବା ସର୍ବ ପ୍ରଧାନ ପର୍ବ । ଏହା ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ହୁଏ । [୧]
ଇତିହାସ
ସମ୍ପାଦନାଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ସମୂହ ମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଭୁବନେଶ୍ୱର ଥିବା ଏକ ସର୍ବ ପୁରାତନ ମନ୍ଦିର । [୨][୩][୪] କେତେକ ଐତିହାସିକଙ୍କ ଅନୁସାରେ ଏହା ଶତ୍ରୁଘନେଶ୍ୱର, ଭରତେଶ୍ୱର ଓ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ପରେ ୮ମ ଶତାବ୍ଦୀର ପ୍ରଥମ ଭାଗରେ ନିର୍ମିତ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ଖ୍ରୀ.ଅ ୬୫୦ର ବୋଲି କହନ୍ତି । [୨] ଫରଗୁସନ୍ଙ୍କ ଅନୁସାରେ ଏହା ଖ୍ରୀ.ଅ.୫୦୦ରେ ତିଆରି । ଅଧିକାଂଶ ଗବେଷକ ଏହାକୁ ୭ମ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ବୋଲି ଦର୍ଶାନ୍ତି ।
ଏହି ମନ୍ଦିରଟି ଶୈଳୋଦଭବ ବଂଶଦ୍ୱାରା ନିର୍ମିତ । ଏହି ବଂଶ ଶୈବ ଧର୍ମୀ ଥିଲେ । ଏମାନେ ଶାକ୍ତ ଉପାସନା ମଧ୍ୟ କରୁଥିବାରୁ ଏହି ମନ୍ଦିରରେ ଅନେକ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳେ । ୧୯୦୩ ମସିହାରେ ଏହାର ମରାମତି କରାଯାଇଥିଲା । ମୂଳ ରୂପକୁ ସମାନ ରଖି କେବଳ ଗର୍ଭଗୃହ ଓ ଛାତରେ କିଛି ପରିବର୍ତ୍ତନ କରାଯାଇଥିଲା । ପୂର୍ବ ଉପକୂଳରେ ଥିବାରୁ ଅନ୍ୟ ମନ୍ଦିର ମାନଙ୍କ ପରି ୧୨ଶ-୧୩ଶ ଶତାବ୍ଦୀର ମୁସଲିମ ଆକ୍ରମଣଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇନାହିଁ । ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ହେଉଛି ।
ସ୍ଥାପତ୍ୟ
ସମ୍ପାଦନାଉତ୍କଳୀୟ ମନ୍ଦିରମାନଙ୍କର ଦୁଇଗୋଟି ଅଂଶ ଥାଏ; ବିମାନ ବା ଗର୍ଭଗୃହ ଓ ଜଗମୋହନ, ଯେଉଁଠାରୁ ଭକ୍ତମାନେ ବିଗ୍ରହ ଦର୍ଶନ କରନ୍ତି । ପର୍ଶୁରାମେଶ୍ୱର ମନ୍ଦିରରେ ଏହି ଜଗମୋହନ ପ୍ରଥମ ଥର ପାଇଁ ତିଆରି ହୋଇଥିବାର ଦେଖାଯାଏ । ପୂର୍ବ ମନ୍ଦିର ମାନଙ୍କରେ ଜଗମୋହନ ଦେଖାଯାଏ ନାହିଁ । ଏବଂ ପରବର୍ତ୍ତୀ ମନ୍ଦିର ନାଟ ମଣ୍ଡପ ଓ ଭୋଗ ମଣ୍ଡପ ଭଳି ଦୁଇ ଗୋଟି ଅଧିକ ଅଂଶ ଦେଖାଯାଏ ।
ଆଧାର
ସମ୍ପାଦନା- ↑ Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 175.
- ↑ ୨.୦ ୨.୧ Pradhan, Dr. Baman Charan (September 2009). "Saktism at Bhubaneswar Through Ages" (PDF). Orissa Review. Government of Orissa e-Magazine: 10–102. Archived from the original (PDF) on 9 March 2014. Retrieved 23 March 2013.
- ↑ O'Malley 1908, p. 57
- ↑ Sturgis, Russell (1901). A dictionary of architecture and building: biographical, historical, and descriptive, Volume 2. The Macmillan Company. pp. 473–474.