ସୁବର୍ଣ୍ଣପ୍ରଭା ଦେବୀ
ସୁବର୍ଣ୍ଣପ୍ରଭା ଦେବୀ (୧୭୭୯-୧୮୦୬) (ନେପାଳୀ: सुवर्णप्रभा देवी) ବିକ୍ରମ ଶାହାଙ୍କ ସମୟରେ ୧୮୦୨ ମସିହାରୁ ୧୮୦୬ ମସିହା ମଧ୍ୟରେ ନେପାଳର ମହାରାଣୀ ଥିଲେ ।
ରାଣୀ ସୁବର୍ଣ୍ଣପ୍ରଭା | |
---|---|
ରାନେପାଳର ରାଜମାତା ଓ ମହାରାଣୀ
| |
ଜୀବନସାଥୀ | ରାଣା ବାହାଦୂର ଶାହା |
ସନ୍ତାନସନ୍ତତିଗଣ | |
ରଣୋଦୟତ ବିକ୍ରମ ଶାହା ସମରଶର ଶାହା ଜଣେ ରାଜକୁମାରୀ | |
ସମ୍ପୂର୍ଣ୍ଣ ନାମ | |
ସୁବର୍ଣ୍ଣପ୍ରଭା ଦେବୀ | |
ବାପା | ସୁବୁଧୀ ଖଡକା , ବାସନ୍ୟତ ପରିବାର[ଆଧାର ଲୋଡ଼ା] |
ଜନ୍ମ | ୧୭୭୯ |
ମୃତ୍ୟ | ୧୮୦୬ |
ଧର୍ମ | [[ହିନ୍ଦୁ ଧର୍ମ]] |
ଜୀବନୀ
ସମ୍ପାଦନାସୁବର୍ଣ୍ଣପ୍ରଭା ଦେବୀ ନେପାଳର ରାଜା ବାହାଦୂର ଶାହାଙ୍କ ଦ୍ୱିତୀୟ ପତ୍ନୀ ଥିଲେ । ସେ ଜ୍ୟେଷ୍ଠ ରାଜକୁମାର ରଣୋଦୟତ ବିକ୍ରମ ଶାହା, ରାଜକୁମାର ସମରଶର ଶାହା ଏବଂ ଜଣେ ରାଜକୁମାରୀଙ୍କ ମା' ଥିଲେ । ସେ ସୁବୁଧୀ ଖଡକା ବାସନ୍ୟତଙ୍କ ଝିଅ ଥିଲେ । ରାଜା ରାଣା ବାହାଦୂର ଶାହା, ରାଜ ରାଜେଶ୍ୱରୀ ଦେବୀ ଏବଂ ତାଙ୍କ ପରାମର୍ଶଦାତା ଭୀମସେନ ଥାପା ବାରାଣାସୀ ଅଭିମୁଖେ ଯାତ୍ରା କରୁଥିବାବେଳେ ସେ କାଠମାଣ୍ଡୁରେ ରହି ରାଜପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ ।[୧] ଏହି ସମୟରେ, ପ୍ରଥମ ପତ୍ନୀ ରାଜ ରାଜେଶ୍ୱରୀ ଦେବୀ ୨୬ ଜୁଲାଇ ୧୮୦୧ ମସିହାରେ ନେପାଳ ସୀମାରେ ପ୍ରବେଶ କରିଥିଲେ ଏବଂ ସୁବର୍ଣ୍ଣପ୍ରଭାଙ୍କର ଦୁର୍ବଳ ରାଜପ୍ରତିନିଧି ପଦର ସୁଯୋଗ ନେଇ ଧୀରେ ଧୀରେ କାଠମାଣ୍ଡୁ ଆଡକୁ ଯାଇଥିଲେ ।[୨][୩]
ଫଳସ୍ୱରୂପ, ୨୮ ସେପ୍ଟେମ୍ବର ୧୮୦୧ ମସିହାରେ ରାଜରାଜସ୍ୱୋରୀଙ୍କ ସମର୍ଥକଙ୍କଦ୍ୱାରା ସୁବର୍ଣ୍ଣ ପ୍ରଭାଙ୍କର ପ୍ରିୟ ଦରବରୀ ମୂଳକାଜି (ମୁଖ୍ୟମନ୍ତ୍ରୀ) କୀର୍ତ୍ତୀମାନ ସିଂ ବାସନ୍ୟତଙ୍କୁ ଗୁପ୍ତରେ ହତ୍ୟା କରାଯାଇଥିଲା ।[୪] ୨୮ ଅକ୍ଟୋବର ୧୮୦୧ ମସିହାରେ, ନେପାଳ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଶେଷରେ ଏକ ବାଣିଜ୍ୟ ଏବଂ ମିଳିତ ଚୁକ୍ତି ସ୍ୱାକ୍ଷରିତ ହେଲା ।[୫][୬]
ରାଜପ୍ରତିନିଧି
ସମ୍ପାଦନାରେସିଡେନ୍ସି ପ୍ରତିଷ୍ଠା ହେବାର ପ୍ରାୟ ଆଠ ମାସ ପରେ, ରାଣୀ ରାଜରାଜେସ୍ୱରୀ ୧୭ ଡିସେମ୍ବର ୧୮୦୨ ମସିହାରେ ସୁବର୍ଣ୍ଣପ୍ରଭାଙ୍କୁ କ୍ଷମତାରୁ ବହିଷ୍କୃତ କରିବାରେ ସଫଳ ହୋଇଥିଲେ ।[୭][୩] ୨୫ ଏପ୍ରିଲ ୧୮୦୬ ମସିହାରେ ରାତି ପ୍ରାୟ ୧୦ ଟା ସମୟରେ ଶେର ବାହାଦୂର ଶାହା ରାଣା ବାହାଦୂର ଶାହାଙ୍କୁ ହତ୍ୟା କରିଥିଲେ ।[୮][୯] ରାଜନୈତିକ ବିଶୃଙ୍ଖଳାର ସୁଯୋଗ ନେଇ ଭୀମସେନ ମୁଖିଆ (୧୮୦୬-୧୮୩୭) ହୋଇଗଲେ, ଏବଂ ତ୍ରିପୁରାସୁନ୍ଦରୀଙ୍କୁ ଲଳିତା ତ୍ରିପୁରାସୁନ୍ଦରୀ ଆଖ୍ୟା ଦିଆଗଲା । ରାଣା ବାହାଦୂରଙ୍କର ଅନ୍ୟ ସମସ୍ତ ପତ୍ନୀ ଏବଂ ଉପପତ୍ନୀମାନେ ସେମାନଙ୍କର ଚାକରାଣୀମାନଙ୍କ ସହିତ ସୁବର୍ଣ୍ଣପ୍ରଭାଙ୍କୁ ବାରଣ କରି ସତୀ[୧୦][୧୧] କରିବାପାଇଁ ବାଧ୍ୟ ହୋଇଥିଲେ ।[୧୨]
ଆଧାର
ସମ୍ପାଦନା- ↑ Acharya 2012, p. 32.
- ↑ Nepal 2007, p. 52.
- ↑ ୩.୦ ୩.୧ Acharya 2012, pp. 36–37.
- ↑ Acharya 2012, p. 34.
- ↑ Amatya 1978.
- ↑ Nepal 2007, p. 51.
- ↑ Pradhan 2012, p. 14.
- ↑ Acharya 2012, p. 67.
- ↑ Nepal 2007, pp. 62–63.
- ↑ Nepal 2007, p. 64.
- ↑ Acharya 2012, p. 163.
- ↑ Karmacharya 2005, p. 80.