ରାଜ ରାଜେଶ୍ୱରୀ ଦେବୀ
ରାଜ ରାଜେଶ୍ୱରୀ ଦେବୀ (ନେପାଳୀ: राज राजेश्वरी) (ମୃତ୍ୟୁ: ୫ ମଇ ୧୮୦୬) ଜଣେ ଶାସନକର୍ତ୍ତା ଥିଲେ ଏବଂ ସେ ନେପାଳରେ ଦୁଇଥର ରାଜପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେ ରାଣା ବାହାଦୂର ଶାହାଙ୍କୁ ବିବାହ କରିଥିଲେ । ରାଜେଶ୍ୱରୀ ଦେବୀ ୧୭୯୯ ମସିହାରେ ପୁତ୍ର "ବିକ୍ରମ ଶାହା" ନାବାଳକ ହେବା ସମୟରେ ଏବଂ ୧୮୦୧-୧୮୦୪ ମସିହାରେ ଶାସନ କରିଥିଲେ ।
ରାଣୀ ରାଜ ରାଜେଶ୍ୱରୀ ଦେବୀ | |
---|---|
ନେପାଳର ରାଜପ୍ରତିନିଧି
| |
ଜୀବନସାଥୀ | ରାଣା ବାହାଦୂର ଶାହା |
ସନ୍ତାନସନ୍ତତିଗଣ | |
ତିଳୋତୋମା ଦେବୀ | |
ସମ୍ପୂର୍ଣ୍ଣ ନାମ | |
ରାଜ ରାଜେଶ୍ୱରୀ ଦେବୀ | |
ଜନ୍ମ | ନେପାଳର ରାଜ୍ୟ |
ମୃତ୍ୟ | ୫ ମଇ ୧୮୦୬ ସାଙ୍ଖୁ, ନେପାଳ |
ଧର୍ମ | ହିନ୍ଦୁ ଧର୍ମ |
ଜୀବନ
ସମ୍ପାଦନାସେ ଗୁଲ୍ମିର ରାଜା "ଶିବ ଶାହା"ଙ୍କ ନାତୁଣୀ ଥିଲେ । ୧୭୯୯ ମସିହାରେ, ତାଙ୍କର ଜଣେ ସହଯୋଗୀ ସନ୍ୟାସୀ ହୋଇ ରାଜ୍ୟ ଛାଡିବା ପରେ ସେ ନିଜ ନାବାଳକ ପୁଅ ନାମରେ ରାଜପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ଅନ୍ୟ ଦୁଇଜଣ ପତ୍ନୀ ମହାରାଣୀ ସୁବର୍ଣ୍ଣପ୍ରଭା ଦେବୀ ଏବଂ ମହାରାଣୀ ଲଳିତ ତ୍ରିପୁରା ସୁନ୍ଦରୀ ଦେବୀଙ୍କ ସହ ଶାସନ କରିଥିଲେ ।[୧]
ବାହାଦୂର ଶାହା ନିଜ ପୁଅ ଗିର୍ଭାନଙ୍କ ସପକ୍ଷରେ ପଦତ୍ୟାଗ କରିବାପରେ ରାଣୀ ରାଜେଶ୍ୱରୀ ରାଜପ୍ରତିନିଧି ହୋଇଥିଲେ । ସେ କିନ୍ତୁ ତାଙ୍କ ସ୍ୱାମୀଙ୍କ ସହିତ ବାରଣାସୀରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ରାଣୀ ସୁବର୍ଣ୍ଣ ପ୍ରଭା ରାଜପ୍ରତିନିଧିତ୍ୱ ଗ୍ରହଣ କରିଥିଲେ ।[୨]
୨୬ ଜୁଲାଇ ୧୮୦୧ ମସିହାରେ, ରାଣୀ ରାଜେଶ୍ୱରୀ ନେପାଳକୁ ଫେରିଆସିଥିଲେ ।[୩][୪] ଫଳସ୍ୱରୂପ, ୨୮ ସେପ୍ଟେମ୍ବର ୧୮୦୧ ମସିହାରେ ରାଜ ରାଜେଶ୍ୱରୀଙ୍କ ସମର୍ଥକଙ୍କଦ୍ୱାରା ସୁବର୍ଣ୍ଣ ପ୍ରଭାଙ୍କର ପ୍ରିୟ ରାଜ-ଦରବାରୀର ମୁଖ୍ୟମନ୍ତ୍ରୀ କୀର୍ତ୍ତୀମାନ ସିଂ ବାସନ୍ୟତଙ୍କୁ ଗୁପ୍ତରେ ହତ୍ୟା କରାଯାଇଥିଲା ।[୫] ରାଣୀ ସୁବର୍ଣ୍ଣ ପ୍ରଭାଙ୍କୁ କାରାଗାରରେ ରଖାଯାଇଥିବା ବେଳେ[୬] ରାଣୀ ରାଜେଶ୍ୱରୀ ରାଜପ୍ରତିନିଧି ଭାବରେ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଥିଲେ ।[୭][୪]
୧୮୦୪ ମସିହାରେ, ବାହାଦୂର ଶାହା ଫେରିଆସି ପୁନର୍ବାର ନିଜର ସାମର୍ଥ୍ୟକୁ ଗ୍ରହଣ କରିଥିଲେ । ଦୁଇ ବର୍ଷ ପରେ ବାହାଦୂର ଶାହାଙ୍କୁ ତାଙ୍କ ଭାଇ ହତ୍ୟା କରିଥିଲେ ଏବଂ ଦଶ ଦିନ ପରେ, ୫ ମଇ ୧୮୦୬ ମସିହାରେରେ, ମହାରାଣୀ ରାଜ ରାଜେଶ୍ୱରୀ ଦେବୀ ଜଣେ ହିନ୍ଦୁ ବିଧବା ଭାବରେ ଭୀମସେନ ଥାପାଙ୍କ ନିର୍ଦ୍ଦେଶରେ ସତୀତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ସହ-ଶାସକ ସୁବର୍ଣ୍ଣପ୍ରଭା ଦେବୀ ଏବଂ ଲଳିତ ତ୍ରିପୁରା ସୁନ୍ଦରୀ ଦେବୀ, ସମାନ ବ୍ୟକ୍ତିଙ୍କ ପାଇଁ ବିଧବା ହୋଇଥିଲେ ହେଁ ସତୀତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୋଇନଥିଲେ ଏବଂ ରାଜପ୍ରତିନିଧି ଭାବରେ ସେମାନଙ୍କ ଶାସନ ଜାରି ରଖିଥିଲେ ।[୮]
ଆଧାର
ସମ୍ପାଦନା- ↑ Guide 2
- ↑ Acharya 2012, p. 32.
- ↑ Nepal 2007, p. 52.
- ↑ ୪.୦ ୪.୧ Acharya 2012, pp. 36–37.
- ↑ Acharya 2012, p. 34.
- ↑ Acharya 2012, p. 43.
- ↑ Pradhan 2012, p. 14.
- ↑ Guide 2