ସୁପରଭାଇଜଡ ଲର୍ଣ୍ଣିଙ୍ଗ୍
ଏହା ହେଉଛି ଏକ ମେସିନ ଲର୍ଣ୍ଣିଙ୍ଗ୍ ଆଲଗୋରିଦମ ଯେଉଁଥିରେ ପୂର୍ବରୁ ଦିଆଯାଇଥିବା ଇନପୁଟ ଏବଂ ଆଉଟପୁଟ ଯୋଡ଼ି ହିସାବରେ ଏହା ଦିଆଯାଇଥିବା ଇନପୁଟର ଆଉଟପୁଟ ପ୍ରଦାନ କରିଥାଏ ।[୧]
ଜାଣିବା କଥା
ସମ୍ପାଦନାସୁପରଭାଇଜଡ ଲର୍ଣ୍ଣିଙ୍ଗ୍ରେ ବିଷୟରେ ଅଧିକ ଜାଣିବା ପୂର୍ବରୁ ମନୁଷ୍ୟର ଦୁଇଟି ମୁଖ୍ୟ ସମସ୍ୟା ବିଷୟରେ ଜାଣିବା ଜରୁରୀ । ମୁଖ୍ୟ ମାନବ ସମସ୍ୟାଗୁଡ଼ିକୁ ମୌଳିକରୂପେ ଦୁଇ ଭାଗରେ ବିଭକ୍ତ କରାହୋଇଛି, ସେଗୁଡ଼ିକ ହେଲା କ୍ଲାସିଫିକେସନ ଏବଂ ରିଗ୍ରେସନ ।
କ୍ଲାସିଫିକେସନ୍
ସମ୍ପାଦନାକ୍ଲାସିଫିକେସନ୍ ଅର୍ଥାତ ବର୍ଗୀକରଣ ହେଉଛି ସେହି ସମସ୍ୟାଗୁଡ଼ିକ ଯାହାକୁ ଆମେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶ୍ରେଣୀରେ ବିଭକ୍ତ କରାଯାଇପାରୁ । କିଛି ବର୍ଗୀକରଣ ସମସ୍ୟାର ଉଦାହରଣ ନିମ୍ନରେ ଦିଆଗଲା ।
- ଇ-ମେଲଗୁଡ଼ିକୁ ନେଇ ସେଥିରୁ ଭଲ ଏବଂ ଖରାପ ଇ-ମେଲ ବାହାର କରିବା ।
- ମନୁଷ୍ୟମାନଙ୍କର ଏକ ଜିନିଷ ଉପରେ ମତାମତନେଇ ସେଥିରୁ ଭାବ ଉଦ୍ଧାରଣ କରିବା, ଯେପରିକି ଭଲ, ଅତି ଭଲ, ଚଳିବ, ଖରାପ ଏବଂ ଅତି ଖରାପ । ଏହାକୁ ସେଣ୍ଟିମେଣ୍ଟ୍ ଆନାଲିସିସ କୁହାଯାଇଥାଏ ।
- ପୁଞ୍ଜି ବଜାରରେ କୌଣସି ଏକ ସେୟାରର ମୂଲ୍ୟ ବଢିବ ବା କମିବ ।
ନିମ୍ନରେ କ୍ଲାସିଫିକେସନର କିଛି ଆଲଗୋରିଦମ ଲେଖାଯାଇଛି ।
- ଡିସିସନ ଟ୍ରି
- ଲଜିସ୍ଟିକ୍ ରିଗ୍ରେସନ୍
- ନାଇଭ ବାଏସ
- କେ ନିଅରେଷ୍ଟ୍ ନେହିବୋରସ୍
- ଲିନିଅର୍ ସପୋର୍ଟ ଭେକ୍ଟର୍ କ୍ଲାସିଫାୟାର୍
ରିଗ୍ରେସନ୍
ସମ୍ପାଦନାରିଗ୍ରେସନ୍ ବା ପ୍ରତିପଗମନ ହେଉଛି ସେହି ସମସ୍ୟାଗୁଡ଼ିକ ଯାହାକୁ ଆମେ ଏକ ପୂର୍ବନିର୍ଦ୍ଧିଷ୍ଟ ଶ୍ରେଣୀମାନଙ୍କରେ ବର୍ଗୀକରଣ କରିପାରିବାନି । ଦିଆଯାଇଥିବା କିଛି ତଥ୍ୟରେ ଫଳର ମୂଲ୍ୟ କିଛି ମଧ୍ୟ ହୋଇପାରେ । ବୁଝିବା ନିମିତ୍ତ କେତେକ ଉଦାହରଣ ନିମ୍ନରେ ଦର୍ଶାଯାଇଛି ।
- ଭୁବନେଶ୍ୱର-ପୁରୀ ରାସ୍ତାକଡ଼ରେ ଥିବା ଜମିର ମୂଲ୍ୟ କେତେ ? ଧରାଯାଉ ଏହାର ମୂଲ୍ୟ ୧,୦୦,୦୦୦ରୁ ଆରମ୍ଭ ଏବଂ ୧,୦୦,୦୦,୦୦୦ରେ ଶେଷ । ଏହି କ୍ଷେତ୍ରରେ ମେସିନ ଯେଉଁ ଫଳ ପ୍ରଦାନ କରିବ ତାହାକୁ ଏକ ନିର୍ଦ୍ଧିଷ୍ଟ ବର୍ଗରେ ଶ୍ରେଣୀଭୁକ୍ତ କରିବା କଷ୍ଟ । ହେଲେ ଯଦି ଆମେ ପଚାରିବା "ଭୁବନେଶ୍ୱର-ପୁରୀ ରାସ୍ତା କଡ଼ରେ ଥିବା ଜମିର ମୂଲ୍ୟ ୫୦,୦୦,୦୦୦ ଉପରେ ନା ତଳେ ? " ଏଠାରେ ଆମେ ଆଶାକରାଯାଉଥିବା ଫଳକୁ ବର୍ଗୀକରଣ କରିଛୁ ତେଣୁ ଏହା କ୍ଲାସିଫିକେସନ୍ ସମସ୍ୟା ଅଟେ, କିନ୍ତୁ ପ୍ରଥମ ପ୍ରଶ୍ନଟି ରିଗ୍ରେସନ୍ ସମସ୍ୟା ଅଟେ ।
- ପୁଞ୍ଜି ବଜାରରେ କୌଣସି ଏକ ସେୟାରର ମୂଲ୍ୟ କେତେ ବଢିବ ବା କେତେ କମିବ ।
ନିମ୍ନରେ ରିଗ୍ରେସନର କିଛି ଆଲଗୋରିଦମ ଲେଖାଯାଇଛି ।
- ଲିନିୟର ରିଗ୍ରେସନ୍
- ରିଗ୍ରେସନ୍ ଟ୍ରିଜ୍
- ସପୋର୍ଟ ଭେକ୍ଟର୍ ରିଗ୍ରେସନ୍
ବିଭିନ୍ନ ଆଲଗୋରିଦମ
ସମ୍ପାଦନା- ଡିସିସନ ଟ୍ରି
- ଲଜିସ୍ଟିକ୍ ରିଗ୍ରେସନ୍
- ନାଇଭ ବାଏସ
- କେ ନିଅରେଷ୍ଟ୍ ନେହିବୋରସ୍
- ଲିନିଅର୍ ସପୋର୍ଟ ଭେକ୍ଟର୍ କ୍ଲାସିଫାୟାର୍
- ଲିନିୟର ରିଗ୍ରେସନ୍
- ରିଗ୍ରେସନ୍ ଟ୍ରିଜ୍
- ସପୋର୍ଟ ଭେକ୍ଟର୍ ରିଗ୍ରେସନ
ଅନସୁପରଭାଇଜଡ ଲର୍ଣ୍ଣିଙ୍ଗ୍ ମଧ୍ୟରେ ଥିବା ତଫାତ
ସମ୍ପାଦନାସୁପରଭାଇଜଡ ଲର୍ଣ୍ଣିଙ୍ଗ୍ରେ ଚିହ୍ନିତ ତଥ୍ୟ ଆବଶ୍ୟକ ହେଉଥିଲାବେଳେ, ଅନସୁପରଭାଇଜଡ ଲର୍ଣ୍ଣିଙ୍ଗ୍ରେ କୌଣସି ଚିହ୍ନିତ ତଥ୍ୟ ଆବଶ୍ୟକ ନୁହେଁ ।
ବାହାର ଆଧାର
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2018-07-09. Retrieved 2018-08-31.
{{cite web}}
: Cite has empty unknown parameter:|1=
(help)