ସୁଦର୍ଶନ ସାହୁ (ଛେନାପୋଡ଼ ଜନକ)
ସୁଦର୍ଶନ ସାହୁ (ଜନ୍ମ : ୧୧ ଅପ୍ରେଲ ୧୯୩୧) ଛେନାପୋଡ଼ର ଜନକ ଅଟନ୍ତି । ଷାଠିଏ ଦଶକରେ ଛେନାରୁ ତିଆରି ମିଠା ଦ୍ରବ୍ୟ ଛେନାପୋଡ଼ ଉଦ୍ଭାବନ କରିଥିଲେ ।[୧] ୨୦୨୨ ମସିହାରୁ ତାଙ୍କ ଜନ୍ମଦିବସକୁ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି ।[୨]
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାସୁଦର୍ଶନ ସାହୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗାଁରେ ବିଦ୍ୟାଧର ସାହୁ ଓ ମାତା ଜେମାମଣି ସାହୁଙ୍କ ଦ୍ୱିତୀୟ ସନ୍ତାନ ଭାବରେ ୧୯୩୧ ମସିହା ଅପ୍ରେଲ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ସେମାନେ ଜାତିରେ ଗୁଡ଼ିଆ ଥିଲେ । ବାଲ୍ୟକାଳରୁ କ୍ଷାର, ମିଠା, କ୍ଷୀର ଓ ଛେନା ବ୍ୟବସାୟ ସହ ଜଡ଼ିତ ଥିଲେ । ଭିନ୍ନ ଏକ ମିଠା ଜାତୀୟ ଖାଦ୍ୟ ଦ୍ରବ୍ୟର ଛେନାପୋଡ଼ ପ୍ରସ୍ତୁତ କରି ଲୋକଲୋଚନକୁ ଆସିଥିଲେ ।
ପଦ ପଦବୀ
ସମ୍ପାଦନା୨୦ ବର୍ଷ ଧରି ନୟାଗଡ଼ ଏନଏସିର କାଉନସିଲର ପଦରେ ରହିଥିଲେ । ନୟାଗଡ଼ ବ୍ୟବସାୟୀ ସଂଘର ସଭାପତି ଭାବେ ୩୦ ବର୍ଷ, ନୟାଗଡ଼ ପ୍ରଜାମଣ୍ଡଳ ମହାବିଦ୍ୟାଳୟର ଗଭର୍ଣ୍ଣିଙ୍ଗ ବଡ଼ିର ସଦସ୍ୟ, ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରତିଷ୍ଠାତା ଥିଲେ ।
ଖ୍ୟାତି
ସମ୍ପାଦନାସୁଦର୍ଶନ ସାହୁ ୧୯୪୭ ମସିହାରେ ଦଶପଲ୍ଲାରୁ ନୟାଗଡ଼ ସହରକୁ ବ୍ୟବସାୟ ଉଦ୍ଦେଶ୍ୟରେ ସ୍ଥାନାନ୍ତରିତ ହୋଇଥିଲେ । ନୟାଗଡ଼ କଚେରୀ ବଜାରରେ ଦଶପଲ୍ଲା ହୋଟେଲ ଆରମ୍ଭ କରିଥିଲେ । ଥରେ କିଛି ବଳକା ଛେନାକୁ ନେଇ ତିଆରି କରିଥିଲେ ନୂଆ ପ୍ରକାରର ଏକ ମିଠା ଦ୍ରବ୍ୟ । ସେ ତାକୁ ଛେନାପୋଡ଼ ନାମ ଦେଇଥିଲେ । ବର୍ତ୍ତମାନ ସମୟରେ ଛେନାପୋଡ଼ ଦେଶ ବିଦେଶରେ ସୁପରିଚିତ । [୪][୫]ତାଙ୍କଦ୍ୱାରା ଆବିଷ୍କୃତ ଛେନାପୋଡ଼ଖାଇ ଜବାହରଲାଲ ନେହେରୁ ଓ ବିଜୁ ପଟ୍ଟନାୟକ ଆଦି ଉଚ୍ଚପ୍ରଶଂସା କରିଥିଲେ । [୬] ସୁଦର୍ଶନ ସାହୁ ଏକଦା କହିଥିଲେ ଯେ, "ମୁଁ ଏକ ଜଳଖିଆ ଦୋକାନ କରିଥିବାବେଳେ ୧୯୪୭ ମସିହାରେ ଛେନାପୋଡ ପ୍ରଥମେ ତିଆରି କଲି । ଦୋକାନରେ ବଳକା ରହିଯାଉଥିବା ଛେନାକୁ କିପରି ୨/୩ ଦିନ ସାଇତି ରଖାଯାଇପାରିବ ସେହି କଥା ଚିନ୍ତା କରି ଛେନାରେ ଚିନି ଓ ଚାଉଳ ଗୁଣ୍ଡ ମିଶାଇ ଏକ ସ୍ୱତନ୍ତ୍ର ଧରଣର ପିଠା ତିଆରି କରିବାର ଏକ ଉଦ୍ଭଟ ଚିନ୍ତାଧାରା ମନକୁ ଆସିଥିଲା । ଏହା ଭାବି ଛେନା ଚିନି ଓ ଚାଉଳ ଗୁଣ୍ଡର ମିଶ୍ରଣକୁ କଦଳୀ ପତ୍ରରେ ଗୁଡାଇ ଚୁଲି ନିଆଁରେ ପୋଡ଼ି ଦେଲି । କିଛି ଘଣ୍ଟା ପରେ ତାକୁ ବାହାରକୁ ଆଣି ପ୍ରଥମେ ନିଜେ ଚାଖିଲି । ସ୍ୱାଦ ଲାଗିବାରୁ ଅନ୍ୟମାନଙ୍କୁ ଚଖାଇଲି । ସମସ୍ତେ ବାହା ବାହା କଲେ । ମନରେ ଉତ୍ସାହ ବଢିଲା । ଆରମ୍ଭ କରିଦେଲି ଏହି ସ୍ୱତନ୍ତ୍ର ଧରଣର ପିଠାକୁ । ଛେନାକୁ ପୋଡ଼ି ଏହିପିଠା ପ୍ରସ୍ତୁତ ହେଉଥିବାରୁ ଏହାର ନାମ ଦେଲି ଛେନାପୋଡ । ବାସ୍ ! ସେଇଠୁ ଆରମ୍ଭ ହେଲା ଛେନାପୋଡର ବେପାର । ମୋଠାରୁ ଶିଖି ଆହୁରି ଅନେକ ଦୋକାନୀ ମଧ୍ୟ ଏହି ଛେନାପୋଡ ତିଆରି କରି ବିକ୍ରି କଲେ । ବର୍ତ୍ତମାନ ଅନେକ ବ୍ୟବସାୟୀ ଏହାର ପ୍ରସ୍ତୁତିକୁ ନିଜର ଜୀବିକା ଭାବେ ବାଛି ନେଇଛନ୍ତି ।"[୭]
ମୃତ୍ୟୁ
ସମ୍ପାଦନାଶାରୀରିକ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଶଯ୍ୟାଶାୟୀ ହୋଇ ନୟାଗଡ଼ସ୍ଥିତ ବାସଭବନରେ ୨୩ ନଭେମ୍ବର ୨୦୧୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।[୮] [୯]
ଆଧାର
ସମ୍ପାଦନା- ↑ http://www.telegraphindia.com/1161124/jsp/odisha/story_120927.jsp
- ↑ "ଗୋଟିଏ ତରୁଣ ମିଠା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 11 April 2022.
- ↑ "ଆଜି ଛେନାପୋଡ଼ର ଜନକ ସୁଦର୍ଶନ ସାହୁଙ୍କ ଜୟନ୍ତୀ: ନୟାଗଡ଼ରେ ପାଳନ ହେବ ଛେନାପୋଡ଼ ଦିବସ, ଦାବି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ମିଳିଲାନି ଜିଆଇ ଟ୍ୟାଗ୍". www.thesakala.in. ସକାଳ. Archived from the original on 11 April 2022. Retrieved 11 April 2022.
- ↑ http://odishasuntimes.com/2016/11/23/inventor-odishas-famed-chhenapoda-passes-away/
- ↑ http://www.bhashaodia.org/2015/02/blog-post.html?m=1[permanent dead link]
- ↑ http://odishatv.in/odisha/body-slider/inventor-of-chhena-poda-passes-away-177838/
- ↑ http://odiapua.com/index.php?readnews=2821&title=%E0%AC%AE%E0%AC%BF%E0%AC%A0%E0%AC%BE%E0%AC%9C%E0%AC%97%E0%AC%A4%E0%AC%B0%20%E0%AC%AE%E0%AC%89%E0%AC%A1%E0%AC%BC%E0%AC%AE%E0%AC%A3%E0%AC%BF:%20%E0%AC%A8%E0%AD%9F%E0%AC%BE%E0%AC%97%E0%AC%A1%E0%AC%BC%20%E0%AC%9B%E0%AD%87%E0%AC%A8%E0%AC%BE%E0%AC%AA%E0%AD%8B%E0%AC%A1%E0%AC%BC
- ↑ "ଆର୍କାଇଭ୍ କପି". Archived from the original on 2016-12-14. Retrieved 2016-11-24.
{{cite web}}
: Cite has empty unknown parameter:|1=
(help) - ↑ http://www.bhubaneswarbuzz.com/stories-by-people/rip-sudarshan-sahu-nayagarh-inventor-odisha-showstopper-desert-chenapoda