ସୁଦର୍ଶନ ମହାପାତ୍ର

ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ପାଲାଗାୟକ

ସୁଦର୍ଶନ ମହାପାତ୍ର (୧୭ ନଭେମ୍ବର ୧୯୪୪) ଜଣେ ଓଡ଼ିଆ ପାଲାଗାୟକ, ଲେଖକ ଓ ସମ୍ପାଦକ । ସେ ପାଲା ସମ୍ଭନ୍ଧୀୟ ଅନେକ କାବ୍ୟ, ପ୍ରବନ୍ଧ ଓ ଆଲୋଚନାର ସ୍ରଷ୍ଟା ।[]

ସଂକ୍ଷିପ୍ତ ଜୀବନୀ

ସୁଦର୍ଶନ ପିତା ରଘୁନାଥ ମହାପାତ୍ର ଓ ମାତା ବେଙ୍ଗବତୀ ଦିବ୍ୟାଙ୍କ ଔରସରୁ ଖୋର୍ଦ୍ଧା ଜିଲ୍ଲାଜଟଣୀ ଥାନା ଅନ୍ତର୍ଗତ ଅରଗୁଳ ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ଯତା ହେଲା ସ୍ନାତକ ଇଟି, ପରିଚୟ (ହିନ୍ଦୀ), ପ୍ରଥମା (ସଂସ୍କୃତ) । ଶିକ୍ଷା ସମାପ୍ତି ପରେ ସେ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପାଲା ସଂସ୍କୃତି ପ୍ରତି ତାଙ୍କ ରୁଚି ଯୋଗୁଁ ସେ ପାଲାଗାୟନ ପାଇଁ ବିଭିନ୍ନ ଗୁରୁଙ୍କ ଠାରୁ ତାଲିମ ନେଲେ । କ୍ରମେ ସେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଧନଞ୍ଜୟ ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, କେଶବରାଜ ହରିଚନ୍ଦନଙ୍କ କାବ୍ୟକବିତାକୁ ପାଲା ମାଧ୍ୟମରେ ପରିବଷଣ କଲେ । ପାଲା ସଂପର୍କିତ ତାଙ୍କର କେତେକ ଗବେଷଣାଧର୍ମୀ ପ୍ରବନ୍ଧ ଯଥା 'ଓଡ଼ିଶାର ପାଲା', 'ପାଲାରେ ଅଳଙ୍କାର', 'ଶାସ୍ତ୍ରୀୟ କଳା ପାଲା', 'ଆମ ପାଲା ସଂସ୍କୃତି', 'ପାଲାର କ୍ରମବିକାଶ ଓ ପୃଷ୍ଠପୋଷକତା', 'Pala and Pala Gayak - at a glance' ଇତ୍ୟାଦି କଳାସୌରଭ ପତ୍ରିକାରେ ପ୍ରକାଶିତ । ତାଙ୍କ ରଚିତ କେତୋଟି କାବ୍ୟକବିତା ପ୍ରକାଶ ପାଇଛି । ସେ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଟ୍ରଷ୍ଟବୋର୍ଡର ସମ୍ପାଦକ ଓ ସାଧାରଣ ସମ୍ପାଦକ ଥିଲେ ।

ପ୍ରକାଶିତ ରଚନାବଳୀ

  • ଦଳବେହେରା (ଐତିହାସିକ ପାଲା କାବ୍ୟ)
  • ମାୟାମାଳତୀ
  • ଯାଚନିକା
  • ଜାଙ୍ଗଳିକ
  • କୃଷ୍ଣାର୍ଜୁନ ସମର
  • ବିପ୍ଳବୀ ଅମର ଶହୀଦ - ରଘୁଦିବାକର
  • ପଣ୍ଡିତ ନୀଳକଣ୍ଠ ରଥଶର୍ମାଙ୍କ 'ମାୟାବିନୀ' (ସଂପାଦନା)

ପୁରସ୍କାର

  • ମା' ତାରିଣୀ ଠାକୁରାଣୀ ପାଲା ଅନୁଷ୍ଠାନ, ଘଟଗାଁ
  • ଉତ୍କଳ ସାହିତ୍ୟ ସମାଜ, ଶ୍ରୀରାମଚନ୍ଦ୍ର ଭବନ, କଟକ
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର
  • ଉତ୍କଳ ବିକାଶ ପରିଷଦ, ଜଟଣୀ ତରଫରୁ ପ୍ରତିଭା ସମ୍ମାନ
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ, ଭୁବନେଶ୍ୱର
  1. samajaepaper.in https://samajaepaper.in/imageview_17_2892024238991_4_73_28-09-2024_24_i_1_sf.html. Retrieved 2024-09-30. {{cite web}}: Missing or empty |title= (help)