ସୁଡୋଗାଉଟ

ଏକ ରୋଗ

ସୁଡୋଗାଉଟ (ଇଂରାଜୀ ଭାଷାରେ Pseudogout), ଅନ୍ୟ ନାମ କ୍ୟାଲସିଅମ ପାଇରୋଫସଫେଟ ଡିପୋଜିସନ ରୋଗ ( ସିପିପିଡି ), ଏକ ଗଣ୍ଠି ପ୍ରଦାହ ରୋଗ ଯାହା କ୍ୟାଲସିଅମ ପାଇରୋଫସଫେଟ ସ୍ଫଟିକ ବା କ୍ରିଷ୍ଟାଲ କାରଣରୁ ହୋଇଥାଏ ।[] ଆକ୍ରମଣ ସାଧାରଣଃ ଗୋଟିଏ କିମ୍ବା କିଛି ଗଣ୍ଠିରେ ହଠାତ ଯନ୍ତ୍ରଣା ଆରମ୍ଭ ହୁଏ ।[] ସାଧାରଣତଃ ସେଟାରେ ଲାଲିମା, ଫୁଲା ଏବଂ ଅଧିକ ଉତ୍ତାପ ମଧ୍ୟ ଥାଏ ।[] ସାଧାରଣତଃ ଆଣ୍ଠୁ ଗଣ୍ଠି ପରେ କଚଟି ବା ରିଷ୍ଟ ପ୍ରଭାବିତ ହୁଏ ।[] ସାଧାରଣତଃ ପାଦର ବଡ଼ ଆଙ୍ଗୁଠି ପ୍ରଭାବିତ ହୁଏ ନାହିଁ ।[] ଅନ୍ୟ ଲକ୍ଷଣରେ ଜ୍ୱର ମଧ୍ୟ ହୋଇପାରେ ।[] ରୋଗ ଜଟିଳ ହେଲେ ଓଷ୍ଟିଓଆର୍ଥ୍ରାଇଟିସ ହୋଇପାରେ ।[]

Pseudogout
Calcium pyrophosphate deposition disease; calcium pyrophosphate dihydrate deposition disease; CPP crystal arthritis;[] calcium gout[]
Polarized light microscopy of CPPD, showing rhombus-shaped calcium pyrophosphate crystals with positive birefringence.
ବିଭାଗRheumatology
ଲକ୍ଷଣPain, redness, swelling, and heat in one or a few joints[]
ଆକ୍ରାନ୍ତ ସମୟOlder people[]
କାରଣOften unclear; genetic[]
ବିପଦ କାରକJoint injury, hypophosphatasia, hemochromatosis, high parathyroid hormone[][]
ରୋଗ ନିର୍ଣ୍ଣୟ ପଦ୍ଧତିJoint aspiration, medical imaging[]
ସଠିକ ରୋଗ ନିର୍ଣ୍ଣୟSeptic arthritis, gout[]
ଚିକିତ୍ସାColchicine, NSAIDs, corticosteroids, anakinra[][]
PrognosisAttacks last weeks to months despite treatment[][]
ପୁନଃପୌନିକ5%[]

ଅଧିକାଂଶ କ୍ଷେତ୍ରରେ ସ୍ଫଟିକଗୁଡିକର ହେବାର କାରଣ ଅସ୍ପଷ୍ଟ ଥାଏ ଯଦିଓ ଏହା ବେଳେବେଳେ ପରିବାରରେ ଚାଲିଥାଏ ।[] [] ପୂର୍ବତନ ଗଣ୍ଠି ଆଘାତ ଥିଲେ ବିପଦ କାରକ ଥାଏ ।[] ଏହା ହାଇପୋଫସଫାଟାସିଆ, ହେମୋକ୍ରୋମାଟୋସିସ୍ ବା ଲୌହ ଅତିଭାର ଏବଂ ଉଚ୍ଚ ପାରାଥାଇରଏଡ ହରମୋନ ସ୍ତର ସ‌ହିତ ହେଉଥିବା ଦେଖାଯାଏ ।[] [] ଖାଦ୍ୟ ଯୋଗୁ ବିପଦ ସଙ୍କଟ ପ୍ରଭାବିତ ହୁଏ ନାହିଁ ।[] ଗଣ୍ଠି ତରଳ ପଦାର୍ଥରେ ରମ୍ବଏଡ ଆକୃତିର କ୍ରିଷ୍ଟାଲ ଯାହା ପୋଲାରାଇଜଡ୍ ଆଲୋକରେ ବାୟାରଫ୍ରିଜେଣ୍ଟ ଦେଖାଗଲେ ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରେ ।[] ମେଡିକାଲ ଇମେଜିଙ୍ଗ କଲେ ଉପାସ୍ଥିରେ କ୍ୟାଲସିଅମ ଦେଖାଯାଇପାରେ ।[]

ଏହି ରୋଗରେ କଲଚିସିନ, ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ, କର୍ଟିକୋଷ୍ଟିରଏଡ କିମ୍ବା ଆନାକିନରା ଦେଇ ଚିକିତ୍ସା କରାଯାଇପାରେ ।[] [] ପ୍ରତିଷେଧକ ଉପାୟରେ ଭଲ ପ୍ରମାଣ ମିଳନି ଯଦିଓ ହାଇଡ୍ରୋକ୍ସିକ୍ଲୋରୋକୁଇନ କିମ୍ବା ମେଥୋଟ୍ରେକ୍ସେଟ ଦିଆଯାଇ ପାରେ ।[] [] କିଛି ସପ୍ତାହ କିମ୍ବା ମାସ ମାସ ଧରି ଚିକିତ୍ସା ସତ୍ତ୍ୱେ ଆକ୍ରମଣର ଲକ୍ଷଣ ଜାରି ରହିପାରେ ।[] []

ସିଉଡୋଗଆଉଟ୍ ଆମେରିକା ଏବଂ ୟୁରୋପର ପ୍ରାୟ ୫% ଲୋକଙ୍କୁ ପ୍ରଭାବିତ କରିଥାଏ ।[] ସାଧାରଣତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ଏହା ଅଧିକ ଦେଖାଯାଏ ।[] [] ପୁରୁଷ ଏବଂ ମହିଳାଙ୍କର ସମ ଭାବରେ ଏହି ରୋଗ ହୁଏ; ଯଦିଓ, ପୁରୁଷମାନଙ୍କର ଅଧିକ ସଂଖ୍ୟକ ଆକ୍ରମଣ ହୋଇପାରେ ।[] ଏହି ରୋଗର ପ୍ରାରମ୍ଭିକ ବର୍ଣ୍ଣନା ୧୯୬୨ରେ ଏନ କୋହନ (N. Kohn) କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Rosenthal, AK; Ryan, LM (30 June 2016). "Calcium Pyrophosphate Deposition Disease". The New England journal of medicine. 374 (26): 2575–84. doi:10.1056/NEJMra1511117. PMID 27355536.
  2. ୨.୦ ୨.୧ ୨.୨ ୨.୩ ୨.୪ Johnstone, Ronald B. (2017). "14. Cutaneous deposits". Weedon's Skin Pathology Essentials (2nd ed.). Elsevier. p. 285. ISBN 978-0-7020-6830-0. Archived from the original on 2021-05-25. Retrieved 2022-09-27.
  3. ୩.୦ ୩.୧ "Pseudogout: Symptoms and Treatment | The Hand Society". www.assh.org. Archived from the original on 26 March 2023. Retrieved 10 August 2023.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ Cowley, S; McCarthy, G (2023). "Diagnosis and Treatment of Calcium Pyrophosphate Deposition (CPPD) Disease: A Review". Open access rheumatology : research and reviews. 15: 33–41. doi:10.2147/OARRR.S389664. PMID 36987530.{{cite journal}}: CS1 maint: unflagged free DOI (link)
  5. ୫.୦ ୫.୧ Aouba, A; Deshayes, S; Frenzel, L; Decottignies, A; Pressiat, C; Bienvenu, B; Boue, F; Damaj, G; Hermine, O (2015). "Efficacy of anakinra for various types of crystal-induced arthritis in complex hospitalized patients: a case series and review of the literature". Mediators of inflammation. 2015: 792173. doi:10.1155/2015/792173. PMID 25922564.{{cite journal}}: CS1 maint: unflagged free DOI (link)
  6. Sidari, A; Hill, E (June 2018). "Diagnosis and Treatment of Gout and Pseudogout for Everyday Practice". Primary care. 45 (2): 213–236. doi:10.1016/j.pop.2018.02.004. PMID 29759121.
  7. Macmullan, P; McCarthy, G (April 2012). "Treatment and management of pseudogout: insights for the clinician". Therapeutic advances in musculoskeletal disease. 4 (2): 121–31. doi:10.1177/1759720X11432559. PMID 22870500.