ସୁକୁମାର ନାୟକ
ସୁକୁମାର ନାୟକ (୨୪ ସେପ୍ଟେମ୍ବର ୧୯୩୨ - ୨୫ ଅପ୍ରେଲ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସୁକୁମାର ନାୟକ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ଅକ୍ଷୟ କୁମାର ଆଚାର୍ଯ୍ୟ |
ପର ଅଧିକାରୀ | ଚିତ୍ତରଞ୍ଜନ ଷଡ଼ଙ୍ଗୀ |
ନିର୍ବାଚନ ମଣ୍ଡଳୀ | ନୀଳଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ସେପ୍ଟେମ୍ବର ୧୯୩୨ |
ମୃତ୍ୟୁ | ୨୫ ଅପ୍ରେଲ ୨୦୦୯ | (ବୟସ ୭୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରେଣୁକା ନାୟକ |
ସନ୍ତାନ | ୨ ପୁଅ, ୧ ଝିଅ |
ବାପା/ବୋଉ | ଚାରୁଚନ୍ଦ୍ର ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ରାଜନୀତି
ସମ୍ପାଦନାସୁକୁମାର ନାୟକ ୧୯୩୨ ମସିହାର ସେପ୍ଟେମ୍ବର ମାସ ୨୪ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚାରୁଚନ୍ଦ୍ର ନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର । ତାଙ୍କ ପତ୍ନୀଙ୍କ ନାମ ରେଣୁକା ନାୟକ । ତାଙ୍କର ୨ ପୁଅ ଓ ଜଣେ ଝିଅଙ୍କ ସମେତ ୩ଜଣ ସନ୍ତାନସନ୍ତତି ।
ରାଜନୈତିକ ଜୀବନ
ସମ୍ପାଦନାସୁକୁମାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧୯୭୦ ମସିହାରେ ବାଲଶ୍ୱର ପୌରପାଳିକାର କାଉନ୍ସିଲର୍ ଭାବରେ ନିର୍ବାଚିତ ହୋଇଥିଲେ । ଏଥିସହ ସେ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁକୁମାର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର
ସମ୍ପାଦନା- ↑ "Late Sukumar Nayak". odishaassembly.nic.in. Odisha Assembly. Retrieved 31 May 2019.